Posted inଫୁରସତ

ଛାତ୍ରବତ୍ସଳ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌

ଦେବଭୂମି ପବିତ୍ର ଭାରତବର୍ଷରେ ଯେଉଁ କେତେଜଣ ମହାନ୍‌ ଦାର୍ଶନିକ, ରାଷ୍ଟ୍ରନାୟକ, ଚିନ୍ତାନାୟକ, ମାନବପ୍ରେମୀ ସେମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ପ୍ରେମର ପ୍ରତିଦାନରେ ଭାରତବର୍ଷକୁ ସମଗ୍ର ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ହେବାର ସ୍ବପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ଥିଲେ ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ। ପିଲାଦିନୁ ସେ ଖୁବ୍‌ ଈଶ୍ୱରବିଶ୍ୱାସୀ ଥିଲେ। ହିନ୍ଦୁ ଧର୍ମ ପ୍ରତି ତାଙ୍କର ଯଦିଓ ଅଗାଧ ବିଶ୍ୱାସ ଓ ଭଲପାଇବା ଥିଲା ତଥାପି ସେ ସବୁ ଧର୍ମକୁ ଆନ୍ତରିକତାର ସହ ଭଲ ପାଉଥିଲେ ଏବଂ ସମ୍ମାନ ମଧ୍ୟ ଦେଉଥିଲେ। ପିଲାଦିନେ ଚୁପ୍‌ଚାପ୍‌ ଲାଜକୁଳା ସ୍ବଭାବର ଥିବା ଏହି ପିଲାଟି ଯେ ଭବିଷ୍ୟତରେ ଜଣେ ଜ୍ଞାନୀ, ଦାର୍ଶନିକ, କୂଟନୀତିଜ୍ଞ, ମହାନ୍‌ ଶିକ୍ଷାବିତ୍‌ ଭାବରେ କେବଳ ନିଜ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଯଶ ଅର୍ଜନ କରିବେ ଏ କଥା କାହାକୁ ବି ଜଣା ନ ଥିଲା।
ସେ ପୁଣି ଥିଲେ ଆମ ଭାରତବର୍ଷର ପ୍ରଥମ ଉପ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି। ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଆଜିର ଦିନରେ ମାନ୍ଦ୍ରାଜର ସର୍ବପଲ୍ଲୀ ନାମକ ଏକ ଛୋଟିଆ ଗରିବ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପିତା ପୁରୋହିତ ଥିଲେ। ନାମ ଥିଲା ତାଙ୍କର ବୀରସ୍ବାମୀ। ପିତା ପୁରୋହିତ ଥିବା ହେତୁ ଭଗବାନ କୃଷ୍ଣ ଓ ଶ୍ରୀରାଧାଙ୍କୁ ଖୁବ୍‌ ଭଲ ପାଉଥିଲେ। ତେଣୁ ପୁତ୍ରର ନାମ ଅତି ଆଦରରେ ରାଧାକ୍ରିଷ୍ଣନ୍‌ ରଖିଥିଲେ।
ଆର୍ଥିକ ଅବସ୍ଥା ସ୍ବଚ୍ଛଳ ଥିବାରୁ ରାଧାକ୍ରିଷ୍ଣନ୍‌ ଖ୍ରୀଷ୍ଟିଆନ୍‌ ମିଶ୍‌ନାରୀ ସ୍କୁଲରେ ବିଦ୍ୟାରମ୍ଭ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିବା ପରି ଅଳ୍ପ ବୟସରୁ ଇଂଲିଶ ଭାଷାରେ ତାଙ୍କର ଖୁବ୍‌ ଜ୍ଞାନ ଲାଭ ହେଲା। ଏହାପରେ ସେ ମାନ୍ଦ୍ରାଜ ସହରର ଖ୍ରୀଷ୍ଟିଆନ୍‌ କଲେଜରେ ଉଚ୍ଚଶିକ୍ଷା ଲାଭ କଲେ। ସେ ତାଙ୍କ ଅସାଧାରଣ ଜ୍ଞାନ ବଳରେ ଛାତ୍ର, ଶିକ୍ଷକ, ଅଧ୍ୟାପକ, ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେ ପରୀକ୍ଷାରେ ଦର୍ଶନ ଶାସ୍ତ୍ରରେ ଅନର୍ସ (ସମ୍ମାନ) ରଖି ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କଲେ। ଏହାପରେ ଶିକ୍ଷା ଶେଷ ପରେ ସେ ପ୍ରଥମେ ମାନ୍ଦ୍ରାଜର ପ୍ରେସିଡେନ୍‌ସି କଲେଜରେ ଅଧ୍ୟାପକ ହୋଇଥିଲେ। ତାଙ୍କର ଖାଦ୍ୟଶୈଳୀ ଓ ଜୀବନପ୍ରଣାଳୀ ଅତି ସରଳ ଥିଲା। ସେ ଧୋତି, ଲମ୍ବା କୋଟ ଓ ମଥାରେ ପଗଡ଼ି ପିନ୍ଧୁଥିଲେ।
ସେ ଅଧ୍ୟାପକ ଥିବା ସମୟରେ ଅନେକ ଅସହାୟ, ଦରିଦ୍ର ମେଧାବୀ ଛାତ୍ରଙ୍କୁ ନିଜ ଦରମାରୁ ବହିପତ୍ର, ପୋଷାକ, ପାଠ୍ୟସାମଗ୍ରୀ କିଣିଦେଇ ଅପାର ଆନନ୍ଦ ଲାଭ କରୁଥିଲେ। ଛାତ୍ରୀଛାତ୍ରମାନେ ତାଙ୍କୁ ଖୁବ୍‌ ଭଲ ପାଉଥିଲେ। ପରେ ପରେ ଏହି ଦର୍ଶନ ଶାସ୍ତ୍ରରେ ଗବେଷଣା କରି ଡକ୍ଟରେଟ୍‌ ଉପାଧି ଲାଭ କଲେ। ଏହାପରେ ଭାରତବର୍ଷର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଏବଂ କୁଳପତି ରୂପେ କାର୍ଯ୍ୟ କରିଥିଲେ। ଭାରତର ଧର୍ମ, ସଂସ୍କୃତି, ଭାଗବତ, ଉପନିଷଦ୍‌, ପରମ୍ପରାକୁ ସେ ଦେଶ ବିଦେଶରେ ପ୍ରଚାର କରି ଆନନ୍ଦ ପାଉଥିଲେ। ଯଦିଓ ହିନ୍ଦୁଧର୍ମକୁ ଭଲ ପାଉଥିଲେ ତଥାପି ସେ ନିରପେକ୍ଷ ଭାବେ ସର୍ବଧର୍ମର ଲୋକଙ୍କୁ ସମ୍ମାନ ଦେବା ସହ ଭଲ ପାଉଥିଲେ।
୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ସେ ୧୯୫୨ ମସିହାରେ ହେଲେ ଭାରତର ଉପ ରାଷ୍ଟ୍ରପତି ଏବଂ ୧୯୬୨ ମସିହାରେ ହେଲେ ଭାରତର ପ୍ରଥମ ନାଗରିକ ଅର୍ଥାତ ରାଷ୍ଟ୍ରପତି। ପ୍ରକୃତରେ ସେ ଏଭଳି ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଯେ, ସବୁ ଦେଶ ସହ ସେ ସୁସମ୍ପର୍କ ରକ୍ଷା କରିଥିଲେ। ସେ ହିଁ ଥିଲେ ଭାରତମାତାର ପ୍ରକୃତ ଉପଯୁକ୍ତ ସନ୍ତାନ, ଯିଏକି ନିଜର ମିଷ୍ଟଭାଷା, ଭଲପାଇବା, ପ୍ରେମ, ସ୍ନେହ, ସଦାଚାର ଦ୍ୱାରା ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରି ବିସ୍ମୟ ସୃଷ୍ଟି କରିଥିଲେ। ତାଙ୍କର ଜନ୍ମଦିନ (ସେପ୍ଟେମ୍ବର ୫)କୁ ଗୁରୁଦିବସ ଭାବରେ ପାଳନ କରାଯାଇଆସୁଅଛି।
-ମୀରା ବେଉରା, ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳସାହି, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଲିଭିଯାଇଛି ଶୈଶବର ହସ: ହସି ଖେଳି ବୁଲିବା ବୟସରେ କରୋନା ଛଡ଼େଇ ନେଇଛି…

ବୟସ ହସି ଖେଳି ବୁଲିବାର। ହେଲେ ଭାଗ୍ୟ ଖେଳିଛି ସେମାନଙ୍କ ସହ ବଡ଼ ଦାରୁଣ ଖେଳ। ବୁଝିବା ଶୁଝିବା ବୟସ ହେବା ପୂର୍ବରୁ ଛଡ଼େଇ ନେଇଛି...

ମାଙ୍କଡ଼ର ବ୍ରେକ୍‌ଫାଷ୍ଟ ନିଶା, ପ୍ରତିଦିନ ସକାଳୁ ଦୋକାନକୁ ଆସି କରୁଛି ଏପରି…

ଜୟପୁର,୨୮।୧: ରାଜସ୍ଥାନର ଭରତପୁରରେ ଆଜିକାଲି ଏକ ମାଙ୍କଡ଼ର ଦାଦାଗିରି ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ମାଙ୍କଡ଼ ଯେତେବେଳେ ଚାହୁଁଛି ସେତେବେଳେ ଯେକୌଣସି ଦୋକାନରେ ପଶି...

ସମୁଦ୍ରରେ ପହଁରି ପହଁରି ମାଲେସିଆରୁ ମକ୍କାରେ ପହଞ୍ଚିବା ପାଇଁ ଚାହୁଁଥିଲେ ଯୁବକ, ପରେ ଯାହା ଘଟିଲା ଜାଣିଲେ…

ମାଲେସିଆର ଜଣେ ଯୁବକ ଧର୍ମସ୍ଥଳ ମକ୍କାରେ ପହଞ୍ଚତ୍ବା ପାଇଁ ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକ ଜଣକ ମାଲେସିଆରୁ ପ୍ରାୟ ୭୦୦୦ କିଲୋମିଟର...

ଏଭଳି ହରିଣକୁ ଜିଅନ୍ତା ଗିଳିଲା ଅଜଗର; ଭିଡିଓ ଦେଖିଲେ…

ହରିଣକୁ ଜିଅନ୍ତା ଗିଳିଲା ଅଜଗର। ରାଜସ୍ଥାନର ବାରାଂ ଜିଲାରେ ଏକ ବିଶାଳକାୟ ଅଜଗର ହରିଣକୁ ଶିକାର କରିବାର ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ସକାଳର।...

ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ...

କଂକ୍ରିଟ କାନ୍ଥକୁ ଥଣ୍ଟରେ ତାଡି ବସା କରୁଛି ପକ୍ଷୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଥିବା ଭିଡିଓ ଭାଇରାଲ ହେବାରେ...

ସଂଘର୍ଷରୁ ସଫଳ: ଅଣଶ୍ୱେତାଙ୍ଗ ସିନେଟର୍‌

ଭରମୋଣ୍ଟ ଷ୍ଟେଟ୍‌ ଲେଜିସ୍‌ଲେଚରକୁ ପ୍ରଥମ ଭାରତୀୟ ବଂଶୋଦ୍ଭବ ତଥା ଅଣଶ୍ୱେତାଙ୍ଗ ମହିଳା ଭାବେ ନିର୍ବାଚିତ ହେବାରେ କେଶା ରାମ ଥିଲେ ଆମେରିକାର ସବୁଠୁ କମ୍‌ ବୟସର...

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ...

Advertisement
Archives

Model This Week