Home

ଆଲୋକୀକରଣ ହେଲା ମଣିକର୍ଣ୍ଣିକା ପୁଷ୍କରିଣୀ

ପୁରୁଣା ଭୁବନେଶ୍ୱର, ୨୮ା୧୧(ଡି.ଏନ୍‌.ଏ.): କପିଳେଶ୍ୱର ମନ୍ଦିର ପରିସରରେ ରହିଥିବା ଐତିହ୍ୟ ମଣିକର୍ଣ୍ଣିକା ପୁଷ୍କରିଣୀକୁ ଶୁକ୍ରବାର ଆଲୋକୀକରଣ କରାଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଟୁରିଜମ ବିଭାଗ ପକ୍ଷରୁ ୧୧ଲକ୍ଷ ଟଙ୍କା ବ୍ୟୟବରାଦ…

ବଡ଼ମ୍ବା ରାଜବାଟୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ

ବଡ଼ମ୍ବା, ୨୮ା୧୧(ଡି.ଏନ୍‌.ଏ.): ବଡମ୍ବା ରାଜବାଟୀସ୍ଥିତ ଜଗନ୍ନାଥଙ୍କର ଶୁକ୍ରବାର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ପ୍ରଥମଥର ଲାଗି ରାଜବାଟୀରେ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। କୋଭିଡ୍‌ କଟକଣା ମଧ୍ୟରେ କେତେଜଣ ଭକ୍ତ ନାଗାର୍ଜୁନ ବେଶ ଦର୍ଶନ କରିଛନ୍ତି।…

ସୌମ୍ୟ କହିଲେ ଛୋଟ ଘଟଣା, ଲେଖାଶ୍ରୀ ପଚାରିଲେ ବଡ଼ କ’ଣ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ବିଜେଡି ଉପସଭାପତି ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନାବାଳିକା ପରୀ ହତ୍ୟାକାଣ୍ଡକୁ ଏକ ଛୋଟ ଘଟଣା ବୋଲି ମତ ଦେଇଛନ୍ତି। ଏହାକୁ ନେଇ ଭାଜପା ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛି। ନୟାଗଡ଼ ଜିଲାର ୫ ବର୍ଷର ଝିଅ ପରୀ…

ମିଳିଲାନି ଦର୍ଶନ, କାନ୍ଦିଲା ଭକ୍ତ ପ୍ରାଣ

ପୁରୀ ଅଫିସ,୨୮ା୧୧: କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ବିଶ୍ୱନିୟନ୍ତା ପୁଣି ଭାବର ଠାକୁର। ତାଙ୍କ ସେବାପୂଜା, ବେଶ ସବୁକିଛି ସ୍ବତନ୍ତ୍ର। ଦୈନିନ୍ଦିନ ବେଶ ଅପେକ୍ଷା ବର୍ଷତମାମ୍‌ ବିଭିନ୍ନ ସ୍ବତନ୍ତ୍ର ବେଶରେ ବିଭୂଷିତ ହୋଇଥାନ୍ତି ଚତୁର୍ଦ୍ଧାବିଗ୍ରହ। ତାଙ୍କର ୨ଟି ବେଶକୁ…

ପାହାଡ଼ରେ ଭରି ରହିଛି ହୀରା: ଖୋଲିବା ଆରମ୍ଭ କଲେ ଲୋକେ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

କୋହିମା,୨୮।୧୧: ନାଗାଲାଣ୍ଡରେ ଏବେ ହୀରା ଲୋଭରେ ଲୋକେ ଏକ ପାହାଡ଼କୁ ଖୋଳିବା ଆରମ୍ଭ କରିଛନ୍ତି। ମୋନ୍‌ ଜିଲାର ଓ୍ବାନଚିଙ୍ଗ୍‌ ଗାଁରେ ଥିବା ପାହାଡ଼ରେ ହୀରା ମିଳୁଥିବାଖବର ପ୍ରଚାର ହୋଇଥିଲା। ପ୍ରଥମେ କେତେକ ଗାଁ ଲୋକେ ପାହାଡ଼ ଖୋଲିବା ଆରମ୍ଭ କରିଥିଲେ। ଏବେ…

ପୁଅ ଆକାଶଙ୍କ ସହ ଜେଲଗଲେ ଅଭୟକାନ୍ତ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଶେଷରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ପରେ ଉଭୟଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।…

ଆମେରିକା ହ୍ବାଇଟ୍‌ ହାଉସ୍‌ କିଚେନ୍‌: ରାଷ୍ଟ୍ରପତି ବଦଳିଲେ ବଦଳେ ମେନୁ

ଓ୍ବାଶିଂଟନ୍‌: ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ବାଜି ମାରିଛନ୍ତି ଡେମୋକ୍ରାଟିକ୍‌ ପାର୍ଟିର ନେତା ଜୋ ବାଇଡେନ୍‌। ନବନିଯୁକ୍ତ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହ୍ବାଇଟ୍‌ ହାଉସ୍‌ । ସୁରକ୍ଷା ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଆମେରିକାର ରାଷ୍ଟ୍ରପତି ଭବନକୁ…

୫ବର୍ଷର ଧର୍ମପଦ ପୁରସ୍କାର, ଶିଳ୍ପୀ ସମ୍ବର୍ଦ୍ଧନା ଘୋଷଣା

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ୫ବର୍ଷ ପାଇଁ ଘୋଷଣା କରାଯାଇଛି। ଏହାସହ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀଙ୍କ ନାମ…

ବିନା ଭକ୍ତରେ ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୮ା୧୧: ଏକ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି ଘଟିଛି। ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି। ଦୀର୍ଘ ୨୫ବର୍ଷ ପରେ ପଡ଼ିିଥିବା ଏହି ବେଶ କିନ୍ତୁ ଦେଖିପାରି ନାହାନ୍ତି ଭକ୍ତ। ବିଷାଦ ଓ ଅବସୋସ ମଧ୍ୟରେ…

ଜଷ୍ଟିସ୍‌ ବି.କେ. ପଟେଲ ଓଏଚ୍‌ଆର୍‌ସି ଅଧ୍ୟକ୍ଷ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବିଜୟକୃଷ୍ଣ ପଟେଲ ରାଜ୍ୟ ମାନବାଧିକାର ଆୟୋଗ(ଓଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜଷ୍ଟିସ୍‌ ପଟେଲଙ୍କ ନାମ ସୁପାରିସ କରିଥିଲା। ରାଜ୍ୟପାଳ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି।…

ଟ୍ରେନ୍‌ ଧକ୍କାରେ ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା ଘଟିଛି। ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଧକ୍କାରେ ୩୧ ମଇଁଷିଙ୍କ ମୃତ୍ୟୁ ଘଟିଛି। ମଇଁଷିଙ୍କ ମୃତଦେହ ରେଳଧାରଣା…

ଲଭ୍‌ ଜେହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ: ଆଇନ ହେଲା ଲାଗୁ

ଲକ୍ଷ୍ନୌ,୨୮।୧୧: ଲଭ୍‌ ଜିହାଦ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ପାରିତ ହୋଇଥିବା ଅଧ୍ୟାଦେଶକୁ ଶନିବାର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ମଞ୍ଜୁରୀ ମିଳିଛି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଧୋକା ଦେଇ ଧର୍ମପରିବର୍ତ୍ତନ କରୁଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?