ଆଲୋକୀକରଣ ହେଲା ମଣିକର୍ଣ୍ଣିକା ପୁଷ୍କରିଣୀ

ପୁରୁଣା ଭୁବନେଶ୍ୱର, ୨୮ା୧୧(ଡି.ଏନ୍‌.ଏ.): କପିଳେଶ୍ୱର ମନ୍ଦିର ପରିସରରେ ରହିଥିବା ଐତିହ୍ୟ ମଣିକର୍ଣ୍ଣିକା ପୁଷ୍କରିଣୀକୁ ଶୁକ୍ରବାର ଆଲୋକୀକରଣ କରାଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଟୁରିଜମ ବିଭାଗ ପକ୍ଷରୁ ୧୧ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହି କାର୍ଯ୍ୟକୁ ବିଏମ୍‌ସି ପକ୍ଷରୁ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଭୁବନେଶ୍ୱର ଜିଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର, ବିଜେଡି ଭୁବନେଶ୍ୱର ଜିଲା ଉପସଭାପତି ଚନ୍ଦ୍ରଶେଖର ମଲିଆ, ଭାନୁ ମଲିଆ, ମନୋଜ ମଲିଆ, ଅରୁ ମଲିଆ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମନ୍ତ୍ରୀ ପଣ୍ଡା ଅପରାହ୍ନରେ ୬୫ନଂ. ଓ୍ବାର୍ଡ ଅଧୀନ ପାତ୍ରପଡ଼ା କଳିଙ୍ଗ ନଗର କେ-୯, କଳିଙ୍ଗ ବିହାର, ଉଦୟଗିରି ବିହାର, ଡୁମୁଡୁମା ଫେଜ ୪, ଆଇଆରସି ଭିଲେଜର ବିଭିନ୍ନ ଡ୍ରେନ୍‌ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଦୁଃଶାସନ ସ୍ବାଇଁ, ଜ୍ୟୋତ୍ସ୍ନାମୟୀ ଜେନା, ଅଶ୍ୱିନୀ ସୁନ୍ଦରାୟ, ରଶ୍ମିରଞ୍ଜନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ସୁର, କହିଲେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କଂଗ୍ରେସ ନେତା ସୁରେଶ ରାଉତରାୟ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ସେ କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି।...

ହତ୍ୟାକାରୀଙ୍କ ପତ୍ତା ପାଉନି କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟା ଘଟଣା ଉପରୁ କମିଶନରେଟ ପୋଲିସ ପରଦା ଉଠାଇ ପାରୁନାହିଁ। ହତ୍ୟା ଅଭିଯୁକ୍ତମାନେ ଫେରାର ହୋଇ ବୁଲୁଥିବାବେଳେ ପୋଲିସ...

ସମ୍ଭାବ୍ୟ ବାତ୍ୟା ପାଇଁ ହଟିବ ରାସ୍ତାକଡରେ ଲାଗିଥିବା ହୋଡିଂ

ଜଗତ୍‌ସିଂହପୁର ଅଫିସ, ୨୩ା୫: ଜାତୀୟ ରାଜପଥ କଡ, ପାରାଦୀପ ଓ ଜଗତ୍‌ସିଂହପୁର ପୌରାଞ୍ଚଳରେ ଲାଗିଥିବା ହୋଡିଂଗୁଡିକୁ ମେ ୨୫ ତାରିଖ ସୁଦ୍ଧା କଢାଯିବ। ଏନେଇ ରବିବାର...

ସୌମ୍ୟ ଜଳୁଥିଲେ, ଲିଭାଇ ନ ଥିଲେ ବିଦ୍ୟାଭାରତୀ

ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଏକ ଦୁର୍ଘଟଣା ଜନିତ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି...

ବାର୍‌ହା ଭାବି ଯୁବତୀଙ୍କୁ ଗୁଳି

ସୁନ୍ଦରଗଡ଼,୭।୩(ଡି.ଏନ୍‌.ଏ.): ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ବନ୍ୟଜନ୍ତୁ ଶିକାର ପାଇଁ ଛକିଥିବା ଶିକାରୀ ବାର୍‌ହା ଭାବି ଚଳାଇଦେଲେ ଗୁଳି। ଏଥିରେ ଜଣେ ଯୁବତୀ...

ନରସିଂହଙ୍କ ପରେ ତାରାଙ୍କ ଇସ୍ତଫା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୭।୪(ବ୍ୟୁରୋ): କଂଗ୍ରେସର ଦଳୀୟ ନିର୍ବାଚନ ଚାଲିଥିବା ବେଳେ ଦଳର ଅମୁଳ ଚୂଳ ପରିବର୍ତ୍ତନ ହେବା ନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ସୂଚନା...

ବିବାହ, ଶୁଦ୍ଧିରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ନେଇ ଉଦ୍‌ବେଗ: କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହା ମହାମାରୀ ରୂପ ନେବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ଶୁଦ୍ଧିକାର୍ଯ୍ୟ ବେଳେ...

ଆଜି ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଆଜି ୨୧ ଜିଲାରୁ ୫୧୮...

Advertisement
Archives

Model This Week