ସରକାର ବିରୋଧୀ ବିକ୍ଷୋଭର ୪ ମାସ ପରେ : ହଂକଂରେ ଫେସ୍‌ ମାସ୍କ ନିଷିଦ୍ଧ

ହଂକଂ,୫ା୧୦: ହଂକଂରେ ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ଗତ ଜୁନ୍‌ରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ବିକ୍ଷୋଭକୁ ୪ ମାସ ବିତିଛି। ସରକାର ଗତମାସରେ ଏହି ବିବାଦୀୟ ବିଲ୍‌କୁ ପ୍ରତ୍ୟାହାର କରିନେଇଥିଲେ ହେଁ ଜଳୁଥିବା ନିଆଁ ଲିଭୁନାହିଁ। ଅଦ୍ୟାବଧି ୧୭୫୦ ବିକ୍ଷୋଭକାରୀଙ୍କୁ ଅଟକ କିମ୍ବା ଗିରଫ କରାଯାଇଛି। ସେମାନଙ୍କୁ ମୁକ୍ତ କରିବା, ପୋଲିସ ବର୍ବରତାର ନିରପେକ୍ଷ ତଦନ୍ତ, ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ବାଚନକୁ ପ୍ରତ୍ୟକ୍ଷ କରି ସାବାଳକଙ୍କୁ ମତଦାନ ଅଧିକାର ପ୍ରଦାନ ଆଦି ଦାବିରେ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀ ପଛଘୁଞ୍ଚା ଦେବାର ନାଁ ଧରୁନାହାନ୍ତି। ଏହି ସ୍ଥଳେ ଚାଇନାର ୭୦ତମ ଜାତୀୟ ଦିବସ ପାଳନର ଦୁଇଦିନ ପରେ ହଂକଂରେ ଫେସ୍‌ ମାସ୍କକୁ ନିଷେଧ କରାଯାଇଛି। ହଂକଂରେ ସରକାର ବିରୋଧୀ ବିକ୍ଷୋଭ ଚତୁର୍ଥ ମାସରେ ପହଞ୍ଚତ୍ଥିବାବେଳେ ଫେସ୍‌ ମାସ୍କ (ମୁଖାବରଣ)କୁ ନିଷିଦ୍ଧ ଘୋଷଣା କରାଯାଇଛି। ହଂକଂ ମୁଖ୍ୟ କାର୍ଯ୍ୟନିର୍ବାହୀ କେରି ଲାମ୍‌ ଶୁକ୍ରବାର ଏକ ପୁରୁଣାକାଳିଆ ଜରୁରୀ ଆଇନ ବଳରେ ଏହା ଉପରେ କଟକଣା ଜାରି ଆନ୍ଦୋଳନକୁ ଚପାଇବା ଉଦ୍ୟମ କରିଛନ୍ତି। ଚାଇନାର ଅର୍ଦ୍ଧ ସ୍ବୟଂଶାସିତ କ୍ଷେତ୍ର ହଂକଂ ଉପରେ ଅଧିପତ୍ୟ ଜାହିର କରୁଥିବା ବେଜିଂ ଏହି ନିଷ୍ପତ୍ତିକୁ ‘ଅତ୍ୟନ୍ତ ଜରୁରୀ’ ଭାବେ ଅଭିହିତ କରି ସମର୍ଥନ କରିଥିବାବେଳେ ପ୍ରତିବାଦରେ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଫେସ୍‌ ମାସ୍କକୁ ନିଷିଦ୍ଧ ଘୋଷଣା କରି କରି ଲାମ୍‌ କହିଛନ୍ତି, ଅକ୍ଟୋବର ୧ରେ ବିକ୍ଷୋଭ ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ପରିସ୍ଥିତିକୁ ଅଧିକ ଖରାପରୁ ଖରାପ ହେବାକୁ ଦିଆଯାଇ ପାରିବ ନାହିଁ। ଏହା ସହରକୁ ଧ୍ୱଂସ କରିବାରେ ଲାଗିଥିବାରୁ ଏପରି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି। ଶନିବାରଠାରୁ ଏହି ଆଇନ କାର୍ଯ୍ୟକାରୀ ହେବ। ଏହାର ବୈଧତା ପାଇଁ ବ୍ୟବସ୍ଥାପିକାର ସହଯୋଗ ନିଆଯିବ ବୋଲି ସେ କହିଛନ୍ତି। ସେହପରି ଚାଇନାର ହଂକଂ ଓ ମକାଓ ବ୍ୟାପାର ମୁଖପାତ୍ର ୟାଙ୍ଗ୍‌ ଗୁଆଙ୍ଗ୍‌ କହିଛନ୍ତି, ହଂକଂରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଅରାଜକତା ଚାଲିପାରିବ ନାହିଁ। ହିଂସା ବନ୍ଦ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଆସିଛି। ତେଣୁ ଫେସ୍‌ ମାସ୍କ ଉପରେ କଟକଣା ଯଥାର୍ଥ। ସେପଟେ ଏହି ଘୋଷଣା ପରେ ବିକ୍ଷୋଭକାରୀମାନେ ଏହାକୁ ଅବଜ୍ଞା କରି ରାସ୍ତାକୁ ଓହ୍ଲାଇଛନ୍ତି। ହଜାର ହଜାର ବିକ୍ଷୋଭକାରୀ ମୁଖାବରଣ ପିନ୍ଧି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେଣ୍ଟ୍ରାଲ ବିଜିନେସ ଡିଷ୍ଟ୍ରିକ୍‌ ଓ ଅନ୍ୟ ଅଞ୍ଚଳରେ ସେମାନେ ‘ହଂକଂବାସୀ ବିରୋଧ କର’ ବୋଲି ସ୍ଲୋଗାନ ଦେଇଛନ୍ତି। ଫେସ୍‌ ମାସ୍କକୁ ନିଷିଦ୍ଧ କରାଯିବା ମାତ୍ରେ ଦୁଇଜଣ ବିକ୍ଷୋଭକାରୀ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। ଏହା ଲୋକଙ୍କ ମଧ୍ୟରେ ଭୟ ସଂଚାର କରିବା ସହ ସେମାନଙ୍କ ବାକ୍‌ ସ୍ବାଧୀନତା ଓ ଏକତ୍ରିତ ହେବାର ଅଧିକାରକୁ କ୍ଷୂଣ୍ଣ କରିବ ବୋଲି ସେମାନେ ଦାଏର କରିଥିବା ପିଟିଶନରେ ଉଲ୍ଲେଖ କରିଛନ୍ତି। କାରଣ ସାଧାରଣ ସମାଗମସ୍ଥଳରେ ମୁଖାବରଣ ପିନ୍ଧିଥିବା ବା ମୁହଁରେ ପେଣ୍ଟିଂ କରିଥିବା ବ୍ୟକ୍ତିଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ସେହିପରି ଚିହ୍ନଟ ପାଇଁ ଫେସ୍‌ ମାସ୍କ ହଟାଇବାକୁ ପୋଲିସର ନିର୍ଦ୍ଦେଶ ନ ମାନିଲେ ୬ ମାସ ଜେଲ ହୋଇପାରେ। ତେବେ ସ୍ବାସ୍ଥ୍ୟ କିମ୍ବା ଧାର୍ମିକ କାରଣରୁ ମାସ୍କ ପିନ୍ଧିଥିବା ପ୍ରମାଣ ଦେଇପାରିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇନତଃ ଅନୁମତି ମିଳିବ। ସରକାର ଆମକୁ ଉତ୍ତେଜିତ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ୧ ଲକ୍ଷ ଜଣଙ୍କୁ ରାସ୍ତାରେ ଗିରଫ କରିପାରିବେ କି ବୋଲି ଲୁଇ ନାମକ ଜଣେ ବିକ୍ଷୋଭକାରୀ ପ୍ରଶ୍ନ କରିଛନ୍ତି।
ଏହି ବିବାଦୀୟ ନିଷେଧାଦେଶକୁ କାର୍ଯ୍ୟକାରୀ କରିବା କଠିନ ହେବ ବୋଲି ବିଶ୍ଳେଷକମାନେ କହିଛନ୍ତି। ସେହିପରି ସମାଲୋଚକମାନେ ଏହାକୁ ଅନେକ ନିର୍ଦ୍ଦୟ ପଦକ୍ଷେପ ମଧ୍ୟରୁ ପ୍ରଥମ ଉପାୟ ଏବଂ ଆଗକୁ ଆଇନ ନାମରେ ଏକାଧିକ କଟକଣା ଜାରି ହୋଇପାରେ ବୋଲି ଚେତାଇଦେଇଛନ୍ତି। ଇତିମଧ୍ୟରେ ବ୍ରିଟେନ ବହିର୍ବ୍ୟାପାର ସଚିବ ଡୋମିନିକ୍‌ ରାବ୍‌ ରାଜନୈତିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?