Posted inଜାତୀୟ

୫ ଭାରତୀୟ ଯୁବକଙ୍କୁ ବନ୍ଧକ ରଖିଛି ଚାଇନା

ନୂଆଦିଲ୍ଲୀ, ୫।୯: ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଚାଇନା ସୈନ୍ୟ ଉଠାଇନେଇଛନ୍ତି। ଏସମ୍ପର୍କରେ କଂଗ୍ରେସ ବିଧାୟକ ନନୋଙ୍ଗ୍‌ ଏରିଙ୍ଗ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଜଣାଇଛନ୍ତି। ରାଜ୍ୟର ସୀମାବର୍ତ୍ତୀ ଉପର ସୁବନସିିରି ଜିଲାରୁ ଯୁବକମାନଙ୍କୁ ଉଠାଇ ନିଆଯାଇଛି। ଏବେ ଚାଇନା ସୈନ୍ୟ ଯୁବକମାନଙ୍କୁ ବନ୍ଧକ ରଖିଥିବା ଏରିଙ୍ଗ୍‌ କହିଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା। ତେବେ ଚାଇନାର ଏଭଳି କାର୍ଯ୍ୟର କଡ଼ା ଜବାବ ଦିଆଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଯୁବକମାନଙ୍କୁ ନଚାଓ ସୀମାରୁ ଅପହରଣ କରାଯାଇଛି। ଯୁବକମାନେ ହେଉଛନ୍ତି ତନୁ ବାକାର, ପ୍ରଶାତ ରିଙ୍ଗ୍‌ଲିଙ୍ଗ୍‌, ନଗାରୁଦିରି, ଡୋଙ୍ଗତୁ ଇବିୟା ଏବଂ ତୋଚ୍‌ ଇଙ୍ଗକାମ୍‌। ଯୁବକମାନେ ମାଛ ଧରୁଥିବାବେଳେ ସେମାନଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଭାଜପା ଏମ୍‌ପି କିରେନ୍‌ ରିଜିଜୁ ମଧ୍ୟ ଅବଗତ ଥିବା ଏରିଙ୍ଗ୍‌ କହିଛନ୍ତି। ଲଦାଖ ଏବଂ ଡୋକଲାମ୍‌ ଭଳି ଅରୁଣାଚଳପ୍ରଦେଶରେ ମଧ୍ୟ ଚାଇନା ଉପଦ୍ରବ ଆରମ୍ଭ କରିଦେଇଥିବା ଏରିଙ୍ଗ୍‌ ସୂଚନା ଦେଇଛନ୍ତି। ଏଠାରେ ଚାଇନା ଅନୁପ୍ରବେଶ ଜାରି ରଖିଥିବା ସେ କହିଛନ୍ତି। ଚାଇନା ସୀମାରେ ଯୁବକମାନେ ପ୍ରବେଶ କରିଥିବା କୁହାଯାଉଛି। ଏଠାରେ ଭାରତ-ଚାଇନା ସୀମା ସମ୍ପର୍କିତ କୌଣସି ତଥ୍ୟ ନ ଥିବାରୁ ସ୍ଥାନୀୟ ବାସିନ୍ଦା ବହୁ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri