Home

ଭାରତ ସୀମାରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ,୧୯।୯: ଜମ୍ମୁ-କଶ୍ମୀରରେ ଭାରତ କରିଥିବା ପରିବର୍ତ୍ତନ ପରେ ପାକିସ୍ତାନ ହଡବଡେଇ ଯାଇଛି। ଏଥିପାଇଁ ସେ ନିୟମିତ ଭାବେ ଭାରତ ବିରୋଧରେ କିଛି ନା କିଛି ଉଦ୍ୟମ ଜାରି ରଖିଛି। ନିକଟରେ ସେ ଏହାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ସାହାଯ୍ୟ ମାଗିଥିବା ବେଳେ…

ମୋଦି ସରକାରଙ୍କୁ କପିଲ୍‌ ସିବଲ୍‌ଙ୍କ କଡ଼ା ସମାଲୋଚନା: ଦେଶରେ ଚାଲିଛି ‘ହାଉଡି ଅର୍ଥନୀତି, ରାଉଡି ରାଜନୀତି’

ନୂଆଦିଲ୍ଲୀ,୧୯।୯: ଦେଶର ଆର୍ଥିକ ସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ନେତା କପିଲ୍‌ ସିବଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଗୁରୁବାର ଟୁଇଟ୍‌ ପୁଣି ଥରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସମ୍ପ୍ରତି ଦେଶରେ ‘ହାଉଡି ଅର୍ଥନୀତି, ରାଉଡି ରାଜନୀତି’ ଚାଲିଛି।…

ର଼୍ୟାଗିଂ ଘଟଣା: ୬ ଅନ୍ତେବାସୀ ହଷ୍ଟେଲରୁ ବହିଷ୍କୃତ ବହିଷ୍କାର ନିର୍ଦ୍ଦେଶ ପ୍ରତିବାଦରେ ଧାରଣା

କଟକ ଅଫିସ,୧୯।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ମଙ୍ଗଳବାର ହୋଇଥିବା ର଼୍ୟାଗିଂ ଅଭିଯୋଗରେ ୬ଜଣ ଅନ୍ତେବାସୀଙ୍କୁ ହଷ୍ଟେଲରୁ ବହିଷ୍କାର ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶକୁ ପ୍ରତିବାଦ କରି ବୁଧବାର ରାତିରେ ଇଷ୍ଟ ହଷ୍ଟେଲ ଅନ୍ତେବାସୀମାନେ ଧାରଣାରେ ବସିଥିଲେ। ଏପରି କି ମୁଖ୍ୟଫାଟକ…

ଶୋଭାପାଇବ ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ

କଟକ ରୋଡ,୧୯।୯(ଡି.ଏନ୍‌.ଏ.): ଚଳିତବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ନବମ ବର୍ଷରେ ପହଞ୍ଚିଛି। ପୂର୍ବରୁ ବିଭିନ୍ନ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଚଳିତଥର ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ ନିର୍ମାଣ କରିବାକୁ ଯାଉଛି। ଏହା ମୁଖ୍ୟ ଆକର୍ଷଣ…

ପୂର୍ବତଟ ରେଳପଥରେ ଆରମ୍ଭ ହେଲା ‘ଇ-କାର୍ଯ୍ୟାଳୟ’

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୂର୍ବତଟ ରେଳପଥରେ ବୁଧବାର ‘ଇ-କାର୍ଯ୍ୟାଳୟ’ ପ୍ରଣାଳୀ ଉଦ୍‌ଘାଟନ ହୋଇଛି। ଏହି ପ୍ରଣାଳୀକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିବାବେଳେ କାଗଜ ବିହୀନ ସବୁଜ ରେଳପଥ, କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବା ସକାଶେ ରେଳପଥ ପକ୍ଷରୁ ‘ଏନଆଇସି (ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର)…

ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଭଦ୍ରକ ଅଫିସ,୧୯।୯: ଭଦ୍ରକ ଟାଉନ ଥାନା ଅଧିନସ୍ଥ ଶଙ୍କରପୁର ଗାଁର ରାଜେଶ ରାଉତ(୩୦) ବୁଧବାର ରାତିରୁ ନିଖୋଜ ଥିଲେ। ରାତିରେ ମାଛ ଧରିବାକୁ ଯାଇ ସେ ଆଉ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ପୋଲିସ ଏବଂ ଅଗ୍ନିଶମ…

ସ୍ବେଚ୍ଛାସେବୀଙ୍କ ବନୀକରଣ ସଚେତନତାର ପ୍ରଶଂସା: ସିଡ୍‌ବଲ୍‌ରେ ‘ଧରିତ୍ରୀ’ ଲେଖି ସଜାଇଲେ

ପୁରୁଣା ଭୁବନେଶ୍ୱର,୧୯।୯ (ଡି.ଏନ.ଏ.): ବନୀକରଣ ପାଇଁ ଦୈନିକ ଖବରକାଗଜ ‘ଧରିତ୍ରୀ’ ସଚେତନତା ଓ ଉତ୍ସାହ ସୃଷ୍ଟି କରୁଥିବା ଦର୍ଶାଇ ନିଆରା ଢଙ୍ଗରେ ସମ୍ମାନ ଜଣାଇଛନ୍ତି ବହୁ ସ୍ବେଚ୍ଛାସେବୀ। ବନୀକରଣ କାର୍ଯ୍ୟରେ ନିୟୋଜିତ ଏହି ସ୍ବେଚ୍ଛସେବୀମାନେ ସିଡ୍‌ବଲ୍‌ ବା ବିହନ ପିଣ୍ଡୁଳାରେ ‘ଧରିତ୍ରୀ’…

ଆରମ୍ଭ ହେବ ‘ଜେଲ୍‌ ରେଡିଓ’: ଜେଲ ଅନ୍ତେବାସୀ ହେବେ ରେଡିଓ ଜକି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଅନ୍ୟ ରାଜ୍ୟ ପରି ଓଡିଶାର ବିଭିନ୍ନ ଜେଲ୍‌ରେ ରହୁଥିବା ଅନ୍ତେବାସୀମାନେ ରେଡିଓ ଜକି (ଆର୍‌ଜେ) ହୋଇ ଶୁଣାଇବେ ନିଜ ମନର କଥା। ଲୋକେ ଶୁଣିବେ ସେମାନଙ୍କ ଜୀବନର କାହାଣୀ। ଏଥିପାଇଁ ଆରମ୍ଭ ହେବ ‘ଜେଲ୍‌ ରେଡିଓ’। ପ୍ରାଥମିକ ପର୍ଯ୍ୟାୟରେ ଝାରପଡ଼ା…

ଗଡ଼କରୀଙ୍କ ନୂଆ ନିୟମକୁ ବିରୋଧ: ଦିଲ୍ଲୀରେ ଅଖ-ଚକ ଜାମ୍‌

ନୂଆଦିଲ୍ଲୀ,୧୯।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ନୂଆ ଜରିମାନା ନିୟମକୁ ବିରୋଧ କରି ଦିଲ୍ଲୀରେ ଗୁରୁବାର ଅଖ-ଚକ ଜାମ୍‌ ଡାକରା ଦିଆଯାଇଛି। ମିଳିତ ପରିବହନ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାରୁ ପରିବହନ ସେବା ଠପ୍‌ ହୋଇ ଯାଇଛି। ଏହାକୁ…

ତେଜସ୍‌ରେ ଉଡ଼ିଲେ ରାଜନାଥ

ବେଙ୍ଗାଲୁରୁ,୧୯।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍‌ ଗୁରୁବାର ଉଡ଼ାଣ କରିଛି। ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନୋଟିକ୍ସ୍‌ ଲିମିଟେଡ୍‌ ବିମାନ ବନ୍ଦରରୁ ଏହା ଉଡ଼ାଣ ଆରମ୍ଭ କରିଛି। ରାଜନାଥ ଏଥିରେ ଅଧଘଣ୍ଟା ପର୍ଯ୍ୟନ୍ତ…

ବାଜି ମାରିଲା ‘ରାଜି’

ମୁମ୍ବାଇ,୧୯।୯: ବଲିଉଡ୍‌ର ସବୁଠାରୁ ବଡ ଆଓ୍ବାର୍ଡ ମଧ୍ୟରେ ଗଣା ଯାଉଥିବା ଏକ ଆଓ୍ବାର୍ଡ ହେଉଛି ଇଣ୍ଟରନ୍ୟାଶନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ ଆଓ୍ବାର୍ଡ ବା (ଆଇଆଇଏଫ୍‌ଏ) ଆଇଫା। ୨୦୧୯ ଆଇଫା ଆଓ୍ବାର୍ଡରେ ଏଥର ବାଜି ମାରିଛି ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରାଜି’।…

ଗିରଫ ହେଲେ ଆଶୀର୍ବାଦ

କଟକ ଅଫିସ,୧୯।୯: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ସକାଳେ ସିବିଆଇ ଗିରଫ କରିଛି।ଭୋରରୁ କଟକ ସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିଛି। ଅନ୍ୟପଟେ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri