Posted inଜାତୀୟ

ଲଭ୍‌ ଜେହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ: ଆଇନ ହେଲା ଲାଗୁ

ଲକ୍ଷ୍ନୌ,୨୮।୧୧: ଲଭ୍‌ ଜିହାଦ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ପାରିତ ହୋଇଥିବା ଅଧ୍ୟାଦେଶକୁ ଶନିବାର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ମଞ୍ଜୁରୀ ମିଳିଛି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଧୋକା ଦେଇ ଧର୍ମପରିବର୍ତ୍ତନ କରୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷର ଜେଲ ଦଣ୍ଡାଦେଶ କରାଯିବ ବୋଲି ଏହି ଆଇନରେ ଉଲ୍ଲେଖ ରହିଛି। ସାଧାରଣ କ୍ଷେତ୍ରରେ ଧୋକା ଦେଇ ଧର୍ମ ପରିବର୍ତ୍ତନ କଲେ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହିତ ୧୫ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଏସ୍‌-ଏସଟି ନାବାଳିକା କିମ୍ବା ମହିଳାଙ୍କ କ୍ଷେତ୍ରରେ ଏପରି ହେଲେ ୨୫ ହଜାର ଟଙ୍କାର ଜରିମାନା ସହିତ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯିବ। ଅଧିକ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଉଥିବା ଅଭିଯୋଗରେ ଦୋଷୀ ସବାସ୍ତ୍ୟ ହେଲେ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ଆଇନରେ କୁହାଯାଇଛି। ବିବାହ ପାଇଁ ଧର୍ମ ପରିବର୍ତ୍ତନ ଲାଗି ୨ ମାସ ପୂର୍ବରୁ ଜିଲା ଅଧିକାରୀଙ୍କୁ ସୂଚନା ଦେବାକୁ ପଡ଼ିବ। ଏହାର ଉଲ୍ଲଂଘନ କଲେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା!

ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍...

ସନ୍ତାନ ଜନ୍ମ ଦେବା, ନ ଦେବା ମହିଳାଙ୍କର ବ୍ୟକ୍ତିଗତ ଅଧିକାର…

ବେଙ୍ଗାଲୁରୁ,୨୫।୧୧: ଏକ ମାମଲାର ବିଚାର କରି କର୍ନାଟକ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର।...

ବିହାରର ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ ନୀତୀଶ

ପାଟନା,୩୦।୭: ବିହାରର ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏକ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ରାଜ୍ୟର ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ...

ଅପରେଶନ୍‌ ସମୁଦ୍ର ସେତୁ: ଭାରତୀୟଙ୍କୁ ଆଣିବା ଲାଗି ମାଳଦ୍ୱୀପରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲଶ୍ୱା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ...

ଜାତିଗତ ଜନଗଣନା ପାଇଁ ୩ ରାଜ୍ୟ ସରକାର କରିଛନ୍ତି ଅନୁରୋଧ : ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର…

ନୂଆଦିଲ୍ଲୀ,୧୩।୧୨ : ଜାତିଗତ ଭୋଟ ଗଣନାକୁ ନେଇ ଅନେକ ରାଜନୈତିକ ଦଳ ପ୍ରାୟତଃ କେନ୍ଦ୍ର ସରକାରଙ୍କୁ ଘେରି ରହିଥାନ୍ତି। ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ...

ପୁଣି ଆସିବ ତିନି ତଲାକ୍‌ ବିଲ୍‌

ନୂଆଦିଲ୍ଲୀ,୪ା୬(ପି.ଟି.)-ତତ୍କାଳ ତିନି ତଲାକ୍‌ ପ୍ରଥାକୁ ନିଷିଦ୍ଧ କରିବା ଲାଗି ସରକାର ପାର୍ଲାମେଣ୍ଟରେ ପୁଣି ଥରେ ବିଲ୍‌ ଆଣିବେ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୋମବାର...

୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଲୋକାର୍ପିତ…

ଋଷିକେଶ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବ୍ୟାପୀ ୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ର ଲୋକାର୍ପଣ କରିଛନ୍ତି। ଋଷିକେଶର ଏମ୍ସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର...

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା...

Advertisement
Archives

Model This Week