ଭାଜପା ରାଜ୍ୟ ସଭାପତି ପଦକୁ ନେଇ ଚର୍ଚ୍ଚା:ଗୋଷ୍ଠୀବାଦ ନା ଯୋଗ୍ୟତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଭାଜପାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାନୁୟାରୀ ପୂର୍ବରୁ ଶେଷ ହେବ। ବୁଥ୍‌ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ସବୁଠି ଦଳ ନିଜର ନେତୃତ୍ୱ ପରିବର୍ତ୍ତନ କରିବାକୁ ଯାଉଛି। ଏହି ପ୍ରକ୍ରିୟାର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ବାକି କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଦଳ ନୂଆ ରାଜ୍ୟ ସଭାପତି ଚୟନ କରିବ ବୋଲି କହୁଥିବାବେଳେ ଏହି ପଦବୀକୁ ନେଇ ଭାଜପା ନେତାମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ହେଲେ ରାଜ୍ୟ ଭାଜପାରେ ନିଜକୁ ସର୍ବେସର୍ବା ବୋଲାଉଥିବା ଜଣେ ନେତା ନିଜ ଗୋଷ୍ଠୀର ଜଣଙ୍କୁ ଏହି ଆସନରେ ବସାଇବା ଲାଗି ଯୋଜନା ଚଳାଇଛନ୍ତି।
ଏଥର ଭାଜପାର ରାଜ୍ୟ ସଭାପତି ପଦବୀ ହାତେଇବା ଲାଗି ବହୁ ନେତା ଆଗ୍ରହୀ ଅଛନ୍ତି। କେତେଜଣ ବରିଷ୍ଠ ନେତା ଗତ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବାରୁ ଆଶାୟୀଙ୍କ ସଂଖ୍ୟା ବଢିଯାଇଛି। ଅନ୍ୟପକ୍ଷରେ ନିର୍ବାଚନ ଲଢି ନ ଥିବା କେତେଜଣ ନେତା ରାଜ୍ୟରେ ନିଜକୁ ଭାଜପାର ସର୍ବେସର୍ବା ବୋଲାଉଥିବା ନେତାଙ୍କ ପଛରେ ବୁଲିବୁଲି ସଭାପତି ହେବାର ସ୍ବପ୍ନ ଦେଖୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟରେ ଭାଜପାର ଦୁର୍ବଳ ସ୍ଥିତିବେଳେ ଦଳ ପାଇଁ କାର୍ଯ୍ୟ କରିଆସିଥିବା ନେତାମାନଙ୍କୁ ଅଣଦେଖା କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅବଶ୍ୟ ଏହା କିଛି ନୂଆ ନୁହେଁ, ସାଧାରଣ ନିର୍ବାଚନ ସମୟରେ ଟିକେଟ ବଣ୍ଟନ ବେଳେ ଏହିଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଦଳର ଖରାପ ପରିସ୍ଥିତି ବେଳେ କାମ କରିଆସୁଥିବା ନେତାଙ୍କୁ ଟିକେଟ ମିଳିବା ବଦଳରେ ଯେଉଁମାନେ ଅନ୍ୟ ଦଳରୁ ଆସି ରାତିରେ ଭାଜପାରେ ସାମିଲ ହେଲେ ସେମାନେ ସକାଳେ ଟିକେଟ ନେଇ ଚାଲିଗଲେ। କିନ୍ତୁ ଏପରି ବହୁ ଆମଦାନୀ ନେତା ନିର୍ବାଚନ ଲଢେଇରେ ବିଫଳ ହେଲେ। ତେଣୁ ଏବେ ସଭାପତି ଚୟନ ସମୟରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବା ବେଳକୁ ଏହାକୁ ବିରୋଧ କରାଯାଉଥିବା ଚର୍ଚ୍ଚା ହେଉଛି।
ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ ଗତ ବିଧାନସଭା ନିର୍ବାଚନରେ ହାରିବାପରେ ସଭାପତି ପଦ ପାଇଁ ଆଗ୍ରହୀ ଥିବା କୁହାଯାଉଛି। କିଛିଦିନ ମଧ୍ୟରେ କନକବର୍ଦ୍ଧନ ବାରମ୍ବାର ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ନେତାଙ୍କ ନିକଟରେ ଏ ସମ୍ପର୍କିତ ପ୍ରସ୍ତାବ ରଖିଥିବା ଦଳ ଭିତରେ ଆଲୋଚନା ଚାଲିଛି। ଏହାସହ ଏଥର କେନ୍ଦ୍ରମନ୍ତ୍ରୀ ପଦ ନ ମିଳିବା ପରେ ଏମ୍‌ପି ଜୁଏଲ ଓରାମ ମଧ୍ୟ ସଭାପତି ଦୌଡ଼ରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ବରଗଡ ଏମ୍‌ପି ସୁରେଶ ପୂଜାରୀ ସଭାପତି ହେବା ସମ୍ଭାବନା ରହିଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯଦି ସଭାପତି ଆସନ ଲାଗି ସୁରେଶ ପୂଜାରୀ କିମ୍ବା ଜୁଏଲ ଓରାମଙ୍କ ନାମ ଆସେ ତେବେ ଦଳକୁ ନିଜ ଅନୁଯାୟୀ ଚଳାଇବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ପୁନଶ୍ଚ ବସନ୍ତ ପଣ୍ଡାଙ୍କୁ ଏହି ଆସନରେ ବସାଇଦେବାକୁ ପ୍ରୟାସ କରିବେ। ଭାଜପା ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି। ମାତ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସେତେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହିଁ। ସେଥିଲାଗି ଉପକୂଳ ଓଡ଼ିଶାର କାହାକୁ ଭାଜପା ସଭାପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏଭଳି ଜାଣିଶୁଣି ଚର୍ଚ୍ଚା ସୃଷ୍ଟି କରାଯାଉଛି ବୋଲି ଆଉ କେତେଜଣ ନେତା କହୁଛନ୍ତି। ସେହିପରି ବିଧାୟକମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦଳର ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ କହିଛନ୍ତି, ଦଳରେ ଗୋଷ୍ଠୀ ରାଜନୀତି ନାହିଁ। ଗଣତାନ୍ତ୍ରିକ ପଦ୍ଧତିରେ ଦଳ ଯୋଗ୍ୟତା ଏବଂ ଦକ୍ଷତା ଅନୁଯାୟୀ ସଭାପତି ଚୟନ କରିବ। ସମସ୍ତଙ୍କୁ ନେଇ ଯିଏ କାମ କରିପାରିବେ ତାଙ୍କୁ ହିଁ ସୁଯୋଗ ମିଳିବ।
ସେ ଆହୁରି କହିଛନ୍ତି ଯେ, ଗତ ଜୁଲାଇ ୬ରୁ ଆରମ୍ଭ ହୋଇଥିବା ସାଙ୍ଗଠନିକ ନିର୍ବାଚନ କାର୍ଯ୍ୟ ଡିସେମ୍ବରରେ ଶେଷ ହେବ ା ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି ା ୧୦୦୪ ମଣ୍ଡଳରୁ ୯୦୦ରୁ ଉର୍ଦ୍ଧ୍ୱ ମଣ୍ଡଳରେ ନିର୍ବାଚନ ଶେଷ ହୋଇଛି ା ଆସନ୍ତା ୧୪,୧୫ ଏବଂ ୧୬ ତାରିଖରେ ଭାଜପାର ୩୬ଟି ସାଙ୍ଗଠନିକ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ଦଳର ଜିଲା ସଭାପତି ନିର୍ବାଚନ ପୂର୍ବରୁ ଡିସେମ୍ବର ୧୧ ଏବଂ ୧୨ରେ ପ୍ରତ୍ୟେକ ଜିଲାକୁ ୨ଜଣ ଲେଖାଏ ପର୍ଯ୍ୟବେକ୍ଷକ ଯିବେ ା ନବନିଯୁକ୍ତ ମଣ୍ଡଳ ସଭାପତି ଏବଂ ଜିଲା ପ୍ରତିନିଧିମାନଙ୍କ ପରାମର୍ଶ ନେଇ ଜିଲା ନିର୍ବାଚନ କରାଯିବ ା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଏମ୍‌ପି ରାଜୀବ ପ୍ରତାପ ରୁଡ଼ିଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପଯର୍‌ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଜିଲା ନିର୍ବାଚନ ପ୍ରକ୍ରିୟା ଆସନ୍ତା ୧୬ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ତାରିଖ ଘୋଷଣା କରିବ ବୋଲି ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri