ଦେଢ଼କୋଟିରୁ କୋଭିଡ୍‌ ଯୋଦ୍ଧା ଖାଇଲେ ୯୮.୫ ଲକ୍ଷ

କେନ୍ଦ୍ରାପଡ଼ା ଅଫିସ,୧୬।୧୧: କୋଭିଡ୍‌-୧୯ ପରିଚାଳନା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରୁ ଏପ୍ରିଲ ୯ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ୧,୫୦,୬୪,୧୧୧ଟଙ୍କା ପଠାଯାଇଛି। ଏଥିରୁ କୋଭିଡ୍‌ ଯୋଦ୍ଧାଙ୍କ ଖାଇବା ପାଇଁ ୯୮,୫୨,୫୩୦ ଟଙ୍କା ଅର୍ଥାତ ୬୫ ପ୍ରତିଶତ ଖର୍ଚ୍ଚ ହୋଇଛି। ମାର୍ଶାଘାଇ ବ୍ଲକ ଗୋଖାପଡ଼ା ଗଁାର ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ କୋଭିଡ୍‌-୧୯ ବାବଦ ଖର୍ଚ୍ଚ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ ଜିଲା ପ୍ରଶାସନକୁ ତଥ୍ୟ ମାଗିଥିଲେ। ଗତ ୭ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଉପରୋକ୍ତ ତଥ୍ୟ (ଚିଠି ନଂ. ୧୨୧୧୬) ପ୍ରଦାନ କରାଯାଇଛି। ଦେଶରେ କରୋନା ସଂକ୍ରମଣ ମାର୍ଚ୍ଚରୁ ଆରମ୍ଭ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏପ୍ରିଲ ୭ରେ ପ୍ରଥମ ସଂକ୍ରମିତ ଆଳି ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। ସଂକ୍ରମଣ ସଂଖ୍ୟା ଅଧିକ ହେବା ଆଶଙ୍କା ଥିବାରୁ ସେ ସମୟରେ ପଞ୍ଚାୟତ ଓ ସହରାଞ୍ଚଳରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିଲା। ବ୍ଲକସ୍ତରରେ କୋଭିଡ୍‌ କେୟାର ସେଣ୍ଟର ଓ ଛତାଠାରେ କୋଭିଡ୍‌ ହସ୍ପିଟାଲ ଆରମ୍ଭ ହୋଇଥିଲା। ଏହାର ପରିଚାଳନା ଦାୟିତ୍ୱ ଜିଲା ସ୍ବାସ୍ଥ୍ୟ ବିଭାଗ ନେଇଥିଲା। ପ୍ରଦତ୍ତ ସୂଚନା ଅନୁଯାୟୀ, ଉପରୋକ୍ତ ସମୟ ମଧ୍ୟରେ କୋଭିଡ୍‌ ହସ୍ପିଟାଲ, ସଙ୍ଗରୋଧ କେନ୍ଦ୍ରରେ ନିଯୁକ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଖାଇବା ଖର୍ଚ୍ଚ ହେଉଛି ୭୭,୫୧, ୩୮୦ ଟଙ୍କା। ସେହିପରି ଜିଲାରେ କରୋନା ସଂକ୍ରମିତଙ୍କ ସେବା ପାଇଁ ନିଯୁକ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ରହିବା, ଖାଇବା ପାଇଁ ୧୫,୨୧,୧୪୦ ଟଙ୍କା ଏବଂ କଲ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କ ଖାଇବା ନେଇ ୫,୮୦,୦୧୦ ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି ମୋଟ ୯୮,୫୨,୫୩୦ ଟଙ୍କା ଖାଇବା ବାବଦକୁ ଖର୍ଚ୍ଚ କରାଯାଇଛି।
ସେହିପରି ଫିଜିସିଆନ୍ସ ଅଫିସ୍‌ ଲାବରେଟୋରିରେ ୧୬,୩୩,୯୧୮ଟଙ୍କା ଖର୍ଚ୍ଚ ହୋଇଛି। ମାସ୍କ, ପିପିଇ କିଟ୍‌, ସାନିଟାଇଜର, ବେଡଶିଟ୍‌ ବାବଦରେ ୧୧,୧୯,୯୪୩ ଟଙ୍କା, ସିକ୍ୟୁରିଟି, ସ୍ବାସ୍ଥ୍ୟକେନ୍ଦ୍ର ଓ ହେଲ୍ପ ଡେସ୍କ କର୍ମଚାରୀଙ୍କ ଦରମା ପାଇଁ ୧୭,୧୧,୩୨୦ ଟଙ୍କା, କଲ୍‌ ସେଣ୍ଟର କର୍ମଚାରୀଙ୍କ ଦୈନିକ ମଜୁରି ବାବଦରେ ୪,୨୬,୨୦୦ ଟଙ୍କା ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରୋତ୍ସାହନ ନିମନ୍ତେ ୩,୨୦,୮୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଙ୍ଗରୋଧ କେନ୍ଦ୍ର ଓ ଛତାସ୍ଥିତ କୋଭିଡ୍‌ ହସ୍ପିଟାଲରେ ହୋଇଥିବା ଖର୍ଚ୍ଚର ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନ ଥିବା ସୂଚନା ଅଧିକାର କର୍ମୀ ଦାସ କହିଛନ୍ତି। ସୂଚନାଯୋଗ୍ୟ, ଜିଲାରେ ଅକ୍ଟୋବର ୨୨ ସୁଦ୍ଧା ୭,୦୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬,୩୬୬ ସୁସ୍ଥ ହୋଇଥିଲେ। ଏହି ସମୟ ଅବଧିରେ ବହୁ କରୋନା ଆକ୍ରାନ୍ତ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ବ୍ୟତୀତ ସଙ୍ଗରୋଧ ନିୟମ ମାନି ନିଜସ୍ବ ଗୃହରେ ଚିକିତ୍ସିତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?