ଓଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ୧୪ ବିଡିଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ୧୪ଜଣ ବିଡିଓଙ୍କୁ ବଦଳି କରି ଅନ୍ୟତ୍ର ନିଯୁକ୍ତି ଦେଇଛନ୍ତି। ଏନେଇ ସୋମବାର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଉଦଳା ବିଡିଓ ଦାମୋଦର ଖୁଣ୍ଟିଆଙ୍କୁ ଭଦ୍ରକ ବିଡିଓଭାବେ ବଦଳି କରାଯାଇଥିବା ବେଳେ ଭଦ୍ରକ ବିଡିଓ ଦେବଯାନୀ ଭୂୟାଁଙ୍କୁ ଉଦଳା, ଗଣିଆ ବିଡିଓ ଶ୍ରୀଧର ବିଶ୍ୱାଳଙ୍କୁ ମାର୍ଶାଘାଇ, ଗୋପ ବିଡିଓ କଲ୍ୟାଣ ସୌରଭ ଦାଶଙ୍କୁ ବାଲିକୁଦା, ନୀଳଗିରି ବିଡିଓ ପଲ୍ଲବୀ ସ୍ବାଇଁଙ୍କୁ ରରୁଅଁା, ତିରିଙ୍ଗି ବିଡିଓ ଦୀପ୍ତି ରଞ୍ଜନ ସେଠୀଙ୍କୁ ବାହାନଗା ଏବଂ ତିହିଡି ବିଡିଓ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ତିରିଙ୍ଗି ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ବନ୍ଧୁଗାଁ ବିଡିଓ ନୀଳାମ୍ବର ମହାନନ୍ଦଙ୍କୁ ଉଲୁଣ୍ଡା ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ବୈପାରୀଗୁଡା ବିଡିଓ ରବୀନ୍ଦ୍ର ନାଥ କଅଁରଙ୍କୁ ଖଜୁରିପଡା, ଗୁରୁଣ୍ଡିଆ ବିଡିଓ ଦେବେନ୍ଦ୍ର ନାଥ ମାହାନ୍ତଙ୍କୁ ହିନ୍ଦୋଳ ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ରଣପୁର ତହସିଲଦାର ଦୁର୍ଗା ଚରଣ ମୁର୍ମୁଙ୍କୁ ଧାମନଗର, କୋଟପାଡ ତହସିଲଦାର ଦୟାମୟ ପାଢୀଙ୍କୁ ପଦ୍ମପୁର, ବାଲିକୁଦା ତହସିଲଦାର ଶ୍ରୀଧର ଶଙ୍କର ସାହୁଙ୍କୁ ବେଲଗୁଣ୍ଠା ଏବଂ କୋଟଗଡ ତହସିଲଦାର ସୁବାସ ଚନ୍ଦ୍ର ରଇତଙ୍କୁ ବାଲିଗୁଡା ବିଡିଓ ଭାବେ ବଦଳି କରାଯାଇଛି। ଦାନଗଦି ବିଡିଓ ମଣି ପ୍ରସାଦ ମିଶ୍ର, ଗୋପ ବିଡିଓ ଦୀପ୍ତିରାଣୀ ଦାସ, ଗୁଡଭେଲା ବିଡିଓ ସୂର୍ଯ୍ୟ କୁମାର ନାୟକ, କରଞ୍ଜିଆ ବିଡିଓ ଶିବାଶିଷ ବରାଳ, ବରଗଡ ତହସିଲଦାର ସବ୍ୟସାଚୀ ପଣ୍ଡା, କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ମଙ୍ଗଳବାର ଭାଜପା ଷ୍ଟାର ପ୍ରଚାରକ ଲିଷ୍ଟରେ ଅନୁଭବଙ୍କ ନାଁ ଥିଲା।

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri