Posted inଜାତୀୟ

ଭାକ୍ସିନ ନ ଆସୁଣୁ ଭିଡ଼

ନୂଆଦିଲ୍ଲୀ,୧୬ା୧୧: ମହାମାରୀ କରୋନାରୁ ମୁକ୍ତି ପାଇଁ ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବାବେଳେ ଏହା ଉପରେ ଏବେଠାରୁ ଅଧିକାର ଜମାଇ ବସିଲେଣି ଧନୀ ରାଷ୍ଟ୍ର। ଫଳରେ ସ୍ବଳ୍ପ ଆୟକାରୀ ଗରିବ ଦେଶଗୁଡ଼ିକରେ କୋଭିଡ୍‌-୧୯ ବିରୋଧୀ ଯୁଦ୍ଧ ଆହୁରି ୪ ବର୍ଷ ଧରି ଲମ୍ବିଚାଲିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଭାକ୍ସିନ ଗବେଷଣା କ୍ଷେତ୍ରରେ ଭାରତର ଉଦ୍ୟମ ସଫଳ ହେଲେ ବିଶ୍ୱରେ ଟିକା ଯୋଗାଣକୁ ପ୍ରୋତ୍ସାହନ ମିଳିବ ଏବଂ ଗରିବ ଦେଶଗୁଡ଼ିକ କମ୍‌ ମୂଲ୍ୟରେ ଏହାକୁ ପାଇପାରିବେ ବୋଲି ମତ ପ୍ରକାଶ ପାଇଛି।
ପ୍ରାୟ ବର୍ଷେ ତଳେ ଚାଇନାର ଉହାନ ସହରରୁ ବାହାରିଥିବା କରୋନା ଭାଇରସ୍‌ ଅଦ୍ୟାବଧି ବିଶ୍ୱରେ ୧,୩୨୦,୬୮୬ ଜଣଙ୍କ ଜୀବନ ନେଇସାରିଲାଣି। ଏହି ଭୂତାଣୁରେ ୫୪,୪୮୮,୬୬୭ ଜଣ ସଂକ୍ରମିତ ହୋଇଥିବାବେଳେ ଚିକିତ୍ସା ପରେ ୩୮,୦୦୨,୯୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। କରୋନାକୁ ସମୂଳେ ନାଶ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ଟିକା ବାହାରି ନ ଥିବାବେଳେ ଫାଇଜର ଭାକ୍ସିନ୍‌ର ସଫଳତାକୁ ନେଇ ବିଶ୍ୱବାସୀ ଉଲ୍ଲସିତ। ଅନ୍ୟ କେତେକ ଭାକ୍ସିନ ମଧ୍ୟ ଭଲ ଫଳ ଦେଉଥିବାରୁ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ଅଧିକ ବୟସର ଲୋକଙ୍କୁ ତାହା ଦିଆଯିବ ବୋଲି କୁହାଯାଉଛି। ତେବେ ବିଶ୍ୱରେ କରୋନା ବିରୋଧରେ ୨୦୨୪ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କାରଣ ଧନୀ ରାଷ୍ଟ୍ରଗୁଡ଼ିକ ଗରିବ ଦେଶକୁ ଅଣଦେଖା କରି ବର୍ତ୍ତମାନ ସୁଦ୍ଧା କୋଟି କୋଟି ଡୋଜ୍‌ ଭାକ୍ସିନ୍‌ ନିଜ ନାଗରିକଙ୍କ ପାଇଁ ରିଜର୍ଭ କରିସାରିଲେଣି। ଏତିକି ପରିମାଣର ଭାକ୍ସିନ ସମ୍ପୃକ୍ତ ଧନୀ ଦେଶଗୁଡ଼ିକରେ ବର୍ଷାଧିକ କାଳ ଗଚ୍ଛିତ ରହିବା ଫଳରେ ଗରିବ ରାଷ୍ଟ୍ରର ଲୋକମାନେ ଏଥିରୁ ବଞ୍ଚତ୍ତ ହେବେ। କେବଳ ଆମେରିକା ବିଶ୍ୱ ଯୋଗାଣର ୬ ଭାଗରୁ ଭାଗେ ଟିକା କିଣିସାରିଲାଣି। ସେହିପରି କାନାଡା ମଧ୍ୟ ନିଜ ନାଗରିକମାନଙ୍କୁ ୯ ଥର ଲେଖାଏ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ଡୋଜ୍‌ କିଣିବା ଲାଗି ବ୍ୟବସ୍ଥା କରିଛି। କାନାଡାର ଜନସଂଖ୍ୟା ୩୮ ନିୟୁତ ହୋଇଥିବାବେଳେ ଏହି ଦେଶ ୩୫୮ ନିୟୁତ ଡୋଜ୍‌ ଭାକ୍ସିନ କିଣିବାକୁ ସ୍ଥିର କରିଛି। ୧.୬ ବିଲିୟନ ଡୋଜ୍‌ ସହ ଭାରତ ପ୍ରଥମ ଅଗ୍ରିମ କ୍ରେତା ପାଲଟିଥିବାବେଳେ ଦେଶରେ ଜଣପିଛା ଗୋଟିଏ ଡୋଜ୍‌ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଉତ୍ପାଦନ ସୀମିତ ହୋଇଥିବାରୁ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକ ୨୦୨୪ ପର୍ଯ୍ୟନ୍ତ ମୋଟ ଜନସଂଖ୍ୟାର ସମ୍ପୂର୍ଣ୍ଣ ଟିକାକରଣ କରିପାରିବେ ନାହିଁ।
ୟୁନିଭର୍ସିଟିର ତଥ୍ୟାନୁସାରେ ବର୍ତ୍ତମାନ ସୁଦ୍ଧା ୯.୬ ବିଲିୟନ ଡୋଜ୍‌ ଟିକା ବୁକ୍‌ କରାଗଲାଣି। ସେଥିରୁ ୬.୪ ବିଲିୟନ କିଣିବା ପାଇଁ ନିଶ୍ଚିତ କରାଯାଇଥିବାବେଳେ ଅବଶିଷ୍ଟ ୩.୨ ବିଲିୟନ ଡୋଜ୍‌ ଲାଗି ମୂଲଚାଲ ଚାଲିଛି। କିନ୍ତୁ କୌଣସି ସ୍ବଳ୍ପ ଆୟକାରୀ ଦେଶ ଟିକା କିଣିବା ପାଇଁ ଚୁକ୍ତିବଦ୍ଧ ହୋଇ ନାହାନ୍ତି। ସ୍ବଳ୍ପ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକର ଅନୂ୍ୟନ ୨୦% ଲୋକଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ କେତେକ ଆନ୍ତର୍ଜାତିକ ଓ ଅଣଲାଭକାରୀ ସଂସ୍ଥା ଏକାଠି ହୋଇ ଉଦ୍ୟମ ଆରମ୍ଭ କରିଛନ୍ତି। କୋଭିଡ୍‌-୧୯ ଭାକ୍ସିନ୍ସ ଗ୍ଲୋବାଲ୍‌ ଆକ୍ସେସ୍‌ ଫାସିଲିଟି (କୋଭାକ୍ସ) ପକ୍ଷରୁ ୨୦୨୧ ଶେଷ ସୁଦ୍ଧା ୨ ବିଲିୟନ ଡୋଜ୍‌ ଟିକା ଲାଗି ପାଣ୍ଠି ଗଠନ କରାଯାଉଛି। ଅନେକ ଦେଶର ସରକାର ନିଜ ଲୋକଙ୍କୁ ରୋଗ ପ୍ରତିରୋଧୀ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ କୋଭାକ୍ସ ଉପରେ ନିର୍ଭର କରିବେ। ଏହି ପାଣ୍ଠିକୁ ଦାନ କରିବାକୁ ୧୫୦ରୁ ଊର୍ଦ୍ଧ୍ୱ ଦେଶ ରାଜି ହୋଇଥିବା ଜଣାପଡ଼ିଛି। ଭାରତ ଓ ବ୍ରାଜିଲ ଭଳି ମଧ୍ୟମ ଆୟକାରୀ ଦେଶ ନିଜସ୍ବ ଭାକ୍ସିନ ବିକଶିତ କରୁଛନ୍ତି, ଯାହାକି ପ୍ରାଥମିକ ପର୍ଯ୍ୟାୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?