୫ ନୂଆ ପ୍ରଜାତିର ସାପ ଆବିଷ୍କାର କଲେ ଓଡ଼ିଆ ବୈଜ୍ଞାନିକ
ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସାପ ଗବେଷଣା କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକ ଡ. ଅଶୋକ କୁମାର ମଲ୍ଲିକ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ବୈଜ୍ଞାନିକ ଟିମ୍ ଏକକାଳୀନ ୫ ପ୍ରଜାତିର ସାପ ଆବିଷ୍କାର କରିଛନ୍ତି। ଏହା ବିଶ୍ୱର ଅନ୍ୟତମ ଲୋକପ୍ରିୟ…
ଖୋଲିଲା ଧାର୍ମିକ ସ୍ଥଳ
ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ସୋମବାର ଠାରୁ ଧାର୍ମିକ ସ୍ଥଳଗୁଡ଼ିକୁ ଖୋଲାଯାଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଧାର୍ମିକସ୍ଥଳରେ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ…
ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଜୋରଦାର
ଜେରୁଜେଲମ୍, ୧୬।୧୧: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ସାପ୍ତାହିକ ବିକ୍ଷୋଭ ଜାରି ରହିଛି। ଶନିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ହଜାର ହଜାର ବିକ୍ଷୋଭକାରୀ ଏକତ୍ର ହୋଇଥିଲେ। ପାଖାପାଖି ୫ ମାସ ହେଲା ଏହି ବିକ୍ଷୋଭ ଚାଲିଛି।…
ଟ୍ରମ୍ପ୍ ମାନିଲେ, ବାଇଡେନ୍ ନିର୍ବାଚନ ଜିତିଛନ୍ତି
ଓ୍ବାଶିଂଟନ୍, ୧୬।୧୧: ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ନିର୍ବାଚନରେ ତାଙ୍କ ଡେମୋକ୍ରାଟିକ୍ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍ ଜିତିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଥମ ଥର ଲାଗି ସର୍ବସାଧାରଣରେ ସ୍ବୀକାର କରିଛନ୍ତି। ତେବେ ଭୋଟ ପ୍ରକ୍ରିୟାରେ ଜାଲିଆତି କରାଯାଇଥିବା ମିଥ୍ୟା ଅଭିଯୋଗକୁ ସେ…
ଭାକ୍ସିନ ନ ଆସୁଣୁ ଭିଡ଼
ନୂଆଦିଲ୍ଲୀ,୧୬ା୧୧: ମହାମାରୀ କରୋନାରୁ ମୁକ୍ତି ପାଇଁ ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବାବେଳେ ଏହା ଉପରେ ଏବେଠାରୁ ଅଧିକାର ଜମାଇ ବସିଲେଣି ଧନୀ ରାଷ୍ଟ୍ର। ଫଳରେ ସ୍ବଳ୍ପ ଆୟକାରୀ ଗରିବ ଦେଶଗୁଡ଼ିକରେ କୋଭିଡ୍-୧୯ ବିରୋଧୀ ଯୁଦ୍ଧ ଆହୁରି ୪ ବର୍ଷ ଧରି…
ପରିବେଶକୁ ଫ୍ଲାଏ ଆଶ୍ ବିପଦ
ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଫ୍ଲାଏ ଆଶ୍ (ଉଡ଼ନ୍ତା ପାଉଁଶ) ୧୦୦ ପ୍ରତିଶତ ଉପଯୋଗ ହୋଇ ପାରୁନାହିଁ। ଅନେକ ସମୟରେ ପାଉଁଶ ପୋଖରୀ ଭାଙ୍ଗି ଚାଷଜମିରେ ମାଡି ଯାଉଛି। ପରିବେଶ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ଆଇନ ଉଲ୍ଲଂଘନକାରୀ କମ୍ପାନୀଗୁଡିକ ଠାରୁ…
ଝିଅକୁ ବାଜି ଲଗାଇ ବଳାତ୍କାରୀଙ୍କୁ ଧରିଲେ
ଇସ୍ଲାମାବାଦ,୧୬ା୧୧: ପାକିସ୍ତାନରୁ ଅଧିକାଂଶ ସମୟରେ ନକାରାମତ୍କ ଖବର ଆସିଥାଏ। ପଡ଼ୋଶୀ ଦେଶର ଆତଙ୍କବାଦ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ଆଦି ଖବର ଭାରତୀୟ ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରୁଥିବାବେଳେ ଏବେ ଜଣେ ପୋଲିସ ଅଧିକାରୀଙ୍କ ସାହସିକତା ସୋସିଆଲ ମିଡିଆରେ…
କମ୍ ଦିନରେ ପାଚିଲା ଧାନ, ଚିନ୍ତାରେ ଚାଷୀ
ଜଗତ୍ସିଂହପୁର ଅଫିସ,୧୬।୧୧: ଜଗତ୍ସିଂହପୁର ଜିଲାର ବହୁ ଚାଷୀ ଏବେ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରି ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କ ବିଲରେ ଆଣ୍ଠୁଏ ଲେଖାଏ ପାଣି ରହିଥିବାବେଳେ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଧାନ ପାଚି ଶୋଇ ପଡ଼ିଲାଣି। ଧାନ କାଟିବା ଜରୁରୀ…
ଦେଢ଼କୋଟିରୁ କୋଭିଡ୍ ଯୋଦ୍ଧା ଖାଇଲେ ୯୮.୫ ଲକ୍ଷ
କେନ୍ଦ୍ରାପଡ଼ା ଅଫିସ,୧୬।୧୧: କୋଭିଡ୍-୧୯ ପରିଚାଳନା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏପ୍ରିଲ ୯ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ୧,୫୦,୬୪,୧୧୧ଟଙ୍କା ପଠାଯାଇଛି। ଏଥିରୁ କୋଭିଡ୍ ଯୋଦ୍ଧାଙ୍କ ଖାଇବା ପାଇଁ ୯୮,୫୨,୫୩୦ ଟଙ୍କା ଅର୍ଥାତ ୬୫ ପ୍ରତିଶତ ଖର୍ଚ୍ଚ…
ମନ୍ଦିର ଖୋଲିବା ଦାବିରେ ଶଙ୍କରାଚାର୍ଯ୍ୟଙ୍କୁ ଗୁହାରି
ପୁରୀ ଅଫିସ,୧୬।୧୧: ମହାମାରୀ କରୋନା ପାଇଁ ଦୀର୍ଘ ୮ମାସ ହେବ ରାଜ୍ୟର ବିଭିନ୍ନ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ସେବାୟତ ଓ ପୂଜକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସେମାନଙ୍କ ଚଳିବା କଷ୍ଟକର ହୋଇପଡ଼ିଛି।…
ଦୁଇ କଲେଜରେ ଅଧ୍ୟାପନା ମହଙ୍ଗା ପଡ଼ିଲା: ଦରମା ପ୍ରତ୍ୟାହାର ନିର୍ଦ୍ଦେଶ ଦେଲେ ଆର୍ଡିଇ
ଯାଜପୁର ଅଫିସ,୧୬।୧୧: ଯାଜପୁର ଜିଲାରେ ଜଣେ ଅଧ୍ୟାପକ ଦୁଇଟି କଲେଜରେ ଚଞ୍ଚକତାପୂର୍ଣ୍ଣ ନିଯୁକ୍ତି ଅଭିଯୋଗ ହେବା ପରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ(ଆରଡିଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆରଡିଇ ତାଙ୍କ ନିର୍ଦ୍ଦେଶ ସଂଖ୍ୟା ୭୨୫୫/୨୯ା୧୦ା୨୦୨୦ରେ ଦରମା ବାବଦକୁ ପ୍ରଦାନ କରାଯାଇଥିବା…
ଚାପିଦେଲେ ନା ଭୁଲିଗଲେ
ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ରୋକିବା ସହ ଜଙ୍ଗଲ ସୁରକ୍ଷା ଓ ଅପରାଧୀ ଦମନ ପାଇଁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଢାଞ୍ଚାରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (ଏସ୍ଏସ୍ଏଫ୍) ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଇତିମଧ୍ୟରେ ୧୨ ବର୍ଷ…

