Posted inଜାତୀୟ

ଶାସକ ଏଲ୍‌ଡିଏଫ୍‌ ବିଜୟୀ

ଥିରୁଭାନନ୍ଥପୁରମ୍‌, ୧୭।୧୨: କେରଳ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନରେ ଶାସକ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ବହୁ ଆଗରେ ରହି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଆସନ୍ତା ବର୍ଷ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସବୁ ଦଳ ବଡ଼ ପରୀକ୍ଷା ଭାବେ ଧରିନେଇଥିଲେ। ଶାସକ ଦଳ ବିରୋଧରେ ଦୁର୍ନୀତି ଅଭିଯୋଗ ସତ୍ତ୍ୱେ ଏହା ଅଧିକାଂଶ ଗ୍ରାମ ପଞ୍ଚାୟତ ଓ ଜିଲା ପରିଷଦ ହାତେଇବାରେ ସଫଳ ହୋଇଛି। ୯୪୫ ଗ୍ରାମ ପଞ୍ଚାୟତ ମଧ୍ୟରୁ ଏଲ୍‌ଡିଏଫ୍‌ ୫୨୦ଟିରେ ଆଗୁଆ ରହିଥିବାବେଳେ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌) ୩୭୧ଟିରେ ଆଗରେ ରହିଛି। ସେହିପରି ୧୪ ଜିଲା ପରିଷଦରୁ ଏଲ୍‌ଡିଏଫ୍‌ ୧୦ଟି ଜିତିଥିବାବେଳେ ୧୫୨ ବ୍ଲକ ପଞ୍ଚାୟତ ମଧ୍ୟରୁ ୧୦୮ଟିରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ୟୁଡିଏଫ୍‌ ୪ଟି ଜିଲା ପରିଷଦରେ ଆଗରେ ଥିବାବେଳେ ୮୬ ମ୍ୟୁନିସିପାଲିଟି ମଧ୍ୟରୁ ୪୫ଟିରେ ଆଗରେ ରହିଛି। ଶାସକ ଏଲ୍‌ଡିଏଫ ୩୫ଟିରେ ଆଗରେ ଥିବା ଜଣାପଡିଛି। ଥିରୁଭାନନ୍ଥପୁରମ୍‌ ଦଖଲ କରିବାକୁ ଆଶା ରଖିଥିବା ଭାଜପା ଏଥିରେ ବିଫଳ ହୋଇଛି। ଏଠାରେ ତ୍ରିମୁଖୀ ପ୍ରତିଯୋଗିତା ହୋଇଥିବାବେଳେ ଭାଜପା କଂଗ୍ରେସକୁ ତୃତୀୟ ସ୍ଥାନକୁ ପଠାଇଦେଇଛି। ୧୦୦ ଓ୍ବାର୍ଡ ବିଶିଷ୍ଟ ଥିରୁଭାନନ୍ତପୁରମ୍‌ କର୍ପୋରେଶନରେ ଏଲ୍‌ଡିଏଫ୍‌କୁ ୫୧ ମିଳିଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ୩୪ ଓ୍ବାର୍ଡ ମିଳିଛି। ୟୁଡିଏଫ୍‌ ତୃତୀୟ ସ୍ଥାନରେ ରହିଛି। କେରଳରେ ୯୪୧ ଗ୍ରାମ ପଞ୍ଚାୟତ, ୧୫୨ ବ୍ଲକ୍‌ ପଞ୍ଚାୟତ, ୧୪ ଜିଲା ପରିଷଦ , ୮୬ ପୌରପରିଷଦ ଏବଂ ୬ କର୍ପୋରେଶନ ପାଇଁ ତିନି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଗୋଟିଏ ଭୋଟରେ ହାରିଲେ କଂଗ୍ରେସ ପ୍ରାର୍ଥୀ

କେରଳ ପୌର ନିର୍ବାଚନରେ କଂଗ୍ରେସର ମେୟର ପ୍ରାର୍ଥୀ ଏନ୍‌. ବେଣୁଗୋପାଳ ଭାଜପା ପ୍ରାର୍ଥୀଙ୍କଠାରୁ ଗୋଟିଏ ଭୋଟରେ ହାରିଯାଇଛନ୍ତି। ଏଥିପାଇଁ ସେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌କୁ ଦାୟୀ କରିଛନ୍ତି। ସେ କୋଚି ପୌର ନିଗମର ନର୍ଥ ଆଇଲାଣ୍ଡରୁ ପ୍ରାର୍ଥୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ-ପୁଅଙ୍କ ସହ ଆଜି ଭାଜପାରେ ସାମିଲ ହେବେ କ୍ୟାପଟେନ, ଏମ୍‌ପି ପତ୍ନୀ ରହିବେ କଂଗ୍ରେସରେ

ଜଳନ୍ଧର,୧୯ ।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ବିଲିନ ହୋଇଯିବ । କ୍ୟାପଟେନ ଦିଲ୍ଲୀସ୍ଥିତ ଭାଜପା...

ଆଇଟିବିପିର ‘ପେଟ ମୁକ୍ତ-୨୦୨୦’ ଅଭିଯାନ: ଫିଟ୍‌ ରହିବା ପାଇଁ ଅଧିକାରୀ ସ୍ବାମୀଙ୍କ ସହିତ ସ୍ତ୍ରୀ ମଧ୍ୟ କରିବେ ବ୍ୟାୟାମ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌-୫ ସହିତ ଅନ୍‌ଲକ୍‌ ଦେଶରେ ଜାରି ରହିଛି। ଏପରିସ୍ଥଳେ ଆଇଟିବିପିର ଅଧିକାରୀଙ୍କୁ ଫିଟ୍‌ ରଖିବା...

ସମ୍ଭାବ୍ୟ ବାତ୍ୟା: ଅଧିକାରୀଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନର ୟୁରୋପ ଗସ୍ତ ଶେଷ କରି ଗୁରୁବାର ନୂଆଦିଲ୍ଲୀ ଫେରିଛନ୍ତିି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପୁଣି...

୩ ମାସରେ ସୂଚନା କମିଶନର ନିଯୁକ୍ତି ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭ା୧୨(ପି.ଟି.)- ୩ ମାସ ମଧ୍ୟରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏବଂ ରାଜ୍ୟ ସୂଚନା ଆୟୋଗ (ଏସ୍‌ଆଇସି)ଗୁଡ଼ିକରେ ସୂଚନା କମିଶନର ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ଉଭୟ...

ଏଠାରେ ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଛି ମାସ୍କ

ବାରାଣସୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।...

‘ଅପରେଶନ୍‌ ମା’: ଆତଙ୍କବାଦ ଛାଡ଼ି ଘର ବାହୁଡ଼ିଛନ୍ତି ୫୦ ଯୁବକ

ଶ୍ରୀନଗର,୨୮।୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବାକୁ ଯାଉଛି। ପୁଣି ଏଠାରେ ଶାନ୍ତି ଫେରି ଆସୁଛି ବୋଲି ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲ୍‌ଜିତ୍‌ ସିଂ ଧିଲୋନ କହିଛନ୍ତି। ଇତିମଧ୍ୟରେ...

ଜଳବାୟୁ ପରିବର୍ତ୍ତନ ରୋକିବାକୁ ତ୍ୱରିତ ପଦକ୍ଷେପ ନିଆଯାଉ

ନୂଆଦିଲ୍ଲୀ, ୭।୯(ପି.ଟି.): ଜଳବାୟୁ ପରିବର୍ତ୍ତନ ରୋକିବା ସହ ଜୈବ ବିବିଧତା ରକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା...

ବିହାର ବାହାରେ ଖେଳ! ନୀତୀଶଙ୍କ ଦଳକୁ ଝଟ୍‌କା, ଜେଡିୟୁର ୫ ବିଧାୟକ ଭାଜପାରେ ସାମିଲ

ଇମ୍ଫାଲ,୩ ।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ମଣିପୁରରେ ବଡ ଝଟ୍‌କା ଲାଗିଛି । ମଣିପୁରରେ ଜେଡିୟୁର ୫ ବିଧାୟକ...

Advertisement
Archives

Model This Week