ଝିଅକୁ ବାଜି ଲଗାଇ ବଳାତ୍କାରୀଙ୍କୁ ଧରିଲେ

ଇସ୍‌ଲାମାବାଦ,୧୬ା୧୧: ପାକିସ୍ତାନରୁ ଅଧିକାଂଶ ସମୟରେ ନକାରାମତ୍କ ଖବର ଆସିଥାଏ। ପଡ଼ୋଶୀ ଦେଶର ଆତଙ୍କବାଦ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ଆଦି ଖବର ଭାରତୀୟ ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରୁଥିବାବେଳେ ଏବେ ଜଣେ ପୋଲିସ ଅଧିକାରୀଙ୍କ ସାହସିକତା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆସିଷ୍ଟାଣ୍ଟ ସବ୍‌ଇନ୍‌ସ୍ପେକ୍ଟର (ଏଏସ୍‌ଆଇ) ଜଣକ ନିଜ ଝିଅକୁ ବାଜି ଲଗାଇ ବଳାତ୍କାରୀମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗତ ୧୦ ତାରିଖରେ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଏହି ବିରଳ ଘଟଣା ଦେଖିବାକୁ ମିଳିଛି।
କେତେଜଣ ଅପରାଧୀ ଜଣେ ମହିଳାଙ୍କୁ ଚାକିରି ପ୍ରଲୋଭନ ଦେଖାଇ କରାଚୀରୁ କାଶ୍‌ମୋରକୁ ଡକାଇଥିଲେ। ମହିଳା ନିଜ ୫ ବର୍ଷର ଝିଅକୁ ଧରି ସେମାନଙ୍କ ପାଖରେ ପହଞ୍ଚତ୍ବା ପରେ ଅସାମାଜିକ ବ୍ୟକ୍ତିମାନେ ଦୁହିଁଙ୍କୁ ଅନେକ ଦିନ ଧରି ଗଣବଳାତ୍କାର କରିଥିଲେ। ସେମାନେ ଧରା ନ ପଡ଼ିବା ପାଇଁ ବାରମ୍ବାର ସ୍ଥାନ ବଦଳାଉଥିଲେ ଓ ମା’ଝିଅଙ୍କୁ ବଳାତ୍କାର କରିଚାଲିଥିଲେ। ବଳାତ୍କାରୀଙ୍କ ବର୍ବରତା ଏତିକିରେ ଥମି ନ ଥିଲା। ସେମାନେ ଝିଅକୁ ଛାଡ଼ିବା ପାଇଁ ବିଚିତ୍ର ସର୍ତ୍ତ ବାଢ଼ିଥିଲେ। ନିଜ ଯୌନ ପିପାସା ମେଣ୍ଟାଇବା ଲାଗି ଅନ୍ୟ ଜଣେ ଝିଅକୁ ଆଣିବା ଲାଗି ମହିଳାଙ୍କ ଉପରେ ଚାପ ପକାଇଥିଲେ। ବଳାତ୍କାର ପୀଡ଼ିତା ଝିଅକୁ ସେମାନେ ବନ୍ଧକ ରଖି ଅନ୍ୟ ଜଣେ ଝିଅକୁ ଆଣିବା ଲାଗି ମହିଳାଙ୍କୁ ଛାଡ଼ିଦେଇଥିଲେ। ମହିଳା ସାହସ ବାନ୍ଧି ସ୍ଥାନୀୟ ଥାନାରେ ପହଞ୍ଚତ୍ବା ପରେ କାନ୍ଦି କାନ୍ଦି ସବୁ କଥା ପୋଲିସକୁ ଜଣାଇଥିଲେ। ଥାନାରେ ଅବସ୍ଥାପିତ ଏଏସ୍‌ଆଇ ମହମ୍ମଦ ବକ୍ସ ବୁରିରୋ ତାଙ୍କ ଦୁଃଖ ଶୁଣିବା ପରେ ଝିଅକୁ ଛଡ଼ାଇବା ପାଇଁ ଉପାୟ ପାଞ୍ଚତ୍ଥିଲେ। ପ୍ରଥମେ ସେ ମହିଳା ପୋଲିସ ସହାୟତାରେ ଅପରାଧୀଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ହେଲେ ମହିଳା ପୋଲିସଙ୍କୁ ନ ପାଇବାରୁ ବଳାତ୍କୃତା ମହିଳାଙ୍କ ସହ ନିଜ ଝିଅକୁ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ମହିଳାଙ୍କଠାରୁ ଅପରାଧୀଙ୍କ ଫୋନ୍‌ ନମ୍ବର ନେଇ ନିଜ ଝିଅକୁ ଦେଲେ। ତାଙ୍କ ଝିଅ ବଳାତ୍କାରୀମାନଙ୍କୁ ଫୋନ୍‌ କରି ସେମାନଙ୍କ ନିକଟରେ ଚାକିରି କରିବାକୁ ଚାହୁଁଥିବା କହିଥିଲେ। ଏଥିରେ ବଳାତ୍କାରୀମାନେ ଖୁସିରେ ରାଜି ହୋଇଗଲେ। ଏଏସ୍‌ଆଇ ମହମ୍ମଦ ବକ୍ସଙ୍କ ଝିଅ ସେମାନଙ୍କୁ ଏକ ପାର୍କକୁ ଡାକିଥିଲେ। ରଫିକ୍‌ ମଲକ୍‌ ନାମକ ଜଣେ ଅପରାଧୀ ୫ ବର୍ଷୀୟା ଝିଅକୁ ସାଙ୍ଗରେ ଧରି ସେହି ପାର୍କରେ ପହଞ୍ଚତ୍ଥିଲେ। ପୂର୍ବ ଯୋଜନା ମୁତାବକ କାଶ୍‌ମୋର ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ତାଙ୍କୁ ଘେରିଯାଇ କାବୁକରି ନେଇଥିଲେ। ରଫିକ୍‌ଙ୍କ ଗିରଫଦାରି ପରେ ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବୁଗ୍‌ତି ନାମକ ଅପରାଧୀଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବୁଗ୍‌ତି ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ରଫିକ୍‌ ମଲକ୍‌ଙ୍କ ମୃତ୍ୟୁ ଘଟିଲା। ହେଲେ ଶେଷରେ ପୋଲିସ ବୁଗ୍‌ତିଙ୍କୁ ଧରିବାରେ ସକ୍ଷମ ହୋଇଥିଲା।
ଏହି ଘଟଣା ପରେ ଏଏସ୍‌ଆଇ ମହମ୍ମଦ ବକ୍ସ ଓ ତାଙ୍କ ଝିଅଙ୍କ ସାହସିକ କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଉଛି। ସାହସୀ ଏଏସ୍‌ଆଇଙ୍କୁ କ୍ୱାଏଦ୍‌-ଇଆଜମ ପୋଲିସ ମେଡାଲ ଓ ତାଙ୍କ ଝିଅଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଦେବା ପାଇଁ ସିନ୍ଧ୍‌ ପ୍ରଦେଶ ଇମ୍ରାନ୍‌ ସରକାରଙ୍କ ନିକଟକୁ ପତ୍ର ଲେଖି ସୁପାରିସ କରିଛି। ସେମାନଙ୍କ ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା କରିବା ପାଇଁ ଆମ ପାଖରେ ଭାଷା ନାହିଁ ବୋଲି ସିନ୍ଧ୍‌ ସରକାରଙ୍କ ମୁଖପାତ୍ର ମୁର୍ତାଜା ଓ୍ବାହବ୍‌ କହିଛନ୍ତି। ବଳାତ୍କାର ପୀଡ଼ିତା ମା’ଝିଅଙ୍କୁ ଲର୍କାନାସ୍ଥିତ ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ନାବାଳିକାଙ୍କ ଚିକିତ୍ସା ଓ ପାଠପଢ଼ା ଖର୍ଚ୍ଚ ବହନ କରିବା ପାଇଁ ସିନ୍ଧ୍‌ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏଏସ୍‌ଆଇ ମହମ୍ମଦ ବକ୍ସଙ୍କୁ ଫୋନ୍‌ କରି ଅପରାଧୀଙ୍କୁ ଧରିବାରେ ବାପ-ଝିଅଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ପୋଲିସ କର୍ମଚାରୀଙ୍କ ଉଲ୍ଲେଖନୀୟ ପଦକ୍ଷେପକୁ ନେଇ ସାରା ଦେଶ ଗର୍ବିତ ବୋଲି ଇମ୍ରାନ୍‌ କହିଛନ୍ତି। ଏହାସହ ଖୁବ୍‌ଶୀଘ୍ର ବଳାତ୍କାର ନିରୋଧୀ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ମହମ୍ମଦ ବକ୍ସଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକ କାର୍ଯ୍ୟ କେବଳ ପାକିସ୍ତାନ ନୁହେଁ, ଅନ୍ୟ ରାଷ୍ଟ୍ରର ପୋଲିସ ଅଧିକାରୀମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?