ଟ୍ରେନ୍‌ ଧକ୍କାରେ ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା ଘଟିଛି। ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଧକ୍କାରେ ୩୧ ମଇଁଷିଙ୍କ ମୃତ୍ୟୁ ଘଟିଛି। ମଇଁଷିଙ୍କ ମୃତଦେହ ରେଳଧାରଣା ଉପରେ ପଡ଼ି ରହିବାରୁ ପ୍ରାୟ ୪୦ ମିନିଟ୍‌ ଧରି ଟ୍ରେନ୍‌ ଅଟକି ରହିଥିଲା। ରେଳ କର୍ମଚାରୀ ପହଞ୍ଚତ୍ ମୃତ ମଇଁଷିଙ୍କୁ ହଟାଇବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା।
ସୂଚନାଯୋଗ୍ୟ, ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ବାଇଁ ନାମକ ଜଣେ ଚାଷୀ ଋଣ କରି ମଇଁଷି ପାଳିଥିଲେ। ସବୁଦିନ ଭଳି ଶୁକ୍ରବାର ସକାଳେ ସେ ମଇଁଷି ପଲକୁ ଚରାଇବାକୁ ଘର ନିକଟ ଜଙ୍ଗଲକୁ ନେଇଥିଲେ। ମଇଁଷିଙ୍କୁ ଚରାଇ ଘରକୁ ଆଣୁଥିବାବେଳେ ଏକ ଛୁଆ ମଇଁଷି ପଲରୁ ବାହାରି ଯୋରନ୍ଦାରୋଡ୍‌ ଷ୍ଟେଶନ ମନ୍ଦିର ନିକଟ ରେଳ ଧାରଣା ଉପରକୁ ପଳାଇ ଆସି ରଡ଼ି କରିଥିଲା। ଏହାକୁ ଦେଖି ମା’ ମଇଁଷି ମଧ୍ୟ ବୋବାଇଥିଲା। ଫଳରେ ପୂରା ପଲ ରେଳଧାରଣା ଉପରକୁ ଉଠି
ଆସିଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଇଣ୍ଟରସିଟି ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଟ୍ରେନ୍‌ ଧକ୍କା ଏତେ ଜୋର୍‌ ଥିଲା ଯେ, ଧାରଣା ସମେତ ନିକଟବର୍ତ୍ତୀ ଅଞ୍ଚଳରେ ମଇଁଷିଗୁଡ଼ିକ ଛିଟିକି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ସନ୍ତୋଷଙ୍କ ୨୯ ଏବଂ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କ ୨ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୨ଟି ଗୁରୁତର ହୋଇଛନ୍ତି।
ଗୋଠ ଖାଲି ହୋଇଗଲା
ପେଟପାଟଣା କଥା ବୁଝୁଥିଲେ ମଇଁଷି ପଲ। ହେଲେ ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଯାଇଛି। ଟ୍ରେନ୍‌ ଦୁର୍ଘଟଣାରେ ଗୋଠ ଖାଲି ହୋଇଗଲା ବୋଲି କାନ୍ଦି କାନ୍ଦି କହିଛନ୍ତି ମଇଁଷି ପାଳିଥିବା ଚାଷୀ ସନ୍ତୋଷ ସ୍ବାଇଁ। ଦୁର୍ଘଟଣାରେ ମଇଁଷିଙ୍କ ମୃତ୍ୟୁରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଛି। ୧୧ ମଇଁଷି ଗର୍ଭବତୀ ଥିଲେ। ଏଭଳି ଦୁଃଖ ଭଗବାନ୍‌ କାହାରିକୁ ନ ଦିଅନ୍ତୁ ବୋଲି ସନ୍ତୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା: ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡ଼ି ପୋଲିସ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ୧୪୪ ଧାରାକୁ ବଜାୟ ରଖିବା ସହ ଦୋକାନ ବଜାର ବନ୍ଦ...

ଜଙ୍ଗଲରୁ ମିଳିଲା ନରକଙ୍କାଳ

ବଡବିଲ,୭।୧୦:(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଗନ୍ଧଲପଦା ଗ୍ରାମ ଜଙ୍ଗଲରୁ ଏକ ନରକଙ୍କାଳକୁ ପୋଲିସ ମଙ୍ଗଳବାର ଜବତକରି ବ୍ୟବଚ୍ଛେଦ ନିମନ୍ତେ କଟକସ୍ଥିତ ଏଫ୍‌ଏମଟି (ଫରେନସିକ...

୧୨ ବର୍ଷର ସଂଘର୍ଷ ପରେ ମିଳିଲା ଜମିପଟା

ନାଉଗଁ। ,୧୧ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ଜାମୁଗଁ। ପଞ୍ଚାୟତ ନନ୍ଦୀ ଗ୍ରାମର ଶଙ୍କର ଭୋଇଙ୍କୁ ମଙ୍ଗଳବାର ନାଉଗଁ। ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଦୀର୍ଘ ୧୨...

କୋଲକାତାରୁ ମ୍ୟାନେଜରଙ୍କ ସମେତ ୨ ଗିରଫ

ବ୍ରହ୍ମପୁର ଅଫିସ,୭ା୩: ସୁନା ଦୋକାନରୁ ୩୦ ଲକ୍ଷର ସୁନା ଗହଣା ଚୋରି ଘଟଣାର ମାଷ୍ଟରମାଇଣ୍ଡ ସର୍ଜଲ ମଲିକ ଓ ଅନ୍ୟ ଜଣେ କର୍ମଚାରୀ କୌଶିକ ପାଙ୍ଗଙ୍କୁ...

ସିଏମ୍‌ସି,ଓଏଚ୍‌ପିସି, ଜଗନ୍ନାଥ ବିଶ୍ୱବିଦ୍ୟାଳୟ ପାଇଁ ଆରମ୍ଭ ହେଲା ଇ-ଅଫିସ

ଭୁବନେଶ୍ବର,୪ା୧୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର କଟକ ମହାନଗର ନିଗମ (ସିଏମ୍‌ସି), ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଏବଂ ଜଗନ୍ନାଥ ସଂସ୍କୃତ...

ସୂଚନାକର୍ମୀଙ୍କ ଉପରେ ବୋମାମାଡ଼ ଘଟଣା, ୩ ଗିରଫ

ଯାଜପୁର ଅଫିସ,୭।୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ସୂଚନାକର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ...

୫୦ ଫୁଟ ତଳକୁ ଖସିଲା ଟ୍ରକ୍‌, ୨ ଜଣଙ୍କ ଜୀବନ ଗଲା

ସୁନ୍ଦରଗଡ଼,୫ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ନିକଟରେ ବୁଧବାର ଏକ ଟ୍ରକ୍‌ ଭାରସାମ୍ୟ ହରାଇ ତୋଡ଼ା ବ୍ରିଜରୁ ୫୦ଫୁଟ ତଳକୁ ଖସି...

ବିଜେଡିରେ ପରାଜୟ ମନ୍ଥନ ପ୍ରକ୍ରିୟା ଆରମ୍ଭ:

ଭୁବନେଶ୍ୱର,୨୮।୫(ବ୍ୟୁରୋ) ନିର୍ବାଚନ ଫଳାଫଳ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ହେଲେ ସରକାର ଗଢିବା ଖୁସି ଅପେକ୍ଷା ୯ ଲୋକ...

Advertisement
Archives

Model This Week