ଓଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ୧୪ ବିଡିଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ୧୪ଜଣ ବିଡିଓଙ୍କୁ ବଦଳି କରି ଅନ୍ୟତ୍ର ନିଯୁକ୍ତି ଦେଇଛନ୍ତି। ଏନେଇ ସୋମବାର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଉଦଳା ବିଡିଓ ଦାମୋଦର ଖୁଣ୍ଟିଆଙ୍କୁ ଭଦ୍ରକ ବିଡିଓଭାବେ ବଦଳି କରାଯାଇଥିବା ବେଳେ ଭଦ୍ରକ ବିଡିଓ ଦେବଯାନୀ ଭୂୟାଁଙ୍କୁ ଉଦଳା, ଗଣିଆ ବିଡିଓ ଶ୍ରୀଧର ବିଶ୍ୱାଳଙ୍କୁ ମାର୍ଶାଘାଇ, ଗୋପ ବିଡିଓ କଲ୍ୟାଣ ସୌରଭ ଦାଶଙ୍କୁ ବାଲିକୁଦା, ନୀଳଗିରି ବିଡିଓ ପଲ୍ଲବୀ ସ୍ବାଇଁଙ୍କୁ ରରୁଅଁା, ତିରିଙ୍ଗି ବିଡିଓ ଦୀପ୍ତି ରଞ୍ଜନ ସେଠୀଙ୍କୁ ବାହାନଗା ଏବଂ ତିହିଡି ବିଡିଓ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ତିରିଙ୍ଗି ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ବନ୍ଧୁଗାଁ ବିଡିଓ ନୀଳାମ୍ବର ମହାନନ୍ଦଙ୍କୁ ଉଲୁଣ୍ଡା ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ବୈପାରୀଗୁଡା ବିଡିଓ ରବୀନ୍ଦ୍ର ନାଥ କଅଁରଙ୍କୁ ଖଜୁରିପଡା, ଗୁରୁଣ୍ଡିଆ ବିଡିଓ ଦେବେନ୍ଦ୍ର ନାଥ ମାହାନ୍ତଙ୍କୁ ହିନ୍ଦୋଳ ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ରଣପୁର ତହସିଲଦାର ଦୁର୍ଗା ଚରଣ ମୁର୍ମୁଙ୍କୁ ଧାମନଗର, କୋଟପାଡ ତହସିଲଦାର ଦୟାମୟ ପାଢୀଙ୍କୁ ପଦ୍ମପୁର, ବାଲିକୁଦା ତହସିଲଦାର ଶ୍ରୀଧର ଶଙ୍କର ସାହୁଙ୍କୁ ବେଲଗୁଣ୍ଠା ଏବଂ କୋଟଗଡ ତହସିଲଦାର ସୁବାସ ଚନ୍ଦ୍ର ରଇତଙ୍କୁ ବାଲିଗୁଡା ବିଡିଓ ଭାବେ ବଦଳି କରାଯାଇଛି। ଦାନଗଦି ବିଡିଓ ମଣି ପ୍ରସାଦ ମିଶ୍ର, ଗୋପ ବିଡିଓ ଦୀପ୍ତିରାଣୀ ଦାସ, ଗୁଡଭେଲା ବିଡିଓ ସୂର୍ଯ୍ୟ କୁମାର ନାୟକ, କରଞ୍ଜିଆ ବିଡିଓ ଶିବାଶିଷ ବରାଳ, ବରଗଡ ତହସିଲଦାର ସବ୍ୟସାଚୀ ପଣ୍ଡା, କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

ଡହଡହ ଖରାରେ କାମ କରୁଥିଲେ ସୋମନାଥ, ଅଂଶୁଘାତରେ ଚାଲିଗଲା ଜୀବନ; ପରିବାରକୁ ସହାୟତା ଯୋଗାଇ ଦେବାକୁ…

ବଲାଙ୍ଗୀର, ୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଓ୍ବାର୍ଡ ନମ୍ବର ୧୮ ଅନ୍ତର୍ଗତ ତୁଲସୀନଗର ପଡାର ଦୁର୍ଗାମଣ୍ଡପ ପଛପଟେ ରହୁଥିବା ସୋମନାଥ ବନଗୁଲା (୬୫)ଙ୍କ ଶୁକ୍ରବାର ଅଂଶୁଘାତରେ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri