ପୁଅ ଆକାଶଙ୍କ ସହ ଜେଲଗଲେ ଅଭୟକାନ୍ତ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଶେଷରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ପରେ ଉଭୟଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଧିକ ପଚରାଉଚରା ପାଇଁ ଭିଜିଲାନ୍ସ ପକ୍ଷରୁ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଥିଲେ ମଧ୍ୟ ଅନୁମତି ମିଳି ନ ଥିବା ସୂଚନା ମିଳିଛି। ଅନ୍ୟପଟେ ଅଭୟକାନ୍ତଙ୍କ ପୁତୁରା ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ତେବେ ଯାଞ୍ଚରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିବାବେଳେ ଯାଞ୍ଚ ଜାରି ରହିଥିବାରୁ ଚୂଡ଼ାନ୍ତ ଆକଳନ ରିପୋର୍ଟ ଦିଆଯାଇନି। ଘଟଣାର ଅଧିକ ତଦନ୍ତ ପାଇଁ ୨୦ ଜଣିଆ ସଦସ୍ୟଙ୍କୁ ନେଇ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ଏଥିସହ ରାଜ୍ୟ ସରକାର ଅଭୟକାନ୍ତଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।
ଭିଜିଲାନ୍ସ ଟିମ୍‌ ଗୁରୁବାର ଅଭୟକାନ୍ତ ଓ ପୁଅ ଆକାଶଙ୍କୁ ବିମାନରେ ମୁମ୍ବାଇରୁ ଧରି ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଭିଜିଲାନ୍ସ ସେଲ୍‌ କାର୍ଯ୍ୟାଳୟରେ ଏମାନଙ୍କ ସହ ଅଭୟକାନ୍ତଙ୍କ ପୁତୁରା ହର୍ଷ ଓ ଡ୍ରାଇଭରଙ୍କୁ ବସାଇ ମୁହାଁମୁହିଁ ଜେରା କରାଯାଇଥିଲା। ଶୁକ୍ରବାର ଅଭୟକାନ୍ତ ଓ ପୁଅ ଆକାଶଙ୍କୁ କୋର୍ଟଚାଲାଣ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଠାରେ ଅଭୟକାନ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସେ କୌଣସି ଅର୍ଥ ହଡ଼ପ କରିନାହାନ୍ତି। କିଛି ବି ଠକେଇ ହୋଇନି। ପୁଅ ଆକାଶ ନିଜ ଟଙ୍କାରେ ଅୟସ କରୁଥିଲେ। ତାଙ୍କର ମାସକ ଦରମା ଏକ କୋଟି ଟଙ୍କା। ସେହିପରି ଆକାଶ କହିଥିଲେ, ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ହଇରାଣ କରାଯାଉଛି। ସେମାନେ କୌଣସି ଦୁର୍ନୀତିରେ ସମ୍ପୃକ୍ତ ନାହାନ୍ତି।
ସୂଚନାଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସମେତ ବାହାର ରାଜ୍ୟରେ ଥିବା ଅଭୟକାନ୍ତଙ୍କ ଘର ଓ ଅଫିସ ସମେତ ୧୨ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଭୁବନେଶ୍ୱର, ମୁମ୍ବାଇ, ପୁଣେ, ଉଦୟପୁରରେ ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ନଗଦ ଟଙ୍କା, ୮୦୦ଗ୍ରାମର ସୁନା ଅଳଙ୍କାର ଓ ୨୩ଲକ୍ଷ ଟଙ୍କାର ସୁନାଗହଣା କ୍ରୟ ବିଲ୍‌ ଜବତ ହୋଇଥିଲା। ସେହିଭଳି ପୁଅ ଆକାଶଙ୍କ ଆକାଉଣ୍ଟରେ ୯.୪ କୋଟି ଟଙ୍କା ଜମା ରହିଛି। ତାଙ୍କ ନଁାରେ ୩ଟି ଦାମୀ କାର୍‌ ସହ ଏକାଧିକ ବାଇକ୍‌ ରହିଛି। ଟାଟା ମୋଟର୍ସ ନାମରେ ଜାଲ୍‌ କାଗଜପତ୍ର ବଳରେ ଆକାଶ ବହୁ କୋଟି ଟଙ୍କା ଠକେଇ କରିଥିବା କ୍ରାଇମବ୍ରଞ୍ଚରେ ଅଭିଯୋଗ ପରେ ଭିଜିଲାନ୍ସ ଖୋଳତାଡ଼ କରି ଏହି ଅମାପ ଆୟବହିର୍ଭୂତ ସମ୍ପତ୍ତିକୁ ଠାବ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ରାଜଧାନୀ ରାସ୍ତାକଡ଼ ପାଲଟିଛି କବାଡ଼ିଖାନା

ଭୁବନେଶ୍ୱର, ୧୮।୪ (ବନ୍ଦନା ସେଠୀ)ରାଜଧାନୀର ରାସ୍ତା କଡ଼ରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଗାଡ଼ି, କ୍ୟାବିନ ଏବଂ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀଗୁଡିକୁ ତୁରନ୍ତ ହଟାଇବା ପାଇଁ ଭୁବନେଶ୍ୱର...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri