ବିନା ଭକ୍ତରେ ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୮ା୧୧: ଏକ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି ଘଟିଛି। ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି। ଦୀର୍ଘ ୨୫ବର୍ଷ ପରେ ପଡ଼ିିଥିବା ଏହି ବେଶ କିନ୍ତୁ ଦେଖିପାରି ନାହାନ୍ତି ଭକ୍ତ। ବିଷାଦ ଓ ଅବସୋସ ମଧ୍ୟରେ ଶେଷ ହୋଇଛି ବିଶ୍ୱନିୟନ୍ତାଙ୍କ ବୀର ବେଶ। ଏଥିସହ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ବିନା ଭକ୍ତରେ ରଥଯାତ୍ରା ଭଳି ନାଗାର୍ଜୁନ ବେଶ ହୋଇଛି ଶ୍ରଦ୍ଧାଳୁଶୂନ୍ୟ। ଭକ୍ତ-ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି ମହାମାରୀ କରୋନା, ଯେଉଁଥିପାଇଁ ସିଂହଦ୍ୱାରକୁ ପାଦ ନ ପକାଇ ଗୁମୁରି କାନ୍ଦୁଥିବା ଶ୍ରଦ୍ଧାଳୁ କେବଳ ହୃଦୟରେ ଦାରୁଦିଅଁଙ୍କ ଏହି ଯୋଦ୍ଧା ବେଶକୁ ଅନୁଭବ କରିଛନ୍ତି। ଅନ୍ୟପକ୍ଷରେ ଗର୍ଭଗୃହରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତିରେ ୩ଘଣ୍ଟା ବିଳମ୍ବ ଘଟିଛି। ଆଉ ଏହାର ସାକ୍ଷୀ ରହିଛି ରତ୍ନସିଂହାସନ।
ନାଗାର୍ଜୁନ ବେଶ ପାଇଁ ଗୁରୁବାର ରାତି ୧ଟାରେ ଶ୍ରୀମନ୍ଦିରରେ ପହୁଡ଼ ପଡ଼ିଥିଲା। ୨ଟାରେ ଦ୍ୱାରଫିଟା ନୀତି ନିର୍ଘଣ୍ଟ ହୋଇଥିବାବେଳେ ୪୫ ମିନିଟ୍‌ ବିଳମ୍ବରେ ଦ୍ୱାର ଖୋଲିଥିଲା। ୩ଟା ୨୫ରେ ଭିତରଶୋଧ, ୩ଟା ୩୫ରେ ମଙ୍ଗଳ ଆଳତି ସରିଥିଲା। ଏହାପରେ ଅନ୍ୟାନ୍ୟ ନୀତି ଚାଲିଥିଲା। ଭୋର ୪ଟା ୧୦ରେ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ହରଚଣ୍ଡୀ ସାହି ବାସଭବନରୁ କଡ଼ା ସୁରକ୍ଷା ମଧ୍ୟରେ ନାଗାର୍ଜୁନ ବେଶ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ଭୋର ୪ଟା ୩୫ରେ ଅବକାଶ ପୂଜା ବଢ଼ିବା ପରେ ୪୫ ମିନିଟ୍‌ ବିଳମ୍ବ ଅର୍ଥାତ୍‌ ୪ଟା ୪୫ରେ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିଲା। ବେଶ ଶୃଙ୍ଗାରର ଅଳ୍ପ କେଇ ମିିନିଟ୍‌ ପରେ ଖୁଣ୍ଟିଆ ଏବଂ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ରତ୍ନସିଂହାସନରେ ଅଧିକ ସିଂହାରୀ ସେବାୟତ ଥିବା ଖୁଣ୍ଟିଆ ସେବକ ଅଭିଯୋଗ ଆଣି କାହାକୁ ସେମାନେ ସ୍ବର୍ଣ୍ଣ ଅଳଙ୍କାର ମଣତି (ଅଳଙ୍କାର ଗଣତି କରି ହେପାଜତରେ ଦେବା) ଦେବେ ସେ ନେଇ ଆପତ୍ତି ଉଠାଇଥିଲେ। ଫଳରେ ବେଶ ଶୃଙ୍ଗାର ବନ୍ଦ ରହିଥିଲା। ଏହାପରେ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଆପୋସ ସମାଧାନ ପାଇଁ ଉଦ୍ୟମ ଭିତରେ ସମୟ ଗଡ଼ିଥିଲା। ସମାଧାନ ପରେ ଠାକୁରଙ୍କୁ ନାଗାର୍ଜୁନ ବେଶରେ ବିଭୂଷିତ କରାଯାଇଥିଲା। ଭୋର ୪ଟାରୁ ବେଶ ଆରମ୍ଭ ହୋଇ ସକାଳ ୭ଟାରେ ଶେଷ ହେବାକୁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା। ମାତ୍ର ଏହି ବିବାଦ ଯୋଗୁ ୩ ଘଣ୍ଟା ବିଳମ୍ବ ଅର୍ଥାତ୍‌ ପୂର୍ବାହ୍ନ ୧୦ଟା ୧୫ରେ ବେଶ ଶୃଙ୍ଗାର ସରିଥିଲା। ଏହାପରେ ଅନ୍ୟାନ୍ୟ ନୀତି ଚାଲିଥିଲା। ପୂର୍ବାହ୍ନ ୧୧ଟା ୫ରେ ଗୋପାଳ ବଲ୍ଲଭ, ମଧ୍ୟାହ୍ନ ୧୨ଟା ୨୫ରେ ସକାଳ ଧୂପ ଏବଂ ଅପରାହ୍ନ ୧ଟା ୪୫ରେ ବାଳଧୂପ ବଢ଼ିଥିଲା। ତେବେ ଅପରାହ୍ନ ସାଢେ ୧ଟାରେ ଭୋଗମଣ୍ଡପ ଶେଷ ପାଇଁ ସମୟ ନିର୍ଘଣ୍ଟ ହୋଇଥିବାବେଳେ ଏଥିରେ ଦେଢଘଣ୍ଟା ବିଳମ୍ବ ଘଟିଥିଲା। ଅପରାହ୍ନ ୩ଟାରେ ଭୋଗମଣ୍ଡପ ବଢ଼ିଥିଲା। ସେହିପରି ୨ଟାରେ ବେଶ ଓଲାଗି ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ୩ଟା ୫୫ରେ ଏହା ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସରିଥିଲା। ଏହି ବେଶକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ହେପାଜତକୁ ନେଇ ପଶ୍ଚିମ ଦ୍ୱାର ନିକଟ ନୀଳାଦ୍ରି ବିହାର ମ୍ୟୁଜିୟମ୍‌ରେ ସାଇତି ରଖିଛି। ଏହାପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି କରାଯାଇଛି।
ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ନୀତିରେ ବିଳମ୍ବ ଘଟିଲା। ଏହାର ତର୍ଜମା କରାଯାଇ ଆଗକୁ ମହାପ୍ରଭୁଙ୍କ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ବିବାଦ ପରେ ଉଭୟ ପକ୍ଷ ସେବାୟତଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଛି। ପ୍ରଶାସନ ଅନୁରୋଧକୁ ରକ୍ଷା କରି ସହଯୋଗ କରିଥିବାରୁ ଶ୍ରଦ୍ଧାଳୁ, ସେବାୟତ ସମସ୍ତଙ୍କୁ ଜିଲାପାଳ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri