ଆଧାର ନ ଥିଲେ କୃଷି ଋଣ ନାହିଁ
ଭୁବନେଶ୍ୱର, ୫ା୧୦ (ବ୍ୟୁରୋ): ଧାନ ବିକ୍ରି କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଖରିଫ ଋଣ ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀମାନେ କୃଷି ଋଣ ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କୁ ଆଧାର କାର୍ଡ ଦେବାକୁ ହେବ।…
କଟା ହେଲା ୮ଶହ ଗଛ: ଫସର ଫାଟିଲା ବିକ୍ଷୋଭ; ଶହେରୁ ଅଧିକ ଗିରଫ
ମୁମ୍ବାଇ,୫।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କାଟିବା ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ତାହା ଫସର ଫାଟ ଯାଇଛି। ଶେଷରେ ୮ଶହ ଗଛକୁ କାଟି ଦିଆଯାଇଛି। ଇତିମଧ୍ୟରେ ଏଠାକାର ୩ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ…
‘ଏସ୍ଏଚ୍ଜିଙ୍କୁ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ’
ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଗୁଡିକ ବ୍ୟାଙ୍କରୁ ନେଉଥିବା ଋଣକୁ ଠିକ୍ ଭାବେ ପୈଠ କରୁଥିବା ବେଳେ ସେମାନଙ୍କ ଉପରେ ଅନାଦାୟ ଋଣ (ଏନ୍ପିଏ) ରହୁନାହିଁ। ବ୍ୟାଙ୍କଗୁଡ଼ିକ ରାଜ୍ୟରେ ମୋଟ୍ ୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏସ୍ଏଚ୍ଜିଗୁଡିକୁ…
ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମାରାଶି
ନବରଙ୍ଗପୁର,୫ା୧୦(ବି.ପ୍ର.): ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୮ ଖରିଫ ଚାଷ ପାଇଁ ପ୍ରିମିୟମ୍ ଜମା କରିଥିଲେ। କିନ୍ତୁ ଏଯାଏ ବୀମା ଟଙ୍କା ପାଇନାହାନ୍ତି। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ…
ଯମରାଜଙ୍କୁ ନୋଟିସ୍ ପଠାଇବାକୁ ହାଇକୋର୍ଟରେ ଆବେଦନ
କୋଲକାତା,୫।୧୦: ପଶ୍ଚିମବଙ୍ଗ କୋଲକତା ହାଇକୋର୍ଟରେ ଯମରାଜାକୁ ନୋଟିସ୍ ପଠାଇବାକୁ ଏକ ଆବେଦନ କରାଯାଇଛି। ଦୁଇଜଣ ଦୋଷୀଙ୍କ ପରିବାର ପକ୍ଷରୁ ଏନେଇ ହାଇକୋର୍ଟରେ ଆବେଦନ କରାଯାଇଛି। ଦୋଷୀମାନେ ଦଣ୍ଡ ଭୋଗିବା ପୂର୍ବରୁ ଇହଧାମ ତ୍ୟାଗ କରିଥିବାରୁ ଦଣ୍ଡ ପୂରଣ ପାଇଁ ଯମରାଜ ସେମାନଙ୍କୁ…
ଇମ୍ରାନ୍ଙ୍କ ବନ୍ଧୁ ଚେହେରାରୁ ହଟିଲା ମୁଖା: ଭାରତକୁ ବଦନାମ କରିବା ପାଇଁ ପିଆର୍ କମ୍ପାନୀକୁ ପାକିସ୍ତାନ ଦେଇଥିଲା ୭ କୋଟି
ଓ୍ବାଶିଂଟନ,୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତକୁ ଅନ୍ତର୍ଜାତୀୟସ୍ତରରେ ବଦନାମ କରିବା ପାଇଁ ପାକିସ୍ତାନ ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଏହାଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବନ୍ଧୁ ଚେହେରାରୁ ମୁଖା ଖୋଲିଯାଇଛି। ପାକିସ୍ତାନ ଆମେରିକାର ଏକ ପିଆର୍ କମ୍ପାନୀକୁ…
ଦୁର୍ନୀତି ପ୍ରହାର: ୫ ଅଧିକାରୀ ବିଦା
ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଦୁର୍ନୀତି ମାମଲାରେ ଜଡିତ ୫ଜଣ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚାକିରିରୁ ଆଗୁଆ ଅବସର ଦିଆଯାଇଥିବା ବେଳେ ଜଣଙ୍କୁ ବହିଷ୍କାର କରାଯାଇଛି। ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା…
୨୦ ଖଣି ନିଲାମ ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । ସେଥି ମଧ୍ୟରୁ ଶୁକ୍ରବାର ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ବିଜ୍ଞପ୍ତି…
‘୨୩ କୋଟି ଖର୍ଚ୍ଚ ପରେ ବି ନଗଡ଼ାରେ ବିକାଶ ନାହିଁ ’: ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ ଏନ୍ଏଚ୍ଆର୍ସି
ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଯାଜପୁର ଜିଲାର ନଗଡ଼ାରେ ପୁଷ୍ଟିହୀନତା ଖବର ପ୍ରକାଶ ପାଇବାର ୩ ବର୍ଷରୁ ଅଧିକ ହୋଇଗଲାଣି । ଏ ନେଇ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳୁଛି।…
ହାତୀ ମୃତ୍ୟୁର ଅନୁଧ୍ୟାନ କରିବ ୬ ଜଣିଆ କମିଟି
ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ହାତୀଙ୍କୁ ହରପିସ୍ ସଂକ୍ରମଣକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି। ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି। ଖୁବ୍ଶୀଘ୍ର ଏହି କମିଟି…
ରେଳଷ୍ଟେଶନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ: କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ନାହିଁ
ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଗାନ୍ଧୀ ଜୟନ୍ତୀରୁ ରେଳଷ୍ଟେଶନଗୁଡ଼ିକରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ହେଲେ ଏବେ ବି ବିଭିନ୍ନ ଷ୍ଟେଶନରେ ନିଷିଦ୍ଧ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ହେଉଛି। ତେବେ ସମ୍ପୃକ୍ତ ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ…
ଦଶହରାରେ ୧୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଦଶହରାରେ ଟ୍ରେନରେ ଯାତ୍ରୀ ଭିଡ଼କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ସହ ନିୟମିତ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ କରାଯାଇଛି। ଯଦ୍ୱାରା ୪ ଲକ୍ଷ ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଛି। ଏହି ସ୍ପେଶାଲ ଟ୍ରେନ…

