ବଢ଼ୁଛି ଖାଦ୍ୟ ଅପମିଶ୍ରଣ
ଭୁବନେଶ୍ୱର,୧୭।୧୨ (ବ୍ୟୁରୋ):ରାଜ୍ୟରେ ଖାଦ୍ୟ ପଦାର୍ଥରେ ଅପମିଶ୍ରଣର ମାତ୍ରା ବଢ଼ିଚାଲିଛି। ୨୦୧୮-୧୯ରେ ୧,୯୨୬ ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବାବେଳେ ୨୦୧୯-୨୦ବର୍ଷରେ ଏହା ୨,୯୦୨କୁ ବୃଦ୍ଧି ପାଇଛି। ଏହି ୨୯୦୨ ଖାଦ୍ୟ ନମୁନା ମଧ୍ୟରୁ ୫୯୬ ଅପମିଶ୍ରଣ ବା ନକଲି ଜଣାପଡ଼ିବାପରେ ସେମାନଙ୍କ ବିରୋଧରେ…
ଫେସ୍ବୁକ୍, ଟୁଇଟରରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବେ ଚାଷୀ
ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ):ଚଳିତ ଖରିଫ୍ ଧାନ ସଂଗ୍ରହକୁ ଅଧିକ ସୁବ୍ୟବସ୍ଥିତ କରାଯିବ। ଏକ୍ଷେତ୍ରରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହେବ। ଏଥିପାଇଁ ଚାଷୀମାନେ ଫେସ୍ବୁକ୍ ଓ ଟୁଇଟର ଜରିଆରେ ମନ୍ତ୍ରୀଙ୍କୁ ସିଧାସଳଖ ଅବଗତ କରାଇବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।…
ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ
ପୁରୀ ଅଫିସ, ୧୬।୧୨:ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବ। ଏ ନେଇ ନିକଟରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଥିଲେ। ବର୍ତ୍ତମାନ ମନ୍ଦିର ଯଦି ଖୋଲିବ କିଭଳି କଟକଣା ରହିବ…
କୁକୁର ସହ ଫୁଟ୍ପାଥ୍ରେ ଶୋଇଥିଲେ କୁନି ବାଳକ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ
ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଜଣେ ବେସାହାରା କୁନି ବାଳକ ଏକ କୁକୁର ସହିତ ଶୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ଭାଇରାଲ ହେବା ପରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ…
ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ନିହତ
ଅଟାରି,୧୭।୧୨: ପଞ୍ଜାବ ଅମୃତସରର ଅଟାରି ସୀମା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ବିଏସ୍ଏଫ୍ ଯବାନ ପଣ୍ଡ କରିଦେଇଛନ୍ତିି। ରାଜତାଲ ବିଓପିରେ ୨ ଜଣ ପାକିସ୍ତାନୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ବିଏସ୍ଏଫ୍ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ…
ଦିବାରାତ୍ର ଟେଷ୍ଟରେ ଟସ୍ ଜିତିଲା ଭାରତ
ଆଡିଲେଡ୍,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ…
କହୁକହୁ କହିଦେଲେ ସତ: କମଳନାଥଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ ମୋଦି
ଇନ୍ଦୋର,୧୭।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାଚ୍ୟୁତ କରିଥିଲେ। ଏସମ୍ପର୍କରେ ଭାଜପା ମହାସଚିବ କୈଳାଶ ବିଜୟଭର୍ଗିୟ କହିଛନ୍ତି। ଇନ୍ଦୋରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଏହା ସହିତ ସେ ଉପସ୍ଥିତ ଲୋକଙ୍କ ଏହା…
ଶାସକ ଏଲ୍ଡିଏଫ୍ ବିଜୟୀ
ଥିରୁଭାନନ୍ଥପୁରମ୍, ୧୭।୧୨: କେରଳ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନରେ ଶାସକ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍ଡିଏଫ୍) ବହୁ ଆଗରେ ରହି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଆସନ୍ତା ବର୍ଷ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ…
୧୩୧ତମ ସ୍ଥାନକୁ ଖସିଲା ଭାରତ
ନୂଆଦିଲ୍ଲୀ, ୧୭।୧୨: ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ୧୩୧ରେ ରହିଛି। ମୋଟ ୧୮୯ଟି ଦେଶକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ୨୦୧୮ରେ ଭାରତ ୧୩୦ତମ ସ୍ଥାନରେ ଥିଲା। ଦେଶର ସ୍ବାସ୍ଥ୍ୟ, ଶିକ୍ଷା ଓ…
କ୍ୟାପିଟଲ୍ ବିଲ୍ଡିଂ ବାହାରେ ଶପଥ ନେବେ ବାଇଡେନ୍
ଓ୍ବାଶିଂଟନ, ୧୭।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍ ଜାନୁୟାରୀ ୨୦ରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। କୋଭିଡ୍-୧୯ କଟକଣା ସହ ଶପଥ ଗ୍ରହଣ ଉତ୍ସବକୁ ଐତିହାସିକ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି।…
ନିଜ ଗୁଳିରେ ଟଳିଲେ ଶିଖ୍ ପୂଜକ
ନୂଆଦିଲ୍ଲୀ, ୧୭ା୧୨: କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍ ପୂଜକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ହରିୟାଣାର ଜଣେ ଧର୍ମପ୍ରଚାରକ ବାବା ରାମ ସିଂ(୬୫) ବୋଲି…
୪ ବିଲିୟନ ଡଲାର ଦାନ କଲେ ସ୍କଟ
ଓ୍ବାଶିଂଟନ୍, ୧୭ା୧୨: ଇ-କମର୍ସ କମ୍ପାନୀ ଆମାଜନ୍ର ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ପୂର୍ବତନ ପତ୍ନୀ ମାକ୍ କେନ୍ଜି ସ୍କଟ ରିଲିଫ୍ ଫଣ୍ଡ ସହ ଅନ୍ୟାନ୍ୟ ଜରୁରିକାଳୀନ ସହାୟତା ନିମନ୍ତେ ଗତ ୪ ମାସରେ ପ୍ରାୟ ୪ ବିଲିୟନ ଡଲାର ଦାନ କରିଛନ୍ତି। ଏକ…

