Posted inଖେଳ

ପଡ଼ିଆରେ ୯୭୦ ମିନିଟ୍‌ ଯାଏ ବ୍ୟାଟିଂ କରି ବିଶ୍ୱ ରେକର୍ଡ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ଆଜି ବି ରହିଛି…

ନୂଆଦିଲ୍ଲୀ,୨୩।୧: ବିଶ୍ୱସ୍ତରୀୟ କ୍ରିକେଟରେ ସର୍ବକାଳୀନ ଶ୍ରେଷ୍ଠ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ହେଉଛନ୍ତି ହନିଫ ମହମ୍ମଦ। ଗୁଜରାଟର ଜୁନାଗଡ଼ରେ ଜନ୍ମ ହୋଇଥିବା ହନିଫ ୧୯୫୨ରେ ଭାରତ ବିପକ୍ଷରେ ଅନ୍ତଃର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ନିଜ ସମୟରେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ବିବେଚନା କରାଯାଉଥିଲା। ସେ ୫୫ ଟେଷ୍ଟ ମ୍ୟାଚ୍‌ ଖେଳି ହାରାହାରି ୪୩.୯୮ରେ ୩,୯୧୫ ରନ୍‌ ସ୍କୋର କରିଥିଲେ। ଏଥିରେ ୫୫ ଶତକ ଏବଂ ୬୬ ଅର୍ଦ୍ଧଶତକ ରହିଥିଲା।

ହନିଫ ତାଙ୍କ ଟେଷ୍ଟ କ୍ୟାରିୟରରେ ଅନେକ ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ହେଲେ ୧୯୫୮ରେ ବାରବାଡୋସ୍‌ରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ସ୍ମରଣୀୟ ହୋଇ ରହିଛି। ୧୯୫୮ ଜାନୁୟାରୀ ୨୩ରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ସେ ୩୩୭ ରନ୍‌ କରିଥିଲେ। ଏହାଛଡ଼ା ଦଳକୁ ପରାଜୟରୁ ରକ୍ଷା କରିବାକୁ ନେଇ ବିଶ୍ୱ ରେକର୍ଡ ମଧ୍ୟ କରିଥିଲେ।

ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ର କନାର୍ଡ ହଣ୍ଟ(୧୪୨) ଏବଂ ଏଭର୍ଟନ ଭିକ୍ସ(୧୯୭)ର ଶତକୀୟ ପାଳି ଯୋଗୁ ୯ ଉଇକେଟରେ ୫୭୯ ରନ୍‌ରେ ପାଳି ଘୋଷଣା କରିଥିଲା। ପରେ ଅତିଥି ପାକିସ୍ତାନ ଟିମ୍‌କୁ ୧୦୨ ରନ୍‌ରେ ଅଲଆଉଟ୍‌ କରିବା ପରେ ଫଲୋଅନ୍‌ ଖେଳିବାକୁ ବାଧ୍ୟ କରିଥିଲା। ସେତେବେଳେ ପାକିସ୍ତାନୀ ଟିମ୍‌ ଇନିଂସ ପରାଜୟର ଆଶଙ୍କା ସୃଷ୍ଟି ହୋଇଥିଲା। ଏଭଳି ସମୟରେ ପ୍ରଥମ ଇନିଂସରେ ୧୭ ରନ୍‌ କରିଥିବା ହନିଫ୍‌ ପଡ଼ିଆକୁ ଓହ୍ଲାଇଥିଲେ। ବ୍ୟାଟ୍ସମ୍ୟାନ୍‌ ଇମ୍‌ତିଆଜ୍‌ ଅହମ୍ମଦଙ୍କ ସହ ମିଶି ସେ ୧୫୨ରନ୍‌ର ଭାଗିଦାରୀ କରିଥିଲେ। ଇମ୍‌ତିଆଜ୍‌(୯୧)ଙ୍କ ଉଇକେଟ ଯିବା ପରେ ହନିଫ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୧ ରନ୍‌ କରି ଅପରାଜିତ ଥିଲେ। ତୃତୀୟ ଦିନରେ ପାକିସ୍ତାନର ସ୍କୋର ୧୬୨/୧ ଥିଲା।

ମ୍ୟାଚ୍‌ର ଚତୁର୍ଥ ଦିନ ହନିଫ ଦିନସାରା ପିଚ୍‌ରେ ରହି ନିଜର ଶତକ ପୂରଣ କରିଥିଲେ। ଦଳର ସ୍କୋର ୩୩୯/୨ ଥିବା ବେଳେ ବ୍ୟକ୍ତିଗତ ଭାବେ ସେ ୧୬୧ ରନ୍‌ କରିଥିଲେ। ପଞ୍ଚମ ଦିନରେ ମଧ୍ୟ ହନିଫ୍‌ଙ୍କ ମାରାଥନ ଇନିଂସ ଜାରି ରହିଥିଲା। କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ସେ ଅପରାଜିତ ୨୭୦ ରନ୍‌ କରିଥିଲେ। ପଞ୍ଚମ ଦିନରେ ଦଳର ସ୍କୋର ୫୨୫/୩ରେ ପହଞ୍ଚିଥିଲା।

ଷଷ୍ଠ ଦିନ ହନିଫ ନିଜର ତ୍ରିଶତକ ପୂରଣ କରିଥିଲେ। ହନିଫ ୯୭୦ ମିନିଟ୍‌ ଅର୍ଥାତ ୧୬ ଘଣ୍ଟା ୧୦ ମିନିଟ ବ୍ୟାଟିଂ ପରେ ୩୩୭ ରନ୍‌ କରି ଆଉଟ୍‌ ହୋଇଥିଲେ। ହନିଫ ଟେଷ୍ଟ କ୍ରିକେଟରେ ଶତକ କରିଥିବା ଏସିଆର ପ୍ରଥମ ଖେଳାଳି ପାଲଟିଥିଲେ। ନିଜ ପାଳିରେ ସେ ୨୪ଟି ଚଉକା ମାରିଥିଲେ। ତାଙ୍କ ପାଇଁ ଫଲୋଅନ୍‌ ଖେଳୁଥିବା ପାକିସ୍ତାନୀ ଟିମ୍‌ ମ୍ୟାଚ୍‌କୁ ଡ୍ର କରିବାରେ ସଫଳ ହୋଇଥିଲା। ଏହାକୁ ୬୩ ବର୍ଷ ବିତିଥିଲେ ହେଁ ଆଜି ବି ହନିଫ୍‌ଙ୍କ ବିଶ୍ୱ ରେକର୍ଡ ପୂର୍ବବତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?