୮ ବୃଦ୍ଧଙ୍କୁ ବିବାହ କରି କଳାକନା ବୁଲାଇଲେ ଯୁବତୀ

ଲକ୍ଷ୍ନୌ, ୫।୯: ଗତ ୧୦ ବର୍ଷ ମଧ୍ୟରେ ୮ ଜଣ ବୃଦ୍ଧଙ୍କୁ ବିବାହ କରି ପରେ ଘରେ କଳାକନା ବୁଲାଇଥିବା ଜଣେ ଯୁବତୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ଯୁବତୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଗାଜିଆବାଦ୍‌ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ମିଳିବା ପରେ ପୋଲିସ ଟିମ୍‌ ଯୋଜନାବଦ୍ଧଭାବେ ଯୁବତୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଯୁବତୀ ଜଣକ କେବଳ ବୃଦ୍ଧଙ୍କୁ ଟାର୍ଗେଟ୍‌ କରୁଥିବା ପୋଲିସ ଜାଣିପାରିଥିଲା। ଶେଷଥର ଅଭିଯୁକ୍ତା ଯୁବତୀ ମୋନିକା ମାଲିକ୍‌ ୬୬ ବର୍ଷ ବୟସ୍କ କଣ୍ଟ୍ରାକ୍ଟର ଯୁଗଳ କିଶୋରଙ୍କୁ ୨୦୧୯ ଅଗଷ୍ଟରେ ବିବାହ କରିଥିଲେ। ପରେ ତାଙ୍କଠାରୁ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ ଲୁଟି ଫେରାର ହୋଇଯାଇଥିଲେ। ଏହି ବିବାହ ଖନ୍ନା ମାଟ୍ରିମୋନିଆଲ ସଂସ୍ଥା ସହାୟତାରେ କୋର୍ଟରେ ହୋଇଥିଲା। ବିବାହ ସମୟରେ ମୋନିକା ନିଜକୁ ଜଣେ ଛାଡ଼ପତ୍ର ପାଇଥିବା ମହିଳା ଭାବେ ଦର୍ଶାଇଥିଲେ। ଲୁଟ୍‌ ହେବାପରେ ଯୁଗଳ ଖନ୍ନା ମାଟ୍ରିମୋନିଆଲ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ l ତେବେ ତାଙ୍କୁ ସଂସ୍ଥା ପକ୍ଷରୁ ଧମକ ଦିଆଯାଇଥିଲା। ଏନେଇ ଯୁଗଳ ଥାନାରେ ଏତଲା ଦାଏର କରିଥିଲେ। ପରେ ମୋନିକାଙ୍କ ସମସ୍ତ ବିବାହର ପର୍ଦ୍ଦାଫାଶ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅକାରଣେ ମାସେ ଜେଲ

ମୁମ୍ବାଇ/ନୂଆଦିଲ୍ଲୀ,୨୮ା୫: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ନାଟକୀୟ ଗିରଫଦାରି ଆରମ୍ଭରୁ ଚର୍ଚ୍ଚିତ ଥିଲା। ଏହି ମାମଲାରେ...

ଜନ୍ମରୁ ଦୁଇ ହାତ ନାହିଁ, ଥୋଡିରେ ଖେଳନ୍ତି ସ୍ନୁକର

ମନରେ ଦୃଢ ଇଚ୍ଛାଶକ୍ତି ଥିଲେ, କୌଣସି କାମ ଅସମ୍ଭବ ନୁହେଁ। କଠିନରୁ କଠିନ ପରିସ୍ଥିତି ବି ଲକ୍ଷ୍ୟରୁ ବିଚ୍ୟୁତି କରିପାରିବ ନାହିଁ। ମହମ୍ମଦ ଇକ୍ରମ୍‌ ହେଉଛନ୍ତି...

ଥମୁନି ସିଏଏ ନିଆଁ: ଉତ୍ତରପ୍ରଦେଶର ୧୪ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ...

କରୋନା ଭାଇରସ: ନଏଡ଼ାରେ ହୋଇପାରେ ୪ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବୁଧବାର ସୁଦ୍ଧା ଭାରତରେ ୧୬୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ...

ତିନି ମାସ ପରେ ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୪ ।୯: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ତା’ର ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି...

ଡାକ୍ତରଖାନା ବାହାରେ ଅମ୍ଳଜାନ ନ ପାଇ ଆଖି ବୁଜିଥିଲେ ମା’: ଏବେ ତାଙ୍କ ସ୍ମୃତିରେ କିଛି ଏଭଳି କରି ଉଦାହରଣ ପାଲଟିଲେ ଝିଅ

ମହାମାରୀ କରୋନାର ଦ୍ୱିତୀୟ ଲହରରେ ପ୍ରିୟଜନଙ୍କୁ ହରାଇଛନ୍ତି ଅନେକେ। ସେମାନଙ୍କ ମଧ୍ୟରୁ କିଛି ଦୁଃଖଦ ସମୟରୁ ନିଜକୁ ବାହାର କରି କିଛି ଅଲଗା କରି ଉଦାହରଣ...

ସିଆଚେନ ହସ୍ପିଟାଲକୁ ଉପହାରରେ ମିଳିଲା ଅକ୍ସିଜେନ ପ୍ଲାଣ୍ଟ

ଜମ୍ମୁ,୫।୧୦: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ଯବାନ ଜୀବନକୁ ବାଜି ଲଗାଇ ମାତୃଭୂମୀର ରକ୍ଷା କରିଥାଆନ୍ତି। ପ୍ରାୟ ୨୨ହଜାର ଫୁଟ ଉପରେ...

ପାର୍କ ଯାଉ ଯାଉ ଗଛ ପ୍ରେମରେ ପଡିଲେ ଏହି ମହିଳା: ଆଉ ତା’ପରେ

ଇଂଲଣ୍ଡର ଜଣେ ମହିଳାଙ୍କ ବିବାହ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ମହିଳା ମଣିଷ କି ପଶୁ ନୁହେଁ, ଗଛକୁ ବିବାହ କରିଛନ୍ତି। ମହିଳା ଜଣକ ଗଛ...

Advertisement
Archives

Model This Week