ଟ୍ରମ୍ପ୍‌ ମାନିଲେ, ବାଇଡେନ୍‌ ନିର୍ବାଚନ ଜିତିଛନ୍ତି

ଓ୍ବାଶିଂଟନ୍‌, ୧୬।୧୧: ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ନିର୍ବାଚନରେ ତାଙ୍କ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍‌ ଜିତିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ଲାଗି ସର୍ବସାଧାରଣରେ ସ୍ବୀକାର କରିଛନ୍ତି। ତେବେ ଭୋଟ ପ୍ରକ୍ରିୟାରେ ଜାଲିଆତି କରାଯାଇଥିବା ମିଥ୍ୟା ଅଭିଯୋଗକୁ ସେ ପୁଣିଥରେ ଦୋହରାଇଛନ୍ତି। ନିର୍ବାଚନରେ ଜାଲିଆତି ଯୋଗୁ ବାଇଡେନ୍‌ ଜିତିଲେ ବୋଲି ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି। ଅଧିକାଂଶ ରାଜ୍ୟର ଭୋଟ ଫଳାଫଳ ଆସିବା ପରେ ୭ ତାରିଖରେ ବାଇଡେନ୍‌ ବିଜୟୀ ବୋଲି ଅଣଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ତେବେ ଟ୍ରମ୍ପ୍‌ ଏହାକୁ ମାନୁ ନ ଥିଲେ। ଜିତିବା ପାଇଁ ୨୭୦ ଇଲେକ୍ଟୋରାଲ ଭୋଟର ଆବଶ୍ୟକତା ଥିବାବେଳେ ବାଇଡେନ୍‌ଙ୍କୁ ୩୦୬ ଭୋଟ ମିଳିଛି। ବିଭିନ୍ନ ରାଜ୍ୟରେ ଭୋଟରେ ଜାଲିଆତି ହୋଇଥିବା ଅଭିଯୋଗ ଆଣି ଟ୍ରମ୍ପ୍‌ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏପରିକି ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବେ ନାହିଁ ବୋଲି କହିଥିଲେ। କ୍ଷମତା ହସ୍ତାନ୍ତର ବାଇଡେନ୍‌ ପ୍ରଶାସନକୁ ନୁହେଁ, ଦ୍ୱିତୀୟ ଟ୍ରମ୍ପ୍‌ ପ୍ରଶାସନକୁ କରାଯିବ ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ କହିଥିଲେ। ଫଳରେ ଆମେରିକା ଗଣତନ୍ତ୍ରର ଦୀର୍ଘ ଇତିହାସରେ ପ୍ରଥମ ଥର ପାଇଁ ଏକ ଭୁଲ୍‌ ପରମ୍ପରା ସୃଷ୍ଟି ହେବାକୁ ଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ମହଲା କୋଠା ଭୁଶୁଡ଼ିଲା, ଫସି ରହିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଲୋକ

ବେଜିଂ,୩୦ା୪: ଚାଇନାର  ହୁନାନ ଜିଲାରେ ୬ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିବା ପରେ ଅତି କମରେ ୩୯ ଜଣ ନିଖୋଜ ଅଛନ୍ତି ଏବଂ ୨୦ରୁ...

ଖରା ହେଲେ କମିବ କରୋନା ଭାଇରସ ପ୍ରକୋପ!

ଓ୍ବାଶିଂଟନ,୧୪।୩: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୪୫ ଦେଶରେ ବ୍ୟାପିଥିବା ବେଳେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ସୋସିଆଲ ମିଡିଆରେ...

୭୩ ବର୍ଷର ସ୍ଥିତି ମୁହାଁ ଆମେରିକା-ଚାଇନା…

ଓ୍ବାଶିଂଟନ/ବେଜିଂ,୬।୨ : ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ପୁଣି ଥରେ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ଚାଇନାର ଗୁପ୍ତଚର ବେଲୁନ, ଯାହା ଆମେରିକାର...

ରାସାୟନିକ ଆକ୍ରମଣ ପରେ ରାସ୍ତାରେ ପଡ଼ିରହିଛି ହଜାର ହଜାର ମୃତଦେହ

କ୍ୱିଭ୍‌,୧୨।୪: ରୁଷିଆ ଓ ୟୁକ୍ରେନରେ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୮ଦିନରେ ପହଞ୍ଚିଛି। ଏହି ଯୁଦ୍ଧର କେବେ ସମାପ୍ତି ହେବ ତାହା କାହାକୁ ଜଣାନାହିଁ। ଉକ୍ତ...

ମଲାଲା ଆକ୍ରମଣକାରୀ ଜେଲ୍‌ରୁ ଚମ୍ପଟ

ଇସ୍‌ଲାମାବାଦ,୭-୨(ଆଇଏଏନ୍‌ଏସ୍‌):ନାରୀ ଶିକ୍ଷାର ପ୍ରସାର ପାଇଁ ପାକିସ୍ତାନରେ ସଚେତନତା ସୃଷ୍ଟି କରୁଥିବା ମଲାଲା ୟୁସୁଫଜାଇ ଏବଂ ପେଶାଓ୍ବର ସେନା ସ୍କୁଲରେ ଆକ୍ରମଣ କରିଥିବା ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି)ର...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ୧୪୦ ଲକ୍ଷ ଲୋକ ପଳାୟନ କରିଛନ୍ତି

ନ୍ୟୁୟର୍କ,୩ା୧୧: ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରାୟ ୧୪୦ ଲକ୍ଷ ଲୋକଙ୍କୁ ପଳାଇବା ପାଇଁ ବାଧ୍ୟ କରିଛି। ଏହା ବିଶ୍ୱ ବ୍ୟାପୀ ଶରଣାର୍ଥୀ ଏବଂ ବିସ୍ଥାପିତଙ୍କ ସଂଖ୍ୟାକୁ ୧୦...

ରୁଷିଆ ରାଷ୍ଟ୍ରପତିଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ, ମୋଟ ସମ୍ପତ୍ତି ମୂଲ୍ୟ ରହିଛି…

ମସ୍କୋ,୨୩।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ...

କଭରେଜ ସମୟରେ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ହତ୍ୟା

କାବୁଲ,୧୬ ।୭:ଆଫଗାନିସ୍ତାନର କାନ୍ଧାର ଅଞ୍ଚଳରେ ଭାରତୀୟ ଫଟୋ ଜର୍ନାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଂଡଜେ ଶୁକ୍ରବାର ଏହି ସୂଚନା...

Advertisement
Archives

Model This Week