ରିଏଲ ଇଷ୍ଟେଟ, ରପ୍ତାନି ବୃଦ୍ଧିକୁ ପ୍ରୋତ୍ସାହନ; ମାନ୍ଦାବସ୍ଥା ଦୂର ପାଇଁ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା
ନୂଆଦିଲ୍ଲୀ,୧୫-୯: ଆର୍ଥିକ ମାନ୍ଦାବସ୍ଥାକୁ ଦୂରକରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶନିବାର ରିଏଲ ଇଷ୍ଟେଟ କ୍ଷେତ୍ରରେ ନିବେଶ ଓ ରପ୍ତାନି ବୃଦ୍ଧି ଲାଗି ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଦ୍ଧନିର୍ମିତ ହୋଇ ପଡିରହିଥିବା ଶସ୍ତା ଘରଗୁଡ଼ିକୁ ସମ୍ପୂର୍ଣ୍ଣ…
ପ୍ଲିସ୍କୋଭା ଫାଇନାଲରେ
ବେଜିଂ, ୧୫ା୯ (ଏଏଫ୍ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଡବ୍ଲ୍ୟୁଟିଏ ଝେଙ୍ଗ୍ଝୋ ଓପନ୍ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେ ଅଜ୍ଲା ତୋମଲଜାନୋଭିଚ୍ଙ୍କୁ ୬-୩, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ଚଳିତ ବର୍ଷ ଏହା ହେଉଛି…
ଆଶେସ୍ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ସ୍ଥିତ ଦୃଢ଼
ଲଣ୍ଡନ, ୧୫।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ଘରୋଇ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ଇନିଂସରେ ଓପନର…
ମହିଳାଙ୍କୁ ସ୍ବାବଲମ୍ବୀ କରିବ ଗେଣ୍ଡୁ ଚାଷ
ବନ୍ତ,୧୫।୯(ସ୍ବ.ପ୍ର.)- ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ସହିତ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୟାସ ଜାରି ରହିଛି। ଭଦ୍ରକ ଜିଲା ପ୍ରଶାସନ ଓ ଉଦ୍ୟାନ କୃଷି ବିଭାଗର ମିଳିତ ସହଯୋଗରେ ଓଡ଼ିଶା…
ସଫେଇ କର୍ମଚାରୀଙ୍କୁ ପ୍ରତାରଣା: ୨୬ରୁ କାର୍ଯ୍ୟ ବନ୍ଦ ଚେତାବନୀ
ବାଲେଶ୍ୱର ଅଫିସ, ୧୫।୯-ବାଲେଶ୍ୱର ପୌରପରିଷଦ ଅଧୀନ ୩୧ ୱାର୍ଡ଼ର ରାସ୍ତାଘାଟ ଓ ନାଳ ସଫେଇ କାର୍ଯ୍ୟରେ ୨ଜଣ ଠିକାଦାରଙ୍କ ମାଧ୍ୟମରେ ୩୧୦ଜଣ ସଫେଇ କର୍ମଚାରୀ ୨୦୧୫-୧୬ ମସିହାରୁ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟରୁ ଭବିଷ୍ୟତ ପାଣ୍ଠି ବାବଦରେ ୧୨ ପ୍ରତିଶତ…
ରାୟୁଡୁ ହାଇଦ୍ରାବାଦ ଅଧିନାୟକ ନିଯୁକ୍ତ
ହାଇଦ୍ରାବାଦ, ୧୫।୯- ଅବସର ନିଷ୍ପତ୍ତିରୁ ଓହରିବାର ପାଖାପାଖି ୨ ସପ୍ତାହ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କୁ ଆଗାମୀ ବିଜୟ ହଜାରେ ଟ୍ରଫି ଲାଗି ହାଇଦ୍ରାବାଦ କ୍ରିକେଟ୍ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଚଳିତ ମାସ ଅନ୍ତିମ ଭାବରେ ୫୦ ଓଭର…
ସ୍ବଚ୍ଛତାର ଅଜବ ତରିକା
କାନପୁର: ସ୍ବଚ୍ଛ ଭାରତ ଯୋଜନାକୁ କେମିତି ସଫଳତା ମିଳିବ ତାହା ପାଇଁ ସରକାରୀ ତଥା ବ୍ୟକ୍ତିଗତ ସ୍ତରରେ ଦେଶର ସବୁଆଡେ ଚେଷ୍ଟା କରାଯାଉଛି। କିନ୍ତୁ ଛତିଶଗଡ଼ ଭିଲାଇର ଓ୍ବେଲ୍ଫେୟାର ଫାଉଣ୍ଡେଶନ ଯେଉଁ ଉପାୟ ଆପଣାଇଛିି ତାହା ସାରା ଦେଶକୁ ଏକ ସନ୍ଦେଶ…
କଫସିରପ, ନିଶା ବଟିକା ଜବତ: ବ୍ୟବସାୟୀ ଗିରଫ
ସୋନପୁର,୧୪।୯(ନି.ପ୍ର.) : ସୁବର୍ଣ୍ଣପୁର ଜିଲାରେ ବହୁଳ ଭାବେ ଚାଲିଛି ବେଆଇନ କଫସିରପ୍ କାରବାର। ଯୁବକମାନେ ଏହାକୁ ନିଶା ପାଇଁ ବହୁଳ ଭାବେ ବ୍ୟବହାର କରି ପଥଭ୍ରଷ୍ଟ ହେଉଛନ୍ତି। ସଦର ପୋଲିସ ଶନିବାର କଫ୍ସିରପ ବ୍ୟବସାୟୀ ଆସିକ୍ ରସୁଲ ଖାନ(୨୮)ଙ୍କୁ ଗିରଫ କରିଛି।…
କପିଳ ଦେବ ହେଲେ କୁଳପତି
ଚଣ୍ଡିଗଡ଼, ୧୪ା୯ (ପି.ଟି.)-ସୋନିପତ ଜିଲାର ରାଇଠାରେ ଅବସ୍ଥିତ ହରିୟାଣା ସ୍ପୋଟର୍ସ ୟୁନିଭର୍ସିଟିର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି କ୍ରିକେଟ କିମ୍ବଦନ୍ତୀ କପିଳ ଦେବ। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଅନିଲ ଭିଜ୍ ଶନିବାର ଏବିଷୟରେ ଟୁଇଟ୍ କରିଛନ୍ତି। କୌଣସି ରାଜ୍ୟ ସରକାରଙ୍କ…
ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ : ଅମିତ ପଙ୍ଘାଲଙ୍କ ସହଜ ବିଜୟ
ଏକାଟରିନବର୍ଗ (ରୁଷିଆ), ୧୪ା୯ (ପି.ଟି.)-ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ ସହଜ ବିଜୟ ସହ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ତାଙ୍କ ପଦକ ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ସେ ଚାଇନିଜ ତାଇପେର ତୁ ପୋ-ଓ୍ବି’ଙ୍କ ବିପକ୍ଷ ତାଙ୍କ ଓପନିଂ ବାଉଟରେ ବିଜୟ ଲାଭ…
କୋଇଲା ଟ୍ରକ ଜବତ, ଡ୍ରାଇଭର ଗିରଫ
ଭୁବନ, ୧୪।୯(ଡି.ଏନ.ଏ.)-କୋଇଲା ଚୋରା ଚାଲାଣ ବେଳେ ଭୁବନ ପୋଲିସ ଏକ ଟ୍ରକ୍କୁ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ଟ୍ରକ୍ର ନମ୍ବର ନକଲି ବୋଲି ଜଣାପଡ଼ିଛି। ଚାଳକ ଢେଙ୍କାନାଳ ସଦର ଥାନା ବାରଦା ଗ୍ରାମର ଗଜେନ୍ଦ୍ର ବରାଳ (୨୯)ଙ୍କୁ ପୋଲିସ ଗିରଫ…
ଅଭିଭାବକ ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ
ଭୁବନ, ୧୪।୯(ଡି.ଏନ.ଏ.)- ଅଭିଭାବକ ହେଉଛନ୍ତି ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ। ଶିକ୍ଷାର ଅଭିବୃଦ୍ଧିରେ ପିଲାମାନଙ୍କ ଯେତିକି ଭୂମିକା ତା’ଠାରୁ ଢେର ବେଶି ମା’ବାପାଙ୍କର। ଶିକ୍ଷାର୍ଥୀ, ଅଭିଭାବକ ଏବଂ ଅଧ୍ୟାପକଙ୍କ ମିଳିତ ପ୍ରଚେଷ୍ଟାରେ ଶିକ୍ଷାନୁଷ୍ଠାନର ଗୌରବ ବଢ଼ିବ ବୋଲି କହିଛନ୍ତି ଭୁବନସ୍ଥିତ ବାଜି ରାଉତ…
Archives


