Posted inଜାତୀୟ

‘ମଣିଷ ପଣିଆ ଜାରି ରଖ’

ହାଇଦ୍ରାବାଦ୍‌,୫।୯(ପିଟି): କୋଭିଡ୍‌-୧୯ ମହାମାରୀ ସମୟରେ ଦେଶବାସୀ ପୋଲିସର ମଣିଷ ପଣିଆକୁ ଦେଖିଛନ୍ତି। ଆଉ ଏହି ମଣିଷ ପଣିଆକୁ ଜାରି ରଖିପାରିଲେ ଦେଶର ପ୍ରଭୁତ ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାଶନାଲ ପୋଲିସ ଏକାଡେମୀ (ଏସ୍‌ଭିପିଏନ୍‌ପିଏ)ରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ୨୦୧୮ ବ୍ୟାଚ୍‌ର ଶିକ୍ଷାନବିଶ (ପ୍ରୋବେଶନ)ଙ୍କ ଦୀକ୍ଷାନ୍ତ ସମାରୋହକୁ ଭର୍ଚୁଆଲ୍‌ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଦେଶବାସୀ ପୋଲିସ ଖାକିର ମଣିଷ ପଣିଆ ଦେଖିଛନ୍ତି। ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ପୋଲିସ ରାସ୍ତାରେ ଗୀତ ବୋଲନ୍ତି। ଏପରି କି ଯେଉଁମାନେ ରାସ୍ତାକଡ଼ରେ ରହୁଥିଲେ ସେମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇଛନ୍ତି। ବିଶେଷକରି ନିଜ ଜୀବନକୁ ବିପଦରେ ପକାଇ ରୋଗୀଙ୍କୁ ହସ୍ପିଟାଲକୁ ନେଇଛନ୍ତି। ସାଧାରଣ ଲୋକର ଆଖିରେ ପୋଲିସ ଖାକି ପ୍ରତି ଏକ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇପାରିଛି। ଆମେ କହିପାରିବା ନାହିଁ ଯେ, ପୂର୍ବରୁ ପୋଲିସ କିଛି ଭଲ କାମ କରୁ ନ ଥିଲା। କିନ୍ତୁ କରୋନା ମୁକାବିଲା ସମୟରେ ପୋଲିସର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ମୋଦି କହିଛନ୍ତି। ଯୋଗ ଓ ପ୍ରାଣାୟମ ଶରୀର ପାଇଁ ଜରୁରୀ ଅଟେ। ଏହା ମନରେ ଆସୁଥିବା ଅବସାଦକୁ ଦୂର କରିଥାଏ। ଯଦି ତୁମେମାନେ ହୃଦୟରୁ କାୈଣସି କାମ କରିବ ତେବେ ଏହାର ସୁଫଳ ନିଶ୍ଚିତଭାବେ ପାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଏଠାରେ ଟ୍ରେନିଂ ନେଉଥିବା ଶିକ୍ଷାନବିଶଙ୍କ ସହ ମୋଦି ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତାଳପ କରିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ବିପଦ ସମୟରେ ପୋଲିସର ସେବା ମନୋଭାବ ସମାଜ ପାଇଁ ନିତାନ୍ତ ଜରୁରୀ। ଯାହାଦ୍ୱାରା ଏକ ସାଧାରଣ ନାଗରିକର ପୋଲିସ ପ୍ରତି ବିଶ୍ୱାସ ବଢ଼ିପାରିବ। ପୋଲିସର ସେବାମୂଳକ କାର୍ଯ୍ୟଧାରା ପ୍ରତ୍ୟେକ ପୋଲିସ ଷ୍ଟେଶନଗୁଡ଼ିକରେ ଲିଖିତ ଭାବେ ରହିବା ଆବଶ୍ୟକ। ବିଶେଷକରି ଏହି ସବୁ କାର୍ଯ୍ୟରେ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକ ସାମିଲ କରିବାକୁ ହେବ। ଫଳରେ ଏହା ଦ୍ୱାରା ବୃଦ୍ଧ, ଯୁବଗୋଷ୍ଠୀ ଏବଂ ଆଗାମୀ ପିଢ଼ି ପୋଲିସର କାର୍ଯ୍ୟଧାରା ସମ୍ପର୍କରେ ଜାଣିପାରିବେ। କରୋନା ମହାମାରୀ ପୋଲିସ କର୍ମଚାରୀଙ୍କୁ ନେତୃତ୍ୱ ନେବାର ଏକ ସୁଯୋଗ ପ୍ରଦାନ କରିଛି। ପୋଲିସ କର୍ମଚାରୀମାନେ ଯେ, କେବଳ ପ୍ରବାସୀ ଶ୍ରମିକଙ୍କୁ ସେବା ଯୋଗାଇଛନ୍ତି ତା’ ନୁହେଁ ବରଂ ନିଜ ଭିତରେ ଏକ ପ୍ରକାର ନେତୃତ୍ୱ ନେବାର ଶକ୍ତି ମଧ୍ୟ ବୃଦ୍ଧି କରିଛନ୍ତି। ପୋଲିସ ଅଧିକାରୀମାନେ ଯେପରି ଜାତୀୟ ପତାକାକୁ ନେଇ ଗର୍ବିତ ମନେ କରନ୍ତି ସେହିଭଳିଭାବେ ପୋଲିସ ପୋଷାକକୁ ନେଇ ମଧ୍ୟ ଗର୍ବ କରିବାର ଆବଶ୍ୟକତା ରହିଛି। ଖାକି ପୋଷାକକୁ ନେଇ ଗର୍ବ କରିବା ଉଚିତ, ଏହାର କ୍ଷମତାକୁ ନୁହେଁ ବୋଲି ଶିକ୍ଷାନବିଶଙ୍କୁ ମୋଦି କହିଛନ୍ତି। ସମ୍ପ୍ରତି ପୋଲିସ ସେବାରେ ଟେକ୍ନୋଲୋଜିର ବ୍ୟବହାର ନିତାନ୍ତ ଜରୁରୀ ହୋଇପଡ଼ିଛି। କନ୍‌ଷ୍ଟେବଳସ୍ତରରୁ ସମସ୍ତେ ନୂଆ ନୂଆ ଟେକ୍ନୋଲୋଜି ସହିତ ବିଶେଷଭାବେ ଅବଗତ ହେବା ଆବଶ୍ୟକ। ବିଗ୍‌ ଡାଟା, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏବଂ ସୋସିଆଲ୍‌ ମିଡିଆ ପୋଲିସର ନୂଆ ଅସ୍ତ୍ର ସାଜିଛି। ଏହାକୁ ଠିକ୍‌ଭାବେ ବ୍ୟବହାର କରିବାର ଆବଶ୍ୟକ ରହିଛି। ଯୁବ ଅଫିସରମାନେ କ୍ଷେତ୍ରସ୍ତରରେ କାର୍ଯ୍ୟକରିବା ପାଇ ବେଶ୍‌ ପ୍ରସ୍ତୁତ ରହିଛନ୍ତି। ହେଲେ ଆମମାନଙ୍କୁ ସତର୍କ ମଧ୍ୟ ରହିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ ମୋଟ ୧୩୧ଜଣ ଶିକ୍ଷାନବିଶ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri