କୁକୁର ସହ ଫୁଟ୍‌ପାଥ୍‌ରେ ଶୋଇଥିଲେ କୁନି ବାଳକ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଜଣେ ବେସାହାରା କୁନି ବାଳକ ଏକ କୁକୁର ସହିତ ଶୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ଭାଇରାଲ ହେବା ପରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପୋଲିସ ଏହି ଅସହାୟ ବାଳକକୁ ନିଜ ଆୟତକୁ ନେଇଥିଲା। ଏହାପରେ ବାଳକର ଭାବପ୍ରବଣ କାହାଣୀ ଶୁଣି ସମସ୍ତଙ୍କ ଆଖିରୁ ଆସିଯାଇଥିଲା ଲୁହ। ପ୍ରାୟ ୯ ରୁ ୧୦ ବର୍ଷର ଦେଖାଯାଉଥିବା ଏହି ବାଳକଙ୍କ ନାମ ଅଙ୍କିତ। ସ୍ଥାନୀୟ ପିଲାଙ୍କ କହିବାନୁସାରେ, ତାଙ୍କ ବାପା ଜେଲରେ ଅଛନ୍ତି ଏବଂ ମାଆ ଚାଲିଯାଇଛନ୍ତି। ଏହି ନିରୀହ ପିଲାଟି ତାଙ୍କ ପରିବାର କିମ୍ବା ଘର ବ୍ୟତୀତ ଅନ୍ୟ କାହା ବିଷୟରେ ଜାଣେ ନାହିଁ। ଚା ’ଦୋକାନରେ କାମ କରି ଟଙ୍କା ରୋଜଗାର କରି ପେଟ ପୋଷନ୍ତି। ନିଜେ ଖାଇବା ସହ କୁକୁରକୁ ମଧ୍ୟ ଖାଇବାକୁ ଦିଅନ୍ତି। କୁକୁରକୁ ସେ ଡାନି ବୋଲି ଡାକନ୍ତି । ରାତିରେ ଅସହ୍ୟ ଥଣ୍ଡାରେ ମୁଜାଫରନଗରର ଶିବ ଚକ ବଜାରରେ ଥିବା ଏକ ଦୋକାନ ଆଗରେ ଶୋଇଥିଲେ। କୁକୁରଟି ରାତିସାରା ଏହାର ମାଲିକର ଯତ୍ନ ନେଉଥିଲା। କିଛି ଦିନ ପୂର୍ବରୁ ନିଆଯାଇଥିବା ଶିଶୁର ଏହି ଫଟୋ ଭାଇରାଲ ହେବା ପରେ ଜିଲାର ଏସଏସପି ଅଭିଷେକ ଯାଦବ ବାଳକକୁ ଖୋଜିବା ପାଇଁ ପୋଲିସ ଟିମ ଗଠନ କରିବା ପରେ ସହରରୁ ପୋଲିସ ଉଦ୍ଧାର କରିଥିଲା। ଏବେ ବାଳକଟିକୁ ଶିଶୁ ଓ ମହିଳା କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ଛଡାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍‌ ବୈଠକ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ...

ଅରୁଣ ନେଲେ ୧୦୦ କୋଟି ତମ ଟିକା, ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଇ ନ ଥିବାରୁ ଦୁଃଖିତ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଦେଶରେ ୧୦୦ କୋଟିତମ ଟିକା ନେଇଥିବା...

ଇସାରାରେ ଚାଲୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ହାଇକମାଣ୍ଡ: ସିଦ୍ଧୁ

ଅମୃତସର,୪।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଫେବୃଆରୀ ୬ରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ। ଏଥିପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି ଏବଂ ପଞ୍ଜାବ...

ପାରସ୍ପରିକ ମତଭେଦ ଭୁଲି ଦଳକୁ ସୁଦୃଢ଼ କରିବା ଆବଶ୍ୟକ: ସୋନିଆ

ନୂଆଦିଲ୍ଲୀ,୬।୪: ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳରେ ମନ୍ଥନ ଚାଲିଛି। ବର୍ତ୍ତମାନ...

୭୦ ବର୍ଷ ଭିତରେ ସବୁଠୁ ଖରାପ ସ୍ଥିତିରେ ଚାଲିଛି ଦେଶର ଅର୍ଥନୀତି:ରାଜୀବ କୁମାର

ନୂଆଦିଲ୍ଲୀ,୨୩।୮: ଦୀର୍ଘ ୭୦ ବର୍ଷ ଭିତରେ ସବୁଠୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ...

ସବୁ ରେକର୍ଡ ଭାଙ୍ଗି କନ୍ଦାଇଲାଣି କରୋନା

ନୂଆଦିଲ୍ଲୀ,୫।୯: ଦେଶରେ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରି ଚାଲିଛି। ଏବେ ସଂକ୍ରମଣ ପିକ୍‌ରେ ଥିବା ବେଳେ ଏପର୍ଯ୍ୟନ୍ତ ୨୪ଘଣ୍ଟାରେ ଯେତିକି ସଂକ୍ରମିତ ହୋଇଥିଲେ...

କୁଲଗାମରେ ଏନ୍‌କାଉଣ୍ଟର: ୩ ଯବାନ ଶହୀଦ

ଶ୍ରୀନଗର,୫।୮: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅତିରିକ୍ତ...

ବିଷ ପିଇ ଜୀବନ ହାରିଲେ ମା-ପୁଅ

କୋଚିଂ,୧୦ା୯: କୋଚିଂ ସହର କୋଟାରେ ପୁଣି ଥରେ ଦୁଇଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ବୋରଖେଡ଼ା ଥାନା ଅନ୍ତର୍ଗତ ଏକ ବହୁ...

Advertisement
Archives

Model This Week