Posted inଜାତୀୟ

୧୩୧ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ, ୧୭।୧୨: ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ୧୩୧ରେ ରହିଛି। ମୋଟ ୧୮୯ଟି ଦେଶକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ୨୦୧୮ରେ ଭାରତ ୧୩୦ତମ ସ୍ଥାନରେ ଥିଲା। ଦେଶର ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣ ମାନକୁ ନେଇ ମାନବ ବିକାଶ ସୂଚକାଙ୍କ ପ୍ରସ୍ତୁତ ହୋଇଥାଏ।
ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଜନ୍ମ ସମୟରେ ଭାରତୀୟଙ୍କ ଆୟୁଷ ୬୯.୭ ବର୍ଷ ଆକଳନ କରାଯାଇଛି, ଯାହା ପଡୋଶୀ ବାଂଲାଦେଶଠାରୁ କମ୍‌। ବାଂଲାଦେଶରେ ହାରାହାରି ଆୟୁଷ ୭୨.୬ ବର୍ଷ। ୨୦୧୯ରେ ଭାରତର ଏଚ୍‌ଡିଆଇ ମୂଲ୍ୟ ୦.୬୪୫ ରହିଛି, ଯାହାକି ମଧ୍ୟମ ବିକାଶ ବର୍ଗରେ ଯାଉଛି। ସୂଚକାଙ୍କ ଶୀର୍ଷରେ ନରଓ୍ବେ ଥିବାବେଳେ ଏହା ପଛକୁ ଆୟର୍ଲାଣ୍ଡ, ସ୍ବିଜରଲାଣ୍ଡ, ହଂକଂ ଓ ଆଇସ୍‌ଲାଣ୍ଡ ରହିଛନ୍ତି। ରିପୋର୍ଟ ଅନୁଯାୟୀ ଭାରତ, କାମ୍ବୋଡିଆ, ଥାଇଲାଣ୍ଡର ଶିଶୁ ଅଧିକ କୁପୋଷଣର ଶିକାର ହୋଇଥାନ୍ତି। ଭାରତରେ ପୁଅ ଅପେକ୍ଷା ଝିଅଙ୍କୁ ମାଆବାପା ଅବହେଳା କରୁଥିବାରୁ ସେମାନଙ୍କଠାରେ ଅଧିକ କୁପୋଷଣ ଦେଖାଯାଇଥାଏ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ।
ରିପୋର୍ଟ ଅନୁଯାୟୀ କ୍ରୟଶକ୍ତି ସମାନତା ଆଧାରରେ ଭାରତରେ ମୁଣ୍ଡପିଛା ଆୟ ୨୦୧୮ରେ ୬,୮୨୯ ଡଲାର ଥିଲାବେଳେ ୨୦୧୯ରେ ୬,୬୮୧ ଡଲାରକୁ ହ୍ରାସ ପାଇଛି। ଆର୍ଥତ୍କ ନିରାପତ୍ତା ଓ ଜମି ମାଲିକାନା ମହିଳାମାନଙ୍କ ସୁରକ୍ଷାକୁ ବଢ଼ାଇବା ସହ ଲିଙ୍ଗଗତ ହିଂସା ହ୍ରାସ କରିଥାଏ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?