ବକୁଳବନର ପୁନରୁଦ୍ଧାର ପାଇଁ ଶପଥ

ସାକ୍ଷୀଗୋପାଳ,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ସତୀର୍ଥମାନଙ୍କ ଦ୍ୱାରା ନିର୍ମିତ ମଣିଷ ତିଆରି କାରଖାନା, ସେବା, ସଂସ୍କାର ଓ ସାହିତ୍ୟ ସାଧନାରେ ପରିପୁଷ୍ଟ ଓଡ଼ିଶାର ଅନ୍ୟତମ ଐତିହାସିକ ପୀଠ ସତ୍ୟବାଦୀସ୍ଥିତ ବକୁଳବନର ହଜିଲା ସ୍ମୃତିକୁ ଫେରାଇ ଆଣିବାକୁ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଆଗେଇ ଆସିଛନ୍ତି। ପ୍ରାକୃତିକ ବିପତ୍ାତ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ବିନା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଐତିହ୍ୟ ପୀଠକୁ ସଫା ରଖିବା ସହ ବକୁଳବନର ପରିଚୟ ବଉଳ, ଛୁରିଅନା ଓ ଅନ୍ୟ ଔଷଧୀୟ ଚାରାରୋପଣ କରିବାକୁ ଶୁକ୍ରବାର ବକୁଳବନ ମୁକ୍ତକାଶ ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ସବ୍ୟସାଚୀଙ୍କ ସହିତ ଉପସ୍ଥିତ ଅତିଥି, ଯୁବ ଛାତ୍ର ଓ ବୁଦ୍ଧୀଜୀବୀମାନେ ଶପଥ ନେଇଛନ୍ତି। ସମ୍ମାନିତ ଅତିଥି ଭାବେ ରାଧାବଲ୍ଲଭ ମଠାଧିୀଶ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଗଙ୍ଗାମାତା ମଠାଧୀଶ ମହନ୍ତ ବଳରାମ ଦାସ ମହାରାଜ, ଇଂଲଣ୍ଡ ଜଗନ୍ନାଥ ମନ୍ଦିର ସଭାପତି ସୁକାନ୍ତ କୁମାର ସାହୁ, ଡା. ସିଦ୍ଧାର୍ଥ ସାହୁ, ଡ. ସଞ୍ଜୟ ଶତପଥୀ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଭାପତି ପଣ୍ଡିତ ବିଶ୍ୱନାଥ ମିଶ୍ର, ଡା. ଦେବ ଦାଶ, ଗୋବର୍ଦ୍ଧନ ପୀଠର ଜାତୀୟ ସାଧାରଣ ସମ୍ପାଦକ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପରେ ସବ୍ୟସାଚୀ ଅତିଥିଙ୍କ ସହ ଚାରାରୋପଣ କରିଥିଲେ। ପରେ ବକୁଳବନରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଚାରାରୋପଣ କରିଥିଲେ। ଏହି ଅବସରରେ ଅତିଥିମାନେ ଯୁବ ସ୍ବେଚ୍ଛାସେବୀ, ମନ୍ଦିର ସେବାୟତ, ଡାକ୍ତର ଓ ବିଭିନ୍ନ ଅନୁଷ୍ଠାନକୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍ମାଇଲ ପ୍ଲିଜ, ଇଂଲଣ୍ଡର ଶ୍ରୀଜଗନ୍ନାଥ ସଂସ୍ଥା, କ୍ଲବ ସତ୍ୟବାଦୀ, ଗରିବର ସାଥୀ, ସାହିଭାଇ ଆଦି ବିଭିନ୍ନ ସଂଗଠନର କର୍ମକତ୍ତା ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri