Posted inଜାତୀୟ

‘ମଣିଷ ପଣିଆ ଜାରି ରଖ’

ହାଇଦ୍ରାବାଦ୍‌,୫।୯(ପିଟି): କୋଭିଡ୍‌-୧୯ ମହାମାରୀ ସମୟରେ ଦେଶବାସୀ ପୋଲିସର ମଣିଷ ପଣିଆକୁ ଦେଖିଛନ୍ତି। ଆଉ ଏହି ମଣିଷ ପଣିଆକୁ ଜାରି ରଖିପାରିଲେ ଦେଶର ପ୍ରଭୁତ ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାଶନାଲ ପୋଲିସ ଏକାଡେମୀ (ଏସ୍‌ଭିପିଏନ୍‌ପିଏ)ରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ୨୦୧୮ ବ୍ୟାଚ୍‌ର ଶିକ୍ଷାନବିଶ (ପ୍ରୋବେଶନ)ଙ୍କ ଦୀକ୍ଷାନ୍ତ ସମାରୋହକୁ ଭର୍ଚୁଆଲ୍‌ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଦେଶବାସୀ ପୋଲିସ ଖାକିର ମଣିଷ ପଣିଆ ଦେଖିଛନ୍ତି। ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ପୋଲିସ ରାସ୍ତାରେ ଗୀତ ବୋଲନ୍ତି। ଏପରି କି ଯେଉଁମାନେ ରାସ୍ତାକଡ଼ରେ ରହୁଥିଲେ ସେମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇଛନ୍ତି। ବିଶେଷକରି ନିଜ ଜୀବନକୁ ବିପଦରେ ପକାଇ ରୋଗୀଙ୍କୁ ହସ୍ପିଟାଲକୁ ନେଇଛନ୍ତି। ସାଧାରଣ ଲୋକର ଆଖିରେ ପୋଲିସ ଖାକି ପ୍ରତି ଏକ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇପାରିଛି। ଆମେ କହିପାରିବା ନାହିଁ ଯେ, ପୂର୍ବରୁ ପୋଲିସ କିଛି ଭଲ କାମ କରୁ ନ ଥିଲା। କିନ୍ତୁ କରୋନା ମୁକାବିଲା ସମୟରେ ପୋଲିସର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ମୋଦି କହିଛନ୍ତି। ଯୋଗ ଓ ପ୍ରାଣାୟମ ଶରୀର ପାଇଁ ଜରୁରୀ ଅଟେ। ଏହା ମନରେ ଆସୁଥିବା ଅବସାଦକୁ ଦୂର କରିଥାଏ। ଯଦି ତୁମେମାନେ ହୃଦୟରୁ କାୈଣସି କାମ କରିବ ତେବେ ଏହାର ସୁଫଳ ନିଶ୍ଚିତଭାବେ ପାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଏଠାରେ ଟ୍ରେନିଂ ନେଉଥିବା ଶିକ୍ଷାନବିଶଙ୍କ ସହ ମୋଦି ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତାଳପ କରିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ବିପଦ ସମୟରେ ପୋଲିସର ସେବା ମନୋଭାବ ସମାଜ ପାଇଁ ନିତାନ୍ତ ଜରୁରୀ। ଯାହାଦ୍ୱାରା ଏକ ସାଧାରଣ ନାଗରିକର ପୋଲିସ ପ୍ରତି ବିଶ୍ୱାସ ବଢ଼ିପାରିବ। ପୋଲିସର ସେବାମୂଳକ କାର୍ଯ୍ୟଧାରା ପ୍ରତ୍ୟେକ ପୋଲିସ ଷ୍ଟେଶନଗୁଡ଼ିକରେ ଲିଖିତ ଭାବେ ରହିବା ଆବଶ୍ୟକ। ବିଶେଷକରି ଏହି ସବୁ କାର୍ଯ୍ୟରେ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକ ସାମିଲ କରିବାକୁ ହେବ। ଫଳରେ ଏହା ଦ୍ୱାରା ବୃଦ୍ଧ, ଯୁବଗୋଷ୍ଠୀ ଏବଂ ଆଗାମୀ ପିଢ଼ି ପୋଲିସର କାର୍ଯ୍ୟଧାରା ସମ୍ପର୍କରେ ଜାଣିପାରିବେ। କରୋନା ମହାମାରୀ ପୋଲିସ କର୍ମଚାରୀଙ୍କୁ ନେତୃତ୍ୱ ନେବାର ଏକ ସୁଯୋଗ ପ୍ରଦାନ କରିଛି। ପୋଲିସ କର୍ମଚାରୀମାନେ ଯେ, କେବଳ ପ୍ରବାସୀ ଶ୍ରମିକଙ୍କୁ ସେବା ଯୋଗାଇଛନ୍ତି ତା’ ନୁହେଁ ବରଂ ନିଜ ଭିତରେ ଏକ ପ୍ରକାର ନେତୃତ୍ୱ ନେବାର ଶକ୍ତି ମଧ୍ୟ ବୃଦ୍ଧି କରିଛନ୍ତି। ପୋଲିସ ଅଧିକାରୀମାନେ ଯେପରି ଜାତୀୟ ପତାକାକୁ ନେଇ ଗର୍ବିତ ମନେ କରନ୍ତି ସେହିଭଳିଭାବେ ପୋଲିସ ପୋଷାକକୁ ନେଇ ମଧ୍ୟ ଗର୍ବ କରିବାର ଆବଶ୍ୟକତା ରହିଛି। ଖାକି ପୋଷାକକୁ ନେଇ ଗର୍ବ କରିବା ଉଚିତ, ଏହାର କ୍ଷମତାକୁ ନୁହେଁ ବୋଲି ଶିକ୍ଷାନବିଶଙ୍କୁ ମୋଦି କହିଛନ୍ତି। ସମ୍ପ୍ରତି ପୋଲିସ ସେବାରେ ଟେକ୍ନୋଲୋଜିର ବ୍ୟବହାର ନିତାନ୍ତ ଜରୁରୀ ହୋଇପଡ଼ିଛି। କନ୍‌ଷ୍ଟେବଳସ୍ତରରୁ ସମସ୍ତେ ନୂଆ ନୂଆ ଟେକ୍ନୋଲୋଜି ସହିତ ବିଶେଷଭାବେ ଅବଗତ ହେବା ଆବଶ୍ୟକ। ବିଗ୍‌ ଡାଟା, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏବଂ ସୋସିଆଲ୍‌ ମିଡିଆ ପୋଲିସର ନୂଆ ଅସ୍ତ୍ର ସାଜିଛି। ଏହାକୁ ଠିକ୍‌ଭାବେ ବ୍ୟବହାର କରିବାର ଆବଶ୍ୟକ ରହିଛି। ଯୁବ ଅଫିସରମାନେ କ୍ଷେତ୍ରସ୍ତରରେ କାର୍ଯ୍ୟକରିବା ପାଇ ବେଶ୍‌ ପ୍ରସ୍ତୁତ ରହିଛନ୍ତି। ହେଲେ ଆମମାନଙ୍କୁ ସତର୍କ ମଧ୍ୟ ରହିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ ମୋଟ ୧୩୧ଜଣ ଶିକ୍ଷାନବିଶ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?