ବକୁଳବନର ପୁନରୁଦ୍ଧାର ପାଇଁ ଶପଥ

ସାକ୍ଷୀଗୋପାଳ,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ସତୀର୍ଥମାନଙ୍କ ଦ୍ୱାରା ନିର୍ମିତ ମଣିଷ ତିଆରି କାରଖାନା, ସେବା, ସଂସ୍କାର ଓ ସାହିତ୍ୟ ସାଧନାରେ ପରିପୁଷ୍ଟ ଓଡ଼ିଶାର ଅନ୍ୟତମ ଐତିହାସିକ ପୀଠ ସତ୍ୟବାଦୀସ୍ଥିତ ବକୁଳବନର ହଜିଲା ସ୍ମୃତିକୁ ଫେରାଇ ଆଣିବାକୁ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଆଗେଇ ଆସିଛନ୍ତି। ପ୍ରାକୃତିକ ବିପତ୍ାତ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ବିନା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଐତିହ୍ୟ ପୀଠକୁ ସଫା ରଖିବା ସହ ବକୁଳବନର ପରିଚୟ ବଉଳ, ଛୁରିଅନା ଓ ଅନ୍ୟ ଔଷଧୀୟ ଚାରାରୋପଣ କରିବାକୁ ଶୁକ୍ରବାର ବକୁଳବନ ମୁକ୍ତକାଶ ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ସବ୍ୟସାଚୀଙ୍କ ସହିତ ଉପସ୍ଥିତ ଅତିଥି, ଯୁବ ଛାତ୍ର ଓ ବୁଦ୍ଧୀଜୀବୀମାନେ ଶପଥ ନେଇଛନ୍ତି। ସମ୍ମାନିତ ଅତିଥି ଭାବେ ରାଧାବଲ୍ଲଭ ମଠାଧିୀଶ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଗଙ୍ଗାମାତା ମଠାଧୀଶ ମହନ୍ତ ବଳରାମ ଦାସ ମହାରାଜ, ଇଂଲଣ୍ଡ ଜଗନ୍ନାଥ ମନ୍ଦିର ସଭାପତି ସୁକାନ୍ତ କୁମାର ସାହୁ, ଡା. ସିଦ୍ଧାର୍ଥ ସାହୁ, ଡ. ସଞ୍ଜୟ ଶତପଥୀ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଭାପତି ପଣ୍ଡିତ ବିଶ୍ୱନାଥ ମିଶ୍ର, ଡା. ଦେବ ଦାଶ, ଗୋବର୍ଦ୍ଧନ ପୀଠର ଜାତୀୟ ସାଧାରଣ ସମ୍ପାଦକ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପରେ ସବ୍ୟସାଚୀ ଅତିଥିଙ୍କ ସହ ଚାରାରୋପଣ କରିଥିଲେ। ପରେ ବକୁଳବନରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଚାରାରୋପଣ କରିଥିଲେ। ଏହି ଅବସରରେ ଅତିଥିମାନେ ଯୁବ ସ୍ବେଚ୍ଛାସେବୀ, ମନ୍ଦିର ସେବାୟତ, ଡାକ୍ତର ଓ ବିଭିନ୍ନ ଅନୁଷ୍ଠାନକୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍ମାଇଲ ପ୍ଲିଜ, ଇଂଲଣ୍ଡର ଶ୍ରୀଜଗନ୍ନାଥ ସଂସ୍ଥା, କ୍ଲବ ସତ୍ୟବାଦୀ, ଗରିବର ସାଥୀ, ସାହିଭାଇ ଆଦି ବିଭିନ୍ନ ସଂଗଠନର କର୍ମକତ୍ତା ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

୨୩ OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୩୦।୬: ଆଗକୁ ବିଶ୍ୱ ପ୍ରସିଦ୍ଧ ପୁରୀରଥଯାତ୍ରା। ରଥଯାତ୍ରା ସୁପରିଚାଳନା ପାଇଁ ୨୩ OAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା: ଜନ୍ମଗତ ନାଗରିକତା ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କଲେ US ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇ ଆମେରିକା (US) ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁନାଇଟେଡ୍ ଷ୍ଟେଟ୍ସରେ ‘ଜନ୍ମଗତ ନାଗରିକତା’ (ବର୍ଥରାଇଟ୍ ସିଟିଜନସିପ୍) ଉପରେ…

ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର! ଏଣିକି ଚାଟ୍‌ ପାଇଁ ଦେବାକୁ ପଡ଼ିବନି ମୋବାଇଲ୍ ନମ୍ବର

ନୂଆଦିଲ୍ଲୀ,୩୦।୬: ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି! ଏଣିକି କାହା ସହିତ ଚାଟ୍‌ କରିବା ପାଇଁ ଆପଣଙ୍କୁ ନିଜର ବ୍ୟକ୍ତିଗତ ମୋବାଇଲ୍…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri