ଲୋୟର ପିଏମ୍‌ଜିରେ ଅଙ୍ଗନଓ୍ବାଡି କର୍ମୀ:୧୬ ଦଫା ଦାବି ନେଇ ଗର୍ଜିଲେ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ):ଦୀର୍ଘ ଦିନରୁ ଦାବି ପୂରଣ ହେଉ ନ ଥିବାରୁ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ଳେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ କର୍ମୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆସୋସିଏଶନ ପକ୍ଷରୁ ହଜାର ହଜାର ଅଙ୍ଗନଓ୍ବାଡି କର୍ମୀ ମାଷ୍ଟରକାଣ୍ଟିନଠାରେ ଏକତ୍ର ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ଏହାପରେ ଲୋୟର ପିଏମ୍‌ଜିଠାରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାରଣା ସ୍ଥଳରେ ଅଲ୍‌ ଇଣ୍ଡିଆ ଅଙ୍ଗନଓ୍ବାଡି ଓ୍ବାର୍କର୍ସ ଆସୋସିଏଶନ ସାଧାରଣ ସମ୍ପାଦିକା ଅଞ୍ଜଳି ପଟେଲ, ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ରାଜ୍ୟ ସଭାନେତ୍ରୀ ସୌଦାମିନୀ ଦାସ, କୋଷାଧ୍ୟକ୍ଷ ଗୀତାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅଙ୍ଗନାଓ୍ବାଡ଼ି କର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ଉଦ୍‌ବୋଧନ ଦେଇଥିଲେ।
ସଂଘର କହିବାନୁଯାୟୀ ୧୬ ଦଫା ଦାବିପତ୍ର ନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନର ବିକଳ୍ପ ବାଛିଛନ୍ତି। ଦାବିପତ୍ରରେ ଅଙ୍ଗନଓ୍ବାଡ଼ି କର୍ମୀ, ସହାୟିକା, ମିନି ଅଙ୍ଗନଓ୍ବାଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ସରକାରୀ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ଦରମା ପ୍ରଦାନ, ସହାୟିକାଙ୍କୁ ୯ହଜାର ଟଙ୍କା ଦରମା, ୨୦୧୮ ଆନ୍ଦୋଳନବେଳେ ଆକ୍ରୋଶମୂଳକ ଭାବେ ବହିଷ୍କାର କରାଯାଇଥିବା ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ପୁନଃନିଯୁକ୍ତି, ବଜାର ଦର ଅନୁସାରେ ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି, ଛୁଟି ଦିବସରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀଙ୍କୁ ୨ଗୁଣା ଦରମା ପ୍ରଦାନ ଆଦି ପ୍ରମୁଖ ଦାବି ରହିଛି। ଏ ଦାବିକୁ ନେଇ ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି। ହେଲେ ସରକାର ପ୍ରତିଶ୍ରୁତି ପାଳନ କରୁନାହାନ୍ତି। ତେଣୁ ବାଧ୍ୟ ହୋଇ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ଏକ ପ୍ରତିନିଧି ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କୁ ଭେଟି ୧୬ଦଫା ଦାବିପତ୍ର ପ୍ରଦାନ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri