ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ):ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ହଟିବ ଜବରଦଖଲ। ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯାତାୟାତ ସହଜ ହେବ। ଏଥିପାଇଁ ସୋମବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଉଚ୍ଛେଦର ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖ ତଥା ପୂର୍ବପାର୍ଶ୍ୱରୁ ଜବରଦଖଲ ହଟାଯାଇଛି। ୧୮ କ୍ୟାବିନ୍‌, ୧୧ ଫାଷ୍ଟଫୁଡ ଦୋକାନ, ୧୮ ଉଠା ଦୋକାନ, ୪ ଅସ୍ଥାୟୀ ଘର, ୫ ଘରର ଆଜ୍‌ବେଷ୍ଟ, ୨ ପିଣ୍ଡି, ଭଜନ ମଣ୍ଡପକୁ ଲାଗି ରହିଥିବା ଛୋଟ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ମିଳିତ ଉଚ୍ଛେଦ ଟିମ୍‌ରେ ବିଏମ୍‌ସି, ବିଡିଏ, ଜିଏ, ଆର୍‌ ଆଣ୍ଡ ବି ଓ କମିଶନରେଟ୍‌ ପୋଲିସ୍‌ ସାମିଲ୍‌ ରହିଛି। ମଙ୍ଗଳବାର ବିନ୍ଦୁସାଗରରୁ ବଢେଇବାଙ୍କ ଛକ ଯାଏ ଉଚ୍ଛେଦ କରାଯିବ। ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଚିଠି ନଂ.୧୪୩୫ ଅନୁସାରେ ମିଳିତ ଟିମ୍‌ ଏହି ଉଚ୍ଛେଦ କରୁଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।
ଉଚ୍ଛେଦ ସମୟରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବାବେଳେ ବିଏମ୍‌ସିର ୧, ୩, ୪ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସାମିଲ ଥିଲା। ବିଡିଏର ଆଡିଶନାଲ କମିଶନର ହରିଶଚନ୍ଦ୍ର ନାୟକ(ଏନ୍‌ଫୋର୍ସମେଣ୍ଟ), ଉଚ୍ଛେଦ ଅଧିକାରୀ-୨ ପ୍ରମୋଦକୁମାର ପାତ୍ର, ଜୋନ୍‌ ଏସିପି ସୁବାଷଚନ୍ଦ୍ର ପଣ୍ଡା, ଲିଙ୍ଗରାଜ ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର, ବିଡିଏ ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପାଣିରେ ପଡ଼ିବ କୋଟି କୋଟି ଟଙ୍କା
ଶ୍ରୀଲିଙ୍ଗରାଜ ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଁ ଚାଲିଥିବା ପ୍ରକ୍ରିୟାରେ ଉଚ୍ଛେଦକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଉଚ୍ଛେଦ ପାଇଁ ପ୍ରଶାସନ ନୀଳ ନକ୍ସା ପ୍ରସ୍ତୁତ କରିଛି। ଟୁରିଷ୍ଟ ସେଡ୍‌, ବ୍ୟାଖ୍ୟାୟନ କେନ୍ଦ୍ର ଓ ଭଜନ ମଣ୍ଡପକୁ ଭଙ୍ଗାଯିବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଟୁରିଷ୍ଟ ସେଡ୍‌ ଓ ଅନ୍ୟ କେତେକ ନିର୍ମାଣ ଚାଲିଥିଲା। ଦୂରଦୃଷ୍ଟି ଅଭାବରୁ ଏହି ବହୁମୂଲ୍ୟ ନିର୍ମାଣ ମାଟିରେ ମିଶିବ, ପାଣିରେ ପଡ଼ିବ କୋଟିକୋଟି ଟଙ୍କା। ଜନସାଧାରଣ ଜବରଦଖଲ କଲେ ତାହାକୁ ବେଆଇନ କୁହାଯିବା ସହ ସମାଲୋଚନା କରାଯାଉଛି। କିନ୍ତୁ ନିଜେ ପର୍ଯ୍ୟଟନ ବିଭାଗ କିଭଳି ଅଯଥାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ତାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି।
କଲ୍ୟାଣମଣ୍ଡପରେ ଥାନା, ହାଟ ଘରେ ମନ୍ଦିର କାର୍ଯ୍ୟାଳୟ
ବଡ଼ଧରଣର ଉଚ୍ଛେଦ ପୂର୍ବରୁ ନିର୍ଦ୍ଧାରିତ ପରିସୀମା ମଧ୍ୟରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକୁ ସ୍ଥାନାନ୍ତର କରାଯିବ। ଉଚ୍ଛେଦ ତାଲିକାରେ ମନ୍ଦିର ସମ୍ମୁଖରେ ଥିବା ଶ୍ରୀଲିଙ୍ଗରାଜ ଥାନା ଓ ମନ୍ଦିର କାର୍ଯ୍ୟାଳୟ ରହିଛି। ଏହାକୁ ସ୍ଥାନାନ୍ତର କରାଯିବା ପାଇଁ ସୋମବାର ବିଡିଏ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତ୍ତି ଅନୁସାରେ, ନିକଟରେ ଥିବା କଲ୍ୟାଣ ମଣ୍ଡପକୁ ଥାନା ଓ ହାଟଘରକୁ ମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ। କିଛି ଦିନଯାଏ ଅସ୍ଥାୟୀ ଭାବେ ସେଠାରେ କାର୍ଯ୍ୟ ଚାଲିବ। ସ୍ଥାନାନ୍ତର ପାଇଁ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଥାନାକୁ ଗସ୍ତ କରି ଆଲୋଚନା କରିଛନ୍ତି। ବୈଠକରେ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ, ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଆଜି ବସିବ ସମୀକ୍ଷା ବୈଠକ
ମଙ୍ଗଳବାର ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଆଡିଶନାଲ କମିଶନର, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ। ପ୍ରଥମ ଦିନର ଉଚ୍ଛେଦ କିପରି ହୋଇଛି, କେତେ ଜବରଦଖଲ ହଟିଛି ଓ ଆଗକୁ ରହିଥିବା ସମସ୍ୟାର ସମାଧାନ କରାଯାଇ ଉଚ୍ଛେଦ କାର୍ଯ୍ୟ ସୁଚାରୁରୂପେ କରାଯିବ ସେ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri