ବଢ଼ୁଛି ଖାଦ୍ୟ ଅପମିଶ୍ରଣ

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ):ରାଜ୍ୟରେ ଖାଦ୍ୟ ପଦାର୍ଥରେ ଅପମିଶ୍ରଣର ମାତ୍ରା ବଢ଼ିଚାଲିଛି। ୨୦୧୮-୧୯ରେ ୧,୯୨୬ ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବାବେଳେ ୨୦୧୯-୨୦ବର୍ଷରେ ଏହା ୨,୯୦୨କୁ ବୃଦ୍ଧି ପାଇଛି। ଏହି ୨୯୦୨ ଖାଦ୍ୟ ନମୁନା ମଧ୍ୟରୁ ୫୯୬ ଅପମିଶ୍ରଣ ବା ନକଲି ଜଣାପଡ଼ିବାପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୪ବର୍ଷ ମଧ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କ ବିରୋଧରେ ୫୮ଟି ଫୌଜଦାରି ଏବଂ ୧୬୫ଟି ଦଓ୍ବୋନୀ ମାମଲା ରୁଜୁ କରାଯାଇଛି। ଏହାଛଡ଼ା ଜରିମାନା ବାବଦରେ ୪.୨୪ ଲକ୍ଷ ଟଙ୍କା ଆଦାୟ ହୋଇଛି। ବୁଧବାର ଲୋକସେବା ଭବନଠାରେ ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ନିରାପଦ ଖାଦ୍ୟ ପରାମର୍ଶଦାତା ବୈଠକରୁ ଏହା ଜଣାପଡ଼ିଛି। ନିରାପଦ ଖାଦ୍ୟ ସମ୍ବନ୍ଧିତ ବିଷୟକୁ ଏବେଠାରୁ ପାଠ୍ୟ ଖସଡ଼ାରେ ସାମିଲ କରାଯିବ। ଫଳରେ ପିଲାମାନେ ଖାଦ୍ୟ ଅପମିଶ୍ରଣ ବିଷୟରେ ସଚେତନ ହୋଇପାରିବେ। ଏଥିସହିତ କୃଷି ଓ କୃଷକ ସଶକ୍ତୀକରଣ, ଜଳସମ୍ପଦ ବିଭାଗ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ପରୀକ୍ଷାଗାରରେ ଖାଦ୍ୟ ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବ। ଏକ ବୈଷୟିକ କମିଟି ମାଧ୍ୟମରେ ଆବଶ୍ୟକ ସରଞ୍ଜାମ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ନିମନ୍ତେ ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ନିରାପଦ ଖାଦ୍ୟ ସୂଚକାଙ୍କ( ଫୁଡ୍‌ ସେଫ୍‌ଟି ଇଣ୍ଡେକ୍ସ)ରେ ଓଡ଼ିଶା ୨୦୧୯-୨୦ରେ ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୧୮-୧୯ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୬ ଥିଲା। ନିରାପଦ ଖାଦ୍ୟ କାର୍ଯ୍ୟକ୍ରମର ସମୀକ୍ଷା କରି ଖାଦ୍ୟ ବ୍ୟବସାୟୀ ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ମଧ୍ୟ କୁହାଯାଇଛି। ବିଭିନ୍ନ ସହର, ଶିଳ୍ପାଞ୍ଚଳ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କେନ୍ଦ୍ରଗୁଡ଼ିକରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ନିରାପଦ ଖାଦ୍ୟ ସାଧାରଣ ସ୍ବାସ୍ଥ୍ୟ ନିମନ୍ତେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ଅପମିଶ୍ରଣ ବିରୁଦ୍ଧ କାର୍ଯ୍ୟକ୍ରମକୁ ଏକ ମୁଖ୍ୟ କାର୍ଯ୍ୟ ଭାବେ ବିଚାର କରିବାକୁ ମୁଖ୍ୟ ଶାସନ ସଚିବ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ପରିଦର୍ଶନ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ନିମନ୍ତେ ମଧ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇଡ୍‌କୋ ଶିଳ୍ପାଞ୍ଚଳଗୁଡ଼ିକରେ ଗଢ଼ିଉଠୁଥିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପାନୁଷ୍ଠାନଗୁଡ଼ିକ ନିମନ୍ତେ ସ୍ବାସ୍ଥ୍ୟ ଓ ପରିମଳ ମାନକ ନିର୍ଦ୍ଧାରଣ କରିବା ଲାଗି ଇଡ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି। ଫୁଡ୍‌ ସେଫ୍‌ଟି କମିଶନର ଯାମିନୀ ଷଡ଼ଙ୍ଗୀ କହିଥିଲେ, ଅଧିକ ବିପଦ ଆଶଙ୍କା ଥିବା ଖାଦ୍ୟଦ୍ରବ୍ୟଗୁଡ଼ିକର ଯାଞ୍ଚ ପାଇଁ ମୋବାଇଲ୍‌ ଆପ୍‌ କୌଶଳ ପ୍ରୟୋଗ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୫ମ ସ୍ଥାନ ହାସଲ କରିଛି। ଇତିମଧ୍ୟରେ ରାଜ୍ୟର ଖାଦ୍ୟ ଯାଞ୍ଚ ପରୀକ୍ଷାଗାର ଭାରତୀୟ ଫୁଡ୍‌ ସେଫ୍‌ଟି ଷ୍ଟାଣ୍ଡାର୍ଡ କର୍ତ୍ତୃପକ୍ଷଙ୍କ ସ୍ବୀକୃତି ହାସଲ କରିଛି। ଖାଦ୍ୟ ବ୍ୟବସାୟୀମାନଙ୍କ ପଞ୍ଜୀକରଣ ଏବଂ ଲାଇସେନ୍ସ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯାଇଛି। ଏହା ଫଳରେ ଉଭୟ ପଞ୍ଜୀକରଣ ସଂଖ୍ୟା ଓ ରାଜସ୍ବ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ସମୁଦାୟ ୨.୧୮ କୋଟି ରାଜସ୍ବ ସଂଗ୍ରହ ହୋଇଥିଲା। ୨୦୧୯-୨୦ବର୍ଷରେ ଏହା ଶତକଡ଼ା ୮୨ ଭାଗ ବୃଦ୍ଧି ପାଇ ପ୍ରାୟ ୭.୭୦ କୋଟି ଟଙ୍କାରେ ପହଞ୍ଚିଛି । ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ମହାପାତ୍ର କହିଥିଲେ, ଯାତ୍ରା, ମେଳା ଓ ମହୋତ୍ସବରେ ଖାଦ୍ୟ ମାନ ଯାଞ୍ଚ ନିମନ୍ତେ ‘ଚଳନ୍ତି (ମୋବାଇଲ୍‌)ପରୀକ୍ଷାଗାର’ ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ଏହି ପରୀକ୍ଷାଗାର ମାଧ୍ୟମରେ ୧୭୬୮ଟି ଖାଦ୍ୟ ନମୁନା ପରୀକ୍ଷା କରାଯାଇଛି। ଭୁବନେଶ୍ୱରରେ ରାସ୍ତାପାର୍ଶ୍ୱ ଖାଦ୍ୟ ପରିଯୋଜନାରେ ୩୦ ଜଣ ଖାଦ୍ୟ ବ୍ୟବସାୟୀ ପଞ୍ଜୀକରଣ କରିଛନ୍ତି ଏବଂ ଏମାନଙ୍କୁ ତାଲିମ ଦିଆସରିଛି। ଏହି ଆଲୋଚନାରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚବି ପ୍ରଦୀପ୍ତ କୁମାର ମହାପାତ୍ର, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବଙ୍କ ସମେତ ପରାମର୍ଶଦାତା ବୋର୍ଡର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri