ମିଳିଲାନି ଦର୍ଶନ, କାନ୍ଦିଲା ଭକ୍ତ ପ୍ରାଣ

ପୁରୀ ଅଫିସ,୨୮ା୧୧: କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ବିଶ୍ୱନିୟନ୍ତା ପୁଣି ଭାବର ଠାକୁର। ତାଙ୍କ ସେବାପୂଜା, ବେଶ ସବୁକିଛି ସ୍ବତନ୍ତ୍ର। ଦୈନିନ୍ଦିନ ବେଶ ଅପେକ୍ଷା ବର୍ଷତମାମ୍‌ ବିଭିନ୍ନ ସ୍ବତନ୍ତ୍ର ବେଶରେ ବିଭୂଷିତ ହୋଇଥାନ୍ତି ଚତୁର୍ଦ୍ଧାବିଗ୍ରହ। ତାଙ୍କର ୨ଟି ବେଶକୁ ଦୁର୍ଲଭ ବା ବିରଳ ବେଶ ଭାବେ ବିବେଚନା କରାଯାଏ। ଏହି ଦୁଇ ବେଶ ହେଉଛି ରଘୁନାଥ ବେଶ ଏବଂ ନାଗାର୍ଜୁନ ବେଶ। ୨୫ ବର୍ଷ ପରେ ଶୁକ୍ରବାର ରତ୍ନସିଂହାସନରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ହେଲେ କରୋନା କଟକଣା ସାଙ୍ଗକୁ ବଡଦାଣ୍ଡରେ ୧୪୪ ଧାରା ଜାରି ଯୋଗୁ ଶ୍ରଦ୍ଧାଳୁ ଦର୍ଶନ ପାଇପାରିଲେନି। ଏଥିପାଇଁ କାହାର ପ୍ରାଣ କାନ୍ଦି ଉଠିଥିବା ବେଳେ ଆଉ କେହି ବୋଧେ ଭାଗ୍ୟରେ ନାହିଁ କହୁଥିବା ଶୁଣିବାକୁ ମିଳିଥିଲା। ହରଚଣ୍ଡୀସାହିରୁ ବେଶ ଶୋଭାଯାତ୍ରାରେ ଆସିବାଠାରୁ ଓଲାଗି ପର୍ଯ୍ୟନ୍ତ ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିିଥିଲେ। ହରଚଣ୍ଡୀସାହିବାସୀଙ୍କ ଜୟ ଜଗନ୍ନାଥ ଧ୍ୱନି ସାଙ୍ଗକୁ କିଏ ଦୀପ ଜାଳି ତ ଆଉ କେହି ନୃତ୍ୟ, ଭଜନ ଗାଇ ଲୁହ ଗଡ଼ାଉଥିଲେ।

 

ଭାବଭକ୍ତିରେ ଉଛୁଳିଲା ବେଶ ଶୋଭାଯାତ୍ରା

ନାଗାର୍ଜୁନ ବେଶର ସ୍ବତ୍ତ୍ବାଧିକାରୀ ହେଉଛନ୍ତି ହରଚଣ୍ଡି ସାହିର ଚକ୍ରକୋଟ ବଳରାମ ଖୁଣ୍ଟିଆ। ଶ୍ରୀମନ୍ଦିର ପ୍ରଶାସନର ଅନୁମତି ପାଇବା ପରେ ଗତ ବିଜୟା ଦଶମୀଠାରୁ ତାଙ୍କ ବାସଭବନରେ ଶୁଦ୍ଧପୂତ ଭାବେ ନିଷ୍ଠାର ସହ ବେଶ ନିର୍ମାଣ ଆରମ୍ଭ କରାଇଥିଲେ। ଶିଳ୍ପୀ ବସନ୍ତ ରଣାଙ୍କ ତତ୍ତ୍ବାବଧାନରେ ପ୍ରାୟ ୧୦ ଜଣ କାରିଗର ଏଥିରେ ସାମିଲ ଥିଲେ। ନିର୍ଦ୍ଧାରିତ ସମୟରେ ବେଶ ନିର୍ମାଣ ସରିଥିଲା। ପୂଜାର୍ଚ୍ଚନା ପରେ ଗୁରୁବାର ରାତି ୩ଟା ୨୦ରେ ବଳରାମଙ୍କ ବାସଭବନରୁ ବାହାରିଥିଲା ବେଶ ଶୋଭାଯାତ୍ରା। ଆଗରେ ଚୁନପାଣି ପଡୁଥିବାବେଳେ ଘଣ୍ଟ, ଘଣ୍ଟି, ଛତ୍ରୀ, ତ୍ରାସ, କାହାଳି ଶୋଭାଯାତ୍ରାରେ କମ୍ପିଥିଲା ହରଚଣ୍ଡୀ ସାହି। ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଆଗେ ଆଗେ ବାଟ କଢ଼ାଇ ଆଣିଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ। ଏକ ଭାବଭକ୍ତିମୟ ପରିବେଶରେ ଉଚ୍ଛୁଳିଥିଲା ପରିବେଶ। ଗାଣ୍ଡୁଆଚଉରା ଛକ, ଦକ୍ଷିଣଦ୍ୱାର ଦେଇ ଭୋର ୪ଟା ୧୦ରେ ଶ୍ରୀମନ୍ଦିରକୁ ଏହି ବେଶ ବିଜେ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri