ମୁନ୍ନାରରେ ଭୂସ୍ଖଳନରେ ୧୨ ମୃତ: ଚା’ ବଗିଚାର ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିଖୋଜ
ମୁନ୍ନାର,୭।୮: କେରଳ ମୁନ୍ନାରରେ କିଛି ଦିନ ହେଲା ଲଗାତର ଭାବେ ମୂଷାଳଧାର ବର୍ଷା ହେଉଛି। ଏଥିଯୋଗୁ ଇଡୁକି ଜିଲାର ରାଜମଲାରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାାରେ ୨୦ଟି ପରିବାରର ଘର ଉପରେ ଏକ ବଡ଼ ପାହାଡ଼ ପଡ଼ିଯାଇଛି। ଉକ୍ତ ପରିବାରର…
ନୀଳଗିରି ଏନ୍ଏସି ଶଟ୍ଡାଉନ୍
ସଜନାଗଡ଼,୭ା୮(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏନ୍ଏସିକୁ ଶଟଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ପୂର୍ବାହ୍ନ ୫ଟା ପର୍ଯ୍ୟନ୍ତ ଶଟ୍ଡାଉନ୍ ରଖିବାକୁ ଘୋଷଣା କରିଛନ୍ତି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ନିୟମ ମୁତାବକ…
ବୁଗୁଡ଼ା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ନୂତନ
ବୁଗୁଡ଼ା,୭।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗଡ଼ାରେ ଥିବା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଶୁକ୍ରବାର ନୂତନ ମଲ୍ଲିକ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଉପକୋଷାଗାରର ସେ ପ୍ରଥମ ମହିଳା ଅଧିକାରୀ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା…
ରାଜ୍ୟରେ ହେବ ଆଉ ୬ ନୂଆ ଥାନା
ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟରେ ଆଉ ୬ଟି ନୂଆ ଥାନା ଏବଂ ୯୦୫ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଥିବା ଥାନାର ସୀମା ଭାଗ କରାଯାଇ ଏହି ନୂଆ ଥାନା ହେବ। ଖଣ୍ଡଗିରି, ଅନୁଗୋଳ ଟାଉନ…
ଏବେ ଏମିତି ଜୀବନ ବିତାଉଛନ୍ତି ରାନୁ ମଣ୍ଡଳ
କୋଲକାତା: ବର୍ତ୍ତମାନ କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି ରହିଥିବାରୁ ଏଥିରେ ଅନେକ କଳାକାର ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ରାନୁ ମଣ୍ଡଳ। ଏକଦା ଷ୍ଟେଶନରେ ଲତା ମଙ୍ଗେସକରଙ୍କ କଣ୍ଠରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା…
ରାଜଧାନୀର ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଜାଣନ୍ତୁ…
ନୂଆଦିଲ୍ଲୀ,୭।୮: ମଦ ପ୍ରେମୀଙ୍କ ପାଇଁ ଖୁସିଖବର। ଦିଲ୍ଲୀ ସରକାର ରାଜଧାନୀରେ ୧ ଘଣ୍ଟା ଅଧିକ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି କରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗୁରୁବାର ଅବକାରୀ ବିଭାଗ…
ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରିୟା: ସୁଶାନ୍ତଙ୍କ ଭଉଣୀ ଲେଖିଲେ ‘ହର ହର ମହାଦେବ’
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତଦନ୍ତ ବେଳେ ଟଙ୍କା ହେରଫେର କଥା ଉଠୁଥିବାରୁ ସନ୍ଦେହ ଘେରକୁ ଆସିଛନ୍ତି ପ୍ରେମିକା…
ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ପ୍ରସଙ୍ଗ : ବୟାନ ରଖିଲେ ଅଭିଯୋଗକାରୀ ସେବାୟତ
ପୁରୀ ଅଫିସ, ୭।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ଘଟଣାରେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗକାରୀ ସେବାୟତ ଈପ୍ସିତ ପ୍ରତିହାରୀ ବୟାନ ରଖିଛନ୍ତି। ଏହି ପ୍ରସଙ୍ଗରେ ବୟାନ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଈପ୍ସିତଙ୍କୁ ନୋଟିସ୍ ଦିଆଯାଇଥିଲା।…
ଏହି ୧୦ ଗୁଣ ଥିଲେ କର୍ମକ୍ଷେତ୍ରରେ ହୋଇପାରିବେ ସଫଳ: ନିଜକୁ ପରଖି ନିଅନ୍ତୁ…
ଚାକିରି, କେତେଜଣ ଏହାକୁ ଖୁସିରେ କରିଥାନ୍ତି ତ ଆଉ କେତେକ ବାଧ୍ୟରେ। ହେଲେ ଯେଉଁ ବି କାମ ଆମେ କରୁଛେ ତାକୁ ମନଲଗାଇ କଲେ ସେଥିରେ ସଫଳତା ମିଳିଥାଏ। ଚାକିରି ମଧ୍ୟ ସେମିତି। ମନଲଗାଇ କଲେ ସେଥିରେ ସଫଳତା ନିଶ୍ଚୟ ମିଳିଥାଏ।…
ଏହି ବ୍ୟକ୍ତିଙ୍କୁ ପସନ୍ଦ ନ ଥିଲା ନୀଳ ଆଖି: ବିବାହ ପରେ ଘଟିଲା ଏମିତି କିଛି…
କୁହାଯାଏ ଜଣେ ବ୍ୟକ୍ତି ସଚ୍ଚୋଟ କି ନୁହେଁ ତାହା ତା’ର ଆଖିରୁ ଜଣାପଡିଥାଏ। ହେଲେ ଦେଖିବା ଲୋକର ନଜର ଠିକ୍ ଥିବା ଦରକାର। ସମସ୍ତେ ଚାହାନ୍ତି ତାଙ୍କ ଆଖି ସୁନ୍ଦର ହେଉ। କାରଣ ହୃଦୟର କଥା ଆଖି ମାଧ୍ୟମରେ କୁହାଯାଏ। ଏହି…
ଏମ୍ସରେ ପଦବୀ ଖାଲି, ବହୁ ମେଶିନ ଅଚଳ
ଭୁବନେଶ୍ୱର,୭।୮ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)କୁ ପ୍ରତିଦିନ ଓଡ଼ିଶା ତଥା ପଡୋଶୀ ରାଜ୍ୟରୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଅଧିକାଂଶ ଜରୁରିକାଳୀନ ଚିକିତ୍ସା ଆଶାରେ ଏହି କେନ୍ଦ୍ରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଆସିଥାନ୍ତି।…
ରେକର୍ଡ ନିଶାରେ ବାନ୍ଧ କାରିଗର ଘନଶ୍ୟାମ
ସୋନପୁର,୭ା୮: ଘନଶ୍ୟାମ ମେହେର। ବୟସ ୪୦। ଘର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକିରାପଡା। ବୟନଶିଳ୍ପରେ ସୂକ୍ଷ୍ମ କାରିଗରି ଓ ଉତ୍କୃଷ୍ଟ କଳା ନିପୁଣତା ପାଇଁ ଘନଶ୍ୟାମଙ୍କ ପଶ୍ଚିମ ଓଡ଼ିଶାରେ ବେଶ୍ ସୁନାମ ରହିଛି। ମା’ ମାଳତୀ ଓ ବାପା…
Archives


