୫ ନୂଆ ପ୍ରଜାତିର ସାପ ଆବିଷ୍କାର କଲେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସାପ ଗବେଷଣା କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକ ଡ. ଅଶୋକ କୁମାର ମଲ୍ଲିକ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ବୈଜ୍ଞାନିକ ଟିମ୍‌ ଏକକାଳୀନ ୫ ପ୍ରଜାତିର ସାପ ଆବିଷ୍କାର କରିଛନ୍ତି। ଏହା ବିଶ୍ୱର ଅନ୍ୟତମ ଲୋକପ୍ରିୟ ଟ୍ୟାକ୍ସୋନୋମି ଜର୍ନାଲ ‘ଜୁଟାକ୍ସା’ରେ ପ୍ରକାଶିତ ହୋଇଛି। ଅଶୋକ ଓ ଅନ୍ୟ ୫ଜଣ ଭାରତୀୟ ବୈଜ୍ଞାନିକଙ୍କ ଏହି ଗବେଷଣା ପ୍ରକାଶିତ ହେବାପରେ ଗ୍ରୀନ୍‌ ଭାଇନ୍‌ ସ୍ନେକ ବା ଲାଉଡଙ୍କିଆ ଶ୍ରେଣୀର ଏହି ୫ ନୂଆ ପ୍ରଜାତିର ସାପଙ୍କୁ ମାନ୍ୟତା ମିଳିଛି।
ଅଶୋକ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲା ଡେରାବିଶି କଲେଜ ପ୍ରାଣୀ ବିଜ୍ଞାନ ବିଭାଗରେ ଅଧ୍ୟାପନା କରୁଛନ୍ତି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରେ ପିଏଚ୍‌ଡି କରିବାବେଳେ ସେ ଏହି ଗବେଷଣା କରିଥିଲେ। ଗବେଷଣା ସମୟରେ ଅଶୋକ ଓ ସହକର୍ମୀମାନେ ଆବିଷ୍କାର କରିଥିବା ସାପଗୁଡ଼ିକ ହେଲା, ଆହାତୁଲା ମାଲାବାରିକା (ahaetulla malabarica), ଆହାତୁଲା ଫନର୍‌ସୱର୍ଦି (ahaetulla farnsworthi), ଆହାତୁଲା ବୋରିଆଲିସ (ahaetulla borealis), ଆହାତୁଲା ଟ୍ରାଭାନ୍‌କୋରିକା (ahaetulla travancorica) ଓ ଆହାତୁଲା ସାହ୍ୟାଡ୍ରେନ୍‌ସିସ (ahaetulla sahyadrensis)। ଭାରତର ପଶ୍ଚିମଘାଟ ଓ ଅନ୍ୟ ସ୍ଥାନରେ ଦେଖାଯାଉଥିବା ଲାଉଡଙ୍କିଆ ପ୍ରଜାତିର ଏହି ସମସ୍ତ ସାପଙ୍କର ଡିଏନ୍‌ଏ ସାମ୍ପୁଲ ଷ୍ଟଡି କରି ଅଶୋକଙ୍କ ଟିମ୍‌ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଅଶୋକଙ୍କ ସହିତ ମୁମ୍ବାଇ ନାଚୁରାଲ ହିଷ୍ଟ୍ରି ସୋସାଇଟି ଓ ଚେନ୍ନାଇ ସ୍ନେକ ପାର୍କର ଗବେଷକ ଏହି ଗବେଷଣାରେ ସାମିଲ ଥିଲେ।
ଏ ସମ୍ପର୍କରେ ଅଶୋକ କୁହନ୍ତି, ୧୧ଟି ରାଜ୍ୟରୁ ଅନୁମତି ମିଳିବା ପରେ ୨୦୦୮ରୁ ଗବେଷଣା ଆରମ୍ଭ ହୋଇଥିଲା। ତେବେ ଗୋଟିଏ ଜର୍ନାଲରେ ଏକାଥରକେ ୫ଟି ନୂଆ ପ୍ରଜାତିର ସାପ ଆବିଷ୍କାର ସଂକ୍ରାନ୍ତରେ ପ୍ରକାଶିତ ହୋଇଥିବାରୁ ବହୁତ ଖୁସି ଲାଗୁଛି। ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏନେଇ ଅଶୋକଙ୍କୁ ପ୍ରଶଂସା କରି କହିଛନ୍ତି, ଗବେଷଣାର ଗୋଟିଏ ପେପରରେ ୫ଟି ନୂଆ ପ୍ରଜାତି ସାପ ଆବିଷ୍କାର କରିବାରେ ଅଶୋକ ଓ ତାଙ୍କ ସହଯୋଗୀ ପ୍ରଥମ ଭାରତୀୟ ଗବେଷକ ହେବାର ଗୌରବ ଲାଭ କରିଛନ୍ତି। କୌଣସି ବିଦେଶୀ ସାପ ବିଶେଷଜ୍ଞଙ୍କ ବିନା ସାହାଯ୍ୟରେ ସେମାନେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ୧୯୦୦ ମସିହାରେ କେବଳ ଇଂରେଜ ବା ଅନ୍ୟ ବିଦେଶୀ ବୈଜ୍ଞାନିକମାନେ ହିଁ ଏପରି ଆବିଷ୍କାରକୁ ସମ୍ଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri