Posted inଖେଳ

ଆଜିଠୁ ପଞ୍ଚମ ଟେଷ୍ଟ: ଭାରତର ଲକ୍ଷ୍ୟ ୪-୧ରେ ସିରିଜ ବିଜୟ

ଧର୍ମଶାଳା, ୭।୩ (ପି.ଟି.): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ଭାରତ ୩-୧ରେ ଅଗ୍ରଣୀ ରହିବା ସହ ସିରିଜକୁ ଆଗୁଆ ଜିତି ସାରିଛି। ଏବେ ଅନ୍ତିମ ଟେଷ୍ଟ ଜିତି ଏହାକୁ ୪-୧ରେ ପରିଣତ କରିବା ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ। ଧର୍ମଶାଳାରେ ସର୍ବାଧିକ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ସେଲ୍‌ସିୟସ ରହିବ। ଥଣ୍ଡା ପାଗ ଯୋଗୁ ଇଂଲଣ୍ଡ ଘରୋଇ ପରିବେଶରେ ଖେଳିବା ଭଳି ଅନୁଭବ କରିବ। ଏପରିସ୍ଥଳେ ପିଚ୍‌ ତାଙ୍କ ପାଇଁ ଅନୁକୂଳ ହେବା ଆଶାରେ ଇଂଲଣ୍ଡ ରହିବ। ଏହି ମ୍ୟାଚରେ ଭାରତର ତାରକା ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଇଂଲଣ୍ଡର ଜନି ବେୟାରଷ୍ଟୋ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। ତେଣୁ ମାଇଲଖୁଣ୍ଟ ମ୍ୟାଚକୁ ଦୁହେଁ ସ୍ମରଣ କରିବାକୁ ଉଦ୍ୟମ କରିବେ ନିଶ୍ଚିତ।

ଟେଷ୍ଟ ପୂର୍ବରୁ ପିଚ୍‌ ଫ୍ଲାଟ୍‌ ଥିବାଭଳି ମନେହେଉଛି। ମାତ୍ର ପ୍ରତିଦିନ ଖେଳ ଆରମ୍ଭର କିଛି ଘଣ୍ଟା ପେସରମାନେ ଫାଇଦାରେ ରହିବା ଅନୁମାନ କରାଯାଉଛି। ପାରମ୍ପରିକ ଭାବେ ଏଠାକାର ପିଚ୍‌ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ମାତ୍ର ସ୍ପିନରଙ୍କ ଭୂମିକାକୁ ଅଣଦେଖା କରାଯାଇ ନ ପାରେ। କାରଣ ୨୦୧୭ରେ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭାରତର ବିଜୟରେ ସ୍ପିନରମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ନିକଟରେ ଏଠାରେ ୪ଟି ରଣଜୀ ଟ୍ରଫି ମ୍ୟାଚ ଅନୁଷ୍ଠିତ ହୋଇଛି। ଏକାଧିକ ଥର ଦଳଗୁଡ଼ିକ ୩୦୦ରୁ ଅଧିକ ସ୍କୋର କରିଛନ୍ତି। ବରୋଦା ସର୍ବାଧିକ ୪୮୨ ରନ କରିଛି। ମାଇଲଷ୍ଟୋନ ମ୍ୟାନ ବେୟାରଷ୍ଟୋ ପିଚ୍‌କୁ ‘ସୁନ୍ଦର’ ବୋଲି ଅଭିହିତ କରିଛନ୍ତି। ମାତ୍ର ଥଣ୍ଡା ପରିବେଶ ଯୋଗୁ ପିଚ୍‌ କିଭଳି ବ୍ୟବହାର କରିବ ତାହାକୁ ନେଇ ଅଶ୍ୱିନ ଦ୍ୱନ୍ଦ୍ୱରେ ଅଛନ୍ତି। ଭାରତ ଏହାର ବୋଲିଂ କମ୍ବିନେଶନ ୨ ପେସର ଓ ୩ ସ୍ପିନରରେ ପରିବର୍ତ୍ତନ କରିବା ସମ୍ଭାବନା କମ୍‌। ଯଶପ୍ରୀତ୍‌ ବୁମ୍‌ରା ପେସ୍‌ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ ଏବଂ ମହମ୍ମଦ ସିରାଜ ଦ୍ୱିତୀୟ ପସନ୍ଦ ପେସର ରହିବେ। ଅଶ୍ୱିନଙ୍କ ସହ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ସ୍ପିନ୍‌ ଚ୍ୟାଲେଞ୍ଜ ଦାୟିତ୍ୱରେ ରହିବେ।

ଲୋକେଶ ରାହୁଲ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବାରୁ ରଜତ ପଟିଦାରଙ୍କୁ ଆଉ ଏକ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ। ୪ ନମ୍ବର ସ୍ଥାନରେ ଆସି ୬ ଇନିଂସରେ ମାତ୍ର ୬୩ ରନ କରିଥିବା ପଟିଦାରଙ୍କ ସଂଘର୍ଷ ଅବ୍ୟାହତ ରହିଛି। ତେଣୁ ଏହି ମ୍ୟାଚ ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ। ଅନ୍ୟପକ୍ଷରେ ଟପ୍‌ ଅର୍ଡର ବ୍ୟାଟର ଦେବଦତ୍ତ ପଡିକାଲଙ୍କ ନାମ ମଧ୍ୟ ବିଚାରକୁ ନିଆଯିବା ଅସମ୍ଭବ ନୁହେଁ। ସର୍ଫରାଜ ଖାଁ ରାଜକୋଟରେ ଚମତ୍କାର ଟେଷ୍ଟ ଡେବ୍ୟୁ କରିବା ପରେ ରାଞ୍ଚତ୍ରେ ଫେଲ୍‌ ମାରିଥିଲେ। ତେଣୁ ରେଡ୍‌ବଲ୍‌ ସିଜନ ଶେଷ ହେବା ପୂର୍ବରୁ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ଇନିଂସ ଆଶା କରାଯାଉଛି। ଯୁବ ଓପନର ଯଶସ୍ବୀ ଜୟସ୍ବାଲଙ୍କ ପାଇଁ ଏହି ସିଜନ ସ୍ମରଣୀୟ ରହିଛି। ଚମତ୍କାର ଫର୍ମରେ ଥିବାରୁ ସେ ସୁନୀଲ ଗାଭାସ୍କରଙ୍କ ପରେ ଦ୍ୱିତୀୟ ଭାରତୀୟଭାବେ ଗୋଟିଏ ସିରିଜରେ ୭୦୦ ରନ ସ୍କୋର କରିବା ସମ୍ଭାବନା ରହିଛି।
‘ବାଜ୍‌ବଲ୍‌’ ଯୁଗରେ ଇଂଲଣ୍ଡ ପ୍ରଥମଥର ପାଇଁ ସିରିଜ ହାରି ସାରିଛି। ତେଣୁ ଏହି ଦଳ ଶେଷ ଟେଷ୍ଟ ଜିତି ମଥା ଉଚ୍ଚା ରଖି ସ୍ବଦେଶ ଫେରିବାକୁ ଆଶା ରଖିଛି। ବେୟାରଷ୍ଟୋ ସମ୍ପ୍ରତି ଫର୍ମରେ ନାହାନ୍ତି। ତେଣୁ ନିଜର ୧୦୦ତମ ମ୍ୟାଚରେ ସେ ଫର୍ମକୁ ଫେରିବାକୁ ନିଶ୍ଚିତ ଉଦ୍ୟମ କରିବେ। ପରିବେଶ ଅନୁକୂଳ ଥିବାରୁ ଅଧିକ ପରିମାଣରେ ଇଂଲଣ୍ଡ ଦର୍ଶକ ଧର୍ମଶାଳାରେ ଉପସ୍ଥିତ ହୋଇପାରନ୍ତି। ଏହା ମଧ୍ୟ ଇଂଲଣ୍ଡକୁ ଭଲ ପ୍ରଦର୍ଶନପାଇଁ ଉତ୍ସାହିତ କରିବ। ପୂର୍ବ ଟେଷ୍ଟ ଭଳି ଇଂଲଣ୍ଡ ଏଠାରେ ମଧ୍ୟ ଦୁଇ ପେସର ଜେମ୍ସ ଆଣ୍ଡରସନ ଓ ମାର୍କ ଉଡ୍‌ ଏବଂ ଦୁଇ ସ୍ପେଶାଲିଷ୍ଟ ସ୍ପିନର ଶୋଏବ ବଶିର ଓ ଟମ୍‌ ହାର୍ଟଲେଙ୍କ ସହ ପଡ଼ିଆକୁ ଓହ୍ଲାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?