Home

ବିବାହ ପୂର୍ବରୁ ଜିଲାପାଳଙ୍କ ନିକଟରେ ଏମିତି ଗୁହାରି କଲେ ଯୁବତୀ, ଛୁଟୁଛି ପ୍ରଶଂସାର ସୁଅ

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶର ଅଲୀଗଡ଼ରୁ ହୃଦୟକୁ ଛୁଇଁଗଲା ପରି ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବତୀ ନିଜ ବାହାଘରରେ ବରଯାତ୍ରୀ ଆସିବା ପାଇଁ ଗାଁକୁ ରାସ୍ତା ନ ଥିବାରୁ ସିଧା ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଯୁବତୀ ଜଣକ ଜିଲାପାଳଙ୍କୁ କହିଛନ୍ତି,…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ : ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌

ଓ୍ବାଶିଂଟନ, ୨୩।୧: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପିଜିଟିଭ୍‌ ଆସିଛି। ସୁରକ୍ଷା କାର୍ଯ୍ୟରେ ୨୫ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା।…

ପଡ଼ିଆରେ ୯୭୦ ମିନିଟ୍‌ ଯାଏ ବ୍ୟାଟିଂ କରି ବିଶ୍ୱ ରେକର୍ଡ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ଆଜି ବି ରହିଛି…

ନୂଆଦିଲ୍ଲୀ,୨୩।୧: ବିଶ୍ୱସ୍ତରୀୟ କ୍ରିକେଟରେ ସର୍ବକାଳୀନ ଶ୍ରେଷ୍ଠ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ହେଉଛନ୍ତି ହନିଫ ମହମ୍ମଦ। ଗୁଜରାଟର ଜୁନାଗଡ଼ରେ ଜନ୍ମ ହୋଇଥିବା ହନିଫ ୧୯୫୨ରେ ଭାରତ ବିପକ୍ଷରେ ଅନ୍ତଃର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ନିଜ ସମୟରେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ…

ଏମିତି ଶିକ୍ଷକ, ଯିଏ ପ୍ରତିଦିନ କରନ୍ତି ଛାତ୍ରୀଙ୍କ ପାଦପୂଜା

ମଧ୍ୟପ୍ରଦେଶର କଟନୀ ଜିଲାରେ ଜଣେ ଶିକ୍ଷକ ମହିଳା ଏବଂ ବାଳିକାମାନଙ୍କୁ ସମ୍ମାନ ଦେବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଶିକ୍ଷକ ଦୀର୍ଘ ୨୩ ବର୍ଷ ହେବ ସ୍କୁଲରେ ଛାତ୍ରୀମାନଙ୍କ ପାଦପୂଜା କରିଆସୁଛନ୍ତି। ପ୍ରଥମେ ଛାତ୍ରୀମାନଙ୍କୁ ପୂଜା କରିବା…

ବକୁଳବନର ପୁନରୁଦ୍ଧାର ପାଇଁ ଶପଥ

ସାକ୍ଷୀଗୋପାଳ,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ସତୀର୍ଥମାନଙ୍କ ଦ୍ୱାରା ନିର୍ମିତ ମଣିଷ ତିଆରି କାରଖାନା, ସେବା, ସଂସ୍କାର ଓ ସାହିତ୍ୟ ସାଧନାରେ ପରିପୁଷ୍ଟ ଓଡ଼ିଶାର ଅନ୍ୟତମ ଐତିହାସିକ ପୀଠ ସତ୍ୟବାଦୀସ୍ଥିତ ବକୁଳବନର ହଜିଲା ସ୍ମୃତିକୁ ଫେରାଇ ଆଣିବାକୁ ଓଲିଉଡ ଅଭିନେତା…

ଫିଲ୍ମରେ ବଳାତ୍କାର ଦୃଶ୍ୟ ଦେଖି ଏହି ଅଭିନେତାଙ୍କୁ ଅପମାନିତ କରି ଘରୁ ବାହାର କରିଦେଇଥିଲେ ପରିବାରଲୋକେ

ବଲିଉଡ୍‌ର ପ୍ରସିଦ୍ଧ ଖଳନାୟକ ରଣଜୀତ୍‌ ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହ ଗୁଲଶନ ଗ୍ରୋଭର ଏବଂ ଅଭିନେତ୍ରୀ ବିନ୍ଦୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଶୋ’ର ଏକ ପ୍ରମୋ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗରେ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପଶ୍ଚିମବଙ୍ଗରେ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁହଁାମୁହିଁ ହୋଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ମିଶନ ପଶ୍ଚିମବଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଉଛି। ଭାଜପା ନେତାଜୀଙ୍କ ଜୟନ୍ତୀକୁ…

୫ ମାସରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏହି ମହିଳା

ଜୟପୁର,୨୩।୧: ରାଜସ୍ଥାନର ଭରତପୁରର ଜଣେ ୩୫ ବର୍ଷୀୟା ମହିଳା ୫ ମାସ ଭିତରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମହିଳା ଜଣଙ୍କ ରହୁଥିବା ଆଶ୍ରମର ଅଧିକାରୀ କୁହନ୍ତି,…

୨ ସପ୍ତାହରେ ସୁସ୍ଥ ହେଲା ପକ୍ଷାଘାତ ମୂଷା

ବର୍ଲିନ୍‌,୨୩।୧: ପକ୍ଷାଘାତ ରୋଗ ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିିଛି। ମୂଷାଙ୍କ ଉପରେ ହୋଇଥିବା ଗଷେଣାରେ ପକ୍ଷାଘାତ ମୂଷା ୨ ସପ୍ତାହ ମଧ୍ୟରେ ଚାଲିବାକୁ ସକ୍ଷମ ହୋଇଛି। ଜର୍ମାନୀର ରୁର୍‌ ୟୁନିଭରସିଟି ବୋକେମ୍‌ର ଗବେଷକ ମୂଷା ମସ୍ତିଷ୍କରେ ଏକ ପ୍ରକାର…

ଫଟୋଗ୍ରାଫରଙ୍କୁ ହାତଯୋଡି ଏମିତି କହିଲେ ରିୟା ଚକ୍ରବର୍ତ୍ତୀ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କୁ ଡ୍ରଗ୍ସ କାରବାରରେ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା। ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ରିୟାଙ୍କ ନାମରେ ଥାନାରେ…

ଅର୍ଣ୍ଣବ ଉପାଖ୍ୟାନ

ମୁମ୍ବାଇ/ନୂଆଦିଲ୍ଲୀ,୨୩ା୧: ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ଦେଶର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ସହିତ ଟିଭି ଚ୍ୟାନେଲର ଜଣେ ମାଲିକଙ୍କ ସମ୍ପର୍କ କେତେ ନିବିଡ଼ ହୋଇପାରେ ତାହା ମୁମ୍ବାଇ ପୋଲିସ ଦାଖଲ କରିଥିବା ଚାର୍ଜଶିଟ୍‌ର ପୁଞ୍ଜା ପୁଞ୍ଜା ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ୁଛି ।…

ପରେଡ୍‌ରେ ସ୍ଥାନ ପାଇବ କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୨୩।୧(ଆଇଏଏନ୍‌ଏସ୍‌): ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ କୋଭିଡ୍‌ ଟିକାର ବିକାଶ ପ୍ରକ୍ରିୟା ପ୍ରଦର୍ଶନ ହେବ। କରୋନା ମହାମାରୀରେ ଦେଶରେ ୧,୦୬,୨୫,୪୨୮ ଲୋକ ସଂକ୍ରମିତ ହୋଇଥିବାବେଳେ ୧,୫୩,୦୩୨ ଜଣଙ୍କ ଜୀବନ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?