Home

ମୃତ୍ୟୁ ପୂର୍ବରୁ ପାକିସ୍ତାନ ନିକଟରେ ଥିଲେ ହମ୍‌ଜା

ନୂଆଦିଲ୍ଲୀ,୧୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କବାଦୀ ହମ୍‌ଜା ବିନ୍‌ ଲାଡେନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଆଉ ଏବେ ଭାରତ ଏହାକୁ ନେଇ ବଡ ବୟାନ ଦେଇଛି। ଭାରତର ପ୍ରତିରକ୍ଷା ବିଶେଷଜ୍ଞ ଏସ୍‌. ପି ସିହ୍ନା କହିଛନ୍ତି, ଓସାମା…

ଭାରତ ସହ ଯୁଦ୍ଧ ହେଲେ ହାରିବ ପାକିସ୍ତାନ: ଇମ୍ରାନ୍‌

ଇସ୍‌ଲାମାବାଦ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରଠାରୁ ପାକିସ୍ତାନ ଏକ ପ୍ରକାର କାନ୍ଦିବାରେ ଲାଗିଛି। ଏହାକୁ ନେଇ ସେ ବିଶ୍ୱ ଦରବାରରେ ନିନ୍ଦାର ପାତ୍ର ହୋଇସାରିଛି। ଦିନେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏବେ କିନ୍ତୁ ତା’…

ଡିଏଲ୍‌ ଆବେଦନ ପାଇଁ ଆର୍‌ଟିଓରେ ବଢ଼ିଲା ସ୍ଲଟ୍‌: ଥିଲା ଦୈନିକ ୧୫୦, ହେଲା ୪୫୦

ଭୁବନେଶ୍ୱର,୧୫।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ଭିତରେ ଏକପ୍ରକାର ଛନକା ପଶିଥିଲା। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର ଆବଶ୍ୟକ କାଗଜପତ୍ର କରିବା ପାଇଁ ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ଼ ଲଗାଇଥିଲେ। ମାତ୍ର ଆର୍‌ଟିଓରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)…

ଚାଲିଛି ସୌନ୍ଦର୍ଯ୍ୟକରଣ କାମ, ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନ ସାମୟିକ ଭାବେ ସ୍ଥଗିତ ରହିଛି। ଆଗକୁ ଏକାଧିକ ମଠ ଭଙ୍ଗାଯିବା ଲାଗି ମାପଚୁପ ସରିଥିବାବେଳେ ପ୍ରଶାସନ ସୌନ୍ଦର୍ଯ୍ୟକରଣ ଉପରେ ଏବେ ଗୁରୁତ୍ୱ ଦେଇଛି। ଉଚ୍ଛେଦ ସ୍ଥଳ ଆବଡ଼ାଖାବଡ଼ା…

ଦୁବାଇ ଷ୍ଟାଇଲରେ ମେଗା ଶପିଂ ଫେଷ୍ଟିଭାଲ

ନୂଆଦିଲ୍ଲୀ,୧୫-୯: ମାନ୍ଦାବସ୍ଥାକୁ ଦୂର କରିବା ଲକ୍ଷ୍ୟରେ ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୫୦ ହଜାର କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ସରକାର ଦୁବାଇ ଷ୍ଟାଇଲରେ ନୂଆ କରି ମାର୍ଚ୍ଚ ୨୦୨୦ରୁ…

ରିଏଲ ଇଷ୍ଟେଟ ଲାଗି ପ୍ୟାକେଜ ଘୋଷଣା: ଫ୍ଲାଟ କ୍ରେତାଙ୍କ ସ୍ବପ୍ନ ହେବ ପୂରଣ

ନୂଆଦିଲ୍ଲୀ,୧୫-୯: ଦେଶର ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ରିଏଲ ଇଷ୍ଟେଟ ସେକ୍ଟରରେ ପଡିଛି। ଏହି ସେକ୍ଟର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଦ୍ଧନିର୍ମିତ ଫ୍ଲାଟ୍‌ର ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ୨୦ ହଜାର…

ଇଷ୍ଟ ଜୋନ୍‌ ସ୍ନୁକର: ଶାହାବାଜ ଚାମ୍ପିୟନ

ଭୁବନେଶ୍ୱର,୧୫।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶନିବାର ଶେଷ ହୋଇଛି। ପଶ୍ଚିମବଙ୍ଗର ଶାହାବାଜ ଆଦିଲ ଖାଁ ଟାଇଟଲ ହାସଲ କରିଛନ୍ତି। ପ୍ରତିଯୋଗିତାର ଦଶମ ଦିବସରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ସେ…

ଜିଏସ୍‌ଟି ଠକେଇ ରୋକିବାକୁ ଉଦ୍ୟମ: ନୂଆ ଡିଲରଙ୍କ ପାଇଁ ଆଧାର ଯାଞ୍ଚ ହେବ ବାଧ୍ୟତାମୂଳକ

ବାଙ୍ଗାଲୋର,୧୫-୯: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ହେଉଥିବା ଟିକସ ଠକେଇ ରୋକିବା ଦିଗରେ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଧାରାରେ ୨୦୨୦ ଜାନୁୟାରୀଠାରୁ ନୂଆ ଡିଲରଙ୍କ ଲାଗି ଆଧାର ଯାଞ୍ଚ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ଏହା…

୧୪ ଜିଲାରେ କାର୍ଯ୍ୟକାରୀ ହେବ ପେସା ରୁଲ୍‌: ୨୦୬୮ ପଞ୍ଚାୟତ ହାତରୁ ଯିବ କ୍ଷମତା, ସବୁ ଆଦିବାସୀ ଗ୍ରାମରେ ଗଠନ ହେବ ପରିଷଦ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ବିକାଶ ଗ୍ରାମ ପରିଷଦ(କାଉନ୍‌ସିଲ) ହାତରେ ରହିବ। ସେମାନଙ୍କ ଜୀବନଜୀବିକା, ପରମ୍ପରା ଓ କୌଳିକ ବୃତ୍ତିରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବେ ନାହିଁ। ରାଜ୍ୟରେ ଥିବା ୧୪ଟି ଅନୁସୂଚିତ…

ବଞ୍ଜା ଲୁକା ଚ୍ୟାଲେଞ୍ଜର: ଫାଇନାଲରେ ନାଗାଲ

ବଞ୍ଜା ଲୁକା, ୧୫।୯(ପି.ଟି)- ବୋସନିଆ ଓ ହର୍ଜଗୋଭିନାର ବଞ୍ଜା ଲୁକାଠାରେ ଚାଲିଥିବା ଚ୍ୟାଲେଞ୍ଜର ଟେନିସ ଟୁର୍ନାମେଣ୍ଟରେ ଭାରତୀୟ ଯୁବ ଖେଳାଳି ସୁମିତ ନାଗାଲ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ ସେ ସ୍ଲୋଭାକିଆର ଫିଲିପ୍‌ ହୋରାନ୍‌ସ୍କିଙ୍କୁ…

ବରୁଣେଇରେ ହେବ ପାଇକ ସ୍ମାରକୀ, ୨୭ରେ ଶିଳାନ୍ୟାସ କରିବେ ରାଷ୍ଟ୍ରପତି: ଧର୍ମେନ୍ଦ୍ର

ଖୋର୍ଦ୍ଧା ଅଫିସ,୧୫।୯: ଖୋର୍ଦ୍ଧାର ବରୁଣେଇ ପାହାଡ ପାଦଦେଶରେ ନିର୍ମାଣ ହେବ ପାଇକ ସ୍ମାରକୀ। ଆସନ୍ତା ୨୭ ଓ ୨୮ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବା ସୂଚନା ମିଳିଛି। ୨୭ ତାରିଖରେ ରାଷ୍ଟ୍ରପତିଙ୍କ କରକମଳରେ ପାଇକ ସ୍ମାରକୀ…

ନିହଲପ୍ରସାଦରେ ନଗଡ଼ାର ଚିତ୍ର: ସତ୍ୟ ଶଯ୍ୟାଶାୟୀ

ଢେଙ୍କାନାଳ ଅଫିସ, ୧୫।୯ – କଙ୍କାଳସାର ଶରୀର। ଗଣି ହୋଇଯାଉଛି ପଞ୍ଜରା। ଦେହସାରା ଗଭୀର କ୍ଷତ। ଉଠି ବସିବାକୁ ବଳ ନାହିଁ। ନିସ୍ତେଜ ହୋଇ ବିଛଣାରେ ପଡ଼ିରହିଛନ୍ତି। ଆଖି ପୂରାଇ ଦେଖିଲେ ଯେ କେହି ବି ସହଜରେ ଠଉରାଇ ପାରିବ କଅଁଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri