ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି : ‘ଖଣି ଦୁର୍ନୀତି କରିଥିବା କମ୍ପାନୀକୁ ନିଲାମରେ ସାମିଲ କରନି’
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟ ସରକାର ୩୧ଟି ଖଣିର ନିଲାମ କରିବାକୁ ଯାଉଛନ୍ତି। ଯେଉଁ କମ୍ପାନୀଗୁଡିକ ଖଣି ଦୁର୍ନୀତିରେ ସାମିଲ ଥିଲେ ସେମାନଙ୍କୁ ଖଣି ନିଲାମରୁ ବାଦ୍ ଦିଆଯାଉ। ଯେଉଁମାନଙ୍କର ଷ୍ଟିଲ ଓ ଲୁହା ଉତ୍ପାଦନ କାରଖାନା ଅଛି ସେମାନଙ୍କୁ ଏହି କ୍ଷେତ୍ରରେ…
ଆଜି କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଦିନ ୧୨ଟା ୧୫ ମିନିଟ୍ରେ ଲୋକସେବା ଭବନରେ ଏହା ଅନୁଷ୍ଠିତ ହେବ। ବିଧାନସଭା ଶୀତ ଅଧିବେଶନ ଜାରି ରହିଥିବାରୁ କେଉଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଗୃହୀତ ହେବ,…
ଏମ୍ଏଲ୍ଓଏସ୍ରେ ପଞ୍ଜୀକୃତ ହେବେ ଡାକ୍ତର
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ୍ (ଏମ୍ଏଲ୍ଓଏସ୍)ରେ ପଞ୍ଜୀକୃତ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ‘ମୋ ସରକାର’ ଯୋଜନା ଆରମ୍ଭ…
ବିମାନବନ୍ଦରରୁ ଅଧକୋଟି ଟଙ୍କାର ସୁନା ଜବତ
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ଜଣେ ଯାତ୍ରୀଙ୍କଠାରୁ ୧୩୧୦.୬୫୦ ଗ୍ରାମର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ସୁନା ବିସ୍କୁଟଟି ୯୯ ପ୍ରତିଶତ ଶୁଦ୍ଧ ହୋଇଥିବାବେଳେ ବଜାର ମୂଲ୍ୟ ୫୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ…
ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି: ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର,୧୫-୧୧(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ନିଷ୍କର୍ଷ ବାହାରିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ବିଧାନସଭାରେ ଏ କଥା କହିଛନ୍ତି। କଂଗ୍ରେସ ପକ୍ଷରୁ…
ବାଣୀଙ୍କ ବିକିନି ଟପ୍କୁ ନେଇ ବିବାଦ
ମୁମ୍ବାଇ: ଭାରତରେ ଆସ୍ଥା ଓ ଧର୍ମର ମହତ୍ତ୍ୱ ଅଧିକ। ଏଣୁ ଏ କ୍ଷେତ୍ରରେ ପ୍ରାୟତଃ ସବୁବେଳେ କିଛି ନା କିଛି ବିବାଦ ଓ ଘଟଣା ଦେଖିବାକୁ ମିଳିଥାଏ। ବି-ଟାଉନ୍ ଅଭିନେତ୍ରୀ ବାଣୀ କପୁର ଏ ପରିପ୍ରେକ୍ଷୀରେ ଏବେ ବିବାଦରେ ଫସିଛନ୍ତି। ବାଣୀଙ୍କ…
ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ
ମୁମ୍ବାଇ: ଖୁବ୍ କମ୍ ଦିନରେ ହିଁ ବଲିଉଡ୍ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଏହାପରେ ‘୫୦ ଡ୍ରିମ୍ସ’ ଶେୟାର…
ରାଫାଲ ରାୟର ପୁନର୍ବିଚାର:କାହିଁକି ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୫-୧୧:ସୁପ୍ରିମକୋର୍ଟ ରାଫାଲ ରାୟର ପୁନର୍ବିଚାର ପାଇଁ ଦାଏର ପିଟିଶନଗୁଡ଼ିକୁ ଖାରଜ କରିବା ସହ ଏହି ବିବାଦର ଆଇନଗତ ଦିଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୩୬ ଫାଇଟର ଜେଟ୍ ଡିଲ୍କୁ ନେଇ ତଦନ୍ତ ବା ଏଫ୍ଆଇଆର୍ ଅନାବଶ୍ୟକ ବୋଲି ତିନିଜଣିଆ ଖଣ୍ଡପୀଠ କହିଛନ୍ତି।…
୨୦୨୦ରେ ଚନ୍ଦ୍ରୟାନ-୩
ବେଙ୍ଗାଲୁରୁ,୧୫-୧୧:ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ମୃଦୁ ଅବତରଣ କରାଇବାରେ ବିଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହାର ତୃତୀୟ ସଂସ୍କରଣର ସଫଳ ଅବତରଣ ଲାଗି କାମ ଆରମ୍ଭ କରିଛି। ଏଥିପାଇଁ ଇସ୍ରୋ ପକ୍ଷରୁ…
୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ
ଓଡ଼ଗାଁ,୧୫ା୧୧(ସ୍ବ.ପ୍ର.): ୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ । ପୁଅର ପତ୍ତା ନ ପାଇ ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଥିଲେ ପରିବାର ଲୋକେ। ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଆଇଆଇସିଙ୍କ ଉଦ୍ୟମ ଫଳରେ ହଜିଲା ପୁଅକୁ…
ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ
ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝିଙ୍କୁ ରାଜ୍ୟ ଖାଦ୍ୟ କମିଶନର ନିଲମ୍ବିତ କରିଛନ୍ତି। ଏଥିସହ ସହକାରୀ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ନିଲମ୍ବନର କାରଣ ସ୍ପଷ୍ଟ ହୋଇ ନ ଥିବା…
ଅଲିଭ୍ ରିଡ୍ଲେ ସୁରକ୍ଷା ଚିନ୍ତା: ମେ’୩୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା
ଭୁବନେଶ୍ୱର, ୧୫-୧୧(ବ୍ୟୁରୋ):ବିରଳ ଅଲିଭ୍ ରିଡ୍ଲେ କଇଁଛ ସୁରକ୍ଷା ପାଇଁ ସମୁଦ୍ରରୁ ମାଛଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏ ମାଛ ନ ଧରିବା ଲାଗି ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ…
Archives


