ପରିବେଶକୁ ଫ୍ଲାଏ ଆଶ୍‌ ବିପଦ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ୧୦୦ ପ୍ରତିଶତ ଉପଯୋଗ ହୋଇ ପାରୁନାହିଁ। ଅନେକ ସମୟରେ ପାଉଁଶ ପୋଖରୀ ଭାଙ୍ଗି ଚାଷଜମିରେ ମାଡି ଯାଉଛି। ପରିବେଶ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ଆଇନ ଉଲ୍ଲଂଘନକାରୀ କମ୍ପାନୀଗୁଡିକ ଠାରୁ କ୍ଷତିପୂରଣ ମଧ୍ୟ ଆଦାୟ କରାଯାଇ ପାରୁ ନାହିଁ। ଏହାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯେଉଁ ତାପଜ ବିଦ୍ୟୁତ୍‌ ସଂସ୍ଥା ୧୦୦ ପ୍ରତିଶତ ଫ୍ଲାଏ ଆଶ୍‌ ଉପଯୋଗ କରି ପାରୁନାହାନ୍ତି ସେମାନଙ୍କ ଠାରୁ ପରିବେଶ କ୍ଷତିପୂରଣ ରାଶି ସହ ଜରିମାନା ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ନଭେମ୍ବର ୪ରେ ଏହି ମାମଲାର ଶୁଣାଣି କରି ଏନ୍‌ଜିଟି ଏ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିିବି)କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଫ୍ଲାଏ ଆଶ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ସିପିସିବି ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପରାମର୍ଶ ଦିଆଯାଇଛି।
ଫ୍ଲାଏ ଆଶ୍‌ ଯୋଗୁ ବାୟୁମଣ୍ଡଳ ପ୍ରଦୂଷଣ ହେବା ସହ ବୃକ୍ଷଲତା ଓ ପ୍ରାଣୀଜଗତ କ୍ଷତିଗ୍ରସ୍ତ ହେଉଛନ୍ତି। ନିକଟସ୍ଥ ଗ୍ରାମର ଲୋକମାନେ ବିଭିନ୍ନ ରୋଗର ଶିକାର ହେବା ସହିତ ଆଶ୍‌ ପଣ୍ଡ(ପାଉଁଶ ପୋଖରୀ) ଭାଙ୍ଗି ଯିବାରୁ ଚାଷଜମି ଉଜୁଡି ଯାଉଛି। ଏହି ମାମଲାର ଶୁଶାଣି କରି ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକ ୧୦୦ ପ୍ରତିଶତ ଫ୍ଲାଏ ଆଶ୍‌କୁ ଉପଯୋଗ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଏହି ନିର୍ଦ୍ଦେଶନାମାକୁ ଅନେକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଉଲ୍ଲଂଘନ କରିଛନ୍ତି। ହେଲେ ସେମାନଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ ହୋଇନାହିଁ। ମିଳିଥିବା ସୂଚନା ଅନୁଯାୟୀ ୧୧୨ଟି ପାଓ୍ବାର ପ୍ଲାଣ୍ଟ ନିୟମ ଉଲ୍ଲଂଘନ କରିଥିଲେ ମଧ୍ୟ ମାତ୍ର ୨ଟି ପ୍ଲାଣ୍ଟ କ୍ଷତିପୂରଣ ପ୍ରଦାନ କରିଛନ୍ତି। ୧୦୨ଟି ପ୍ଲାଣ୍ଟ ଏହାକୁ ଛାଡ଼ କରିବାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଫ୍ଲାଏ ଆଶ୍‌କୁ ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରିବାକୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଏହାକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଜରିମାନା କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେତେ ଟଙ୍କା ଜରିମାନା ରାଶି ଦେବାକୁ ହେବ ସେ ନେଇ ସିପିସିବି ତୁରନ୍ତ ଧାର୍ଯ୍ୟ କରିବାକୁ ଏନ୍‌ଜିଟି କହିଛନ୍ତି। ଏଥିସହିତ ପ୍ରତ୍ୟେକ ପାଓ୍ବାର ପ୍ଲାଣ୍ଟର ଫ୍ଲାଏ ଆଶ୍‌ ଉତ୍ପାଦନକୁ ଯାଞ୍ଚ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଯୋଗ୍ୟ ଯେ, ଦିଲ୍ଲୀସ୍ଥିତ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନ୍‌ମେଣ୍ଟ (ସିଏସ୍‌ଇ) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିିକରେ ୬୨୭ ନିୟୁତ ଟନ୍‌ ପାଉଁଶ ଗଚ୍ଛିତ ହୋଇରହିଛି। ଗତ କିଛିବର୍ଷ ହେବ ଦେଶରେ ବିଭିନ୍ନ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକରୁ ବର୍ଷକୁ ପ୍ରାୟ ୨୦୦ ନିୟୁତ ଟନ୍‌ ପାଉଁଶ ଉତ୍ପାଦିତ ହେଉଛି। ୨୦୦୯-୧୦ରୁ ୨୦୧୮-୧୯ ମଧ୍ୟରେ ପାଓ୍ବାର ପ୍ଲାଣ୍ଟଗୁଡିକରେ କୋଇଲା ବ୍ୟବହାର ବାର୍ଷିକ ୩୬୭ ନିୟୁତ ଟନ୍‌ରୁ ୬୨୯ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି।
ଓଡ଼ିଶାରେ ଫ୍ଲାଏ ଆଶ୍‌ ଉତ୍ପାଦନ ଗତ କିଛିବର୍ଷ ହେବ ବହୁ ମାତ୍ରାରେ ବୃଦ୍ଧି ପାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ ବର୍ଷରେ ୮୦ ନିୟୁତ ଟନ୍‌ ପାଉଁଶ ଉତ୍ପାଦନ ବୃଦ୍ଧି ହୋଇଛି। ରାଜ୍ୟରେ ଥିବା ୧୦ ମେଗାଓ୍ବାଟ୍‌ରୁ ୩ ହଜାର ମେଗାଓ୍ବାଟ୍‌ ୪୦ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାର୍ଷିକ ୩୨.୫୫ ନିୟୁତ ଟନ୍‌ ଫ୍ଲାଏ ଆଶ୍‌ ଉତ୍ପାଦନ ହେଉଛି। ସେଥିରୁ ୨୨ ନିୟୁତ ଟନ୍‌ ବିନିଯୋଗ କରାଯାଉଛି। ଅର୍ଥାତ୍‌ ଉତ୍ପାଦିତ ହେଉଥିବା ଫ୍ଲାଏ ଆଶ୍‌ ମଧ୍ୟରୁ ମାତ୍ର ୬୭.୮୩ ପ୍ରତିଶତ ବ୍ୟବହାର କରାଯାଉଛି। ରାସ୍ତା ନିର୍ମାଣ, ଇଟା ତିଆରି, ଖାଲ ଜାଗା ପୂରଣ କରିବା ଆଦିରେ ଏହାକୁ ବ୍ୟବହାର କରାଯାଉଛି। ୧୦୦ ପ୍ରତିଶତ ବିନିଯୋଗ ପାଇଁ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri