କୋଭିଡ ଯୁଦ୍ଧ ଜିତିବାକୁ ୩ ମନ୍ତ୍ର ଦେଲେ ନବୀନ
ଭୁବନେଶ୍ୱର,୬।୭(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦିନକୁ ଦିନ ମହାମାରୀ କରୋନା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି। ତେବେ ଏହି ଯୁଦ୍ଧ ଜିତିବାକୁ ହେଲେ ନବୀନ ରାଜ୍ୟବାସୀଙ୍କୁ ୩ଟି ମନ୍ତ୍ର ଫୁଙ୍କିଛନ୍ତି। ତ୍ୟାଗ, ସଂଯମ…
ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ: ଗଞ୍ଜାମରୁ ସର୍ବାଧିକ
ଭୁବନେଶ୍ୱର,୬।୭(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୭୩ ଜଣ ଥିବାବେଳେ ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡାରୁ ୧୬, କଟକରୁ ୧୫, ବରଗଡରୁ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ୧୨, ପୁରୀରୁ…
ମେଡିକାଲ କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଚମ୍ପଟ୍
ନବରଙ୍ଗପୁର,୬।୭(ଡି.ଏନ.ଏ.)-ନବରଙ୍ଗପୁରସ୍ଥିତ କୋଭିଡ୍ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। କୋଭିଡ୍ ହସ୍ପିଟାଲ କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ରବିବାର ସକାଳୁ ଫେରାର ହୋଇଯାଇଥିବା…
ଭାରତକୁ ସତର୍କ ସୂଚନା: ଅବୈଧ ମାଂସ ବଜାର ଯୋଗୁ ନୂଆ ମହାମାରୀ ଆଶଙ୍କା
ନୂଆଦିଲ୍ଲୀ,୬।୭: ପ୍ରାଣୀଙ୍କ ସୁରକ୍ଷା ପାଇଁ ପୃଥିବୀରେ ଅଭିଯାନ ଜାରି ରଖିଥିବା ପେଟା(ପିପୁଲ୍ସ୍ ଅପ୍ ଦି ଇଥିକାଲ ଟ୍ରିଟ୍ମେଣ୍ଟ୍ ଅଫ୍ ଆନିମଲ୍ସ) ପକ୍ଷରୁ ଭାରତ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଭାରତରେ ରହିଥିବା ଅବୈଧ ମାଂସ ବଜାର ଯୋଗୁ ଆଗାମୀ ଦିନରେ…
ମୋଦିଙ୍କ ଗସ୍ତରେ ଛାନିଆ ଡ୍ରାଗନ: ୨ କିମି ପଛକୁ ହଟିଲେ ସୈନ୍ୟ
ଲଦାଖ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖର ଲେହ ଗସ୍ତର ଦୁଇ ଦିନ ପରେ ଚାଇନା ସୈନ୍ୟ ଗଲଓ୍ବାନ ଘାଟିରେ ଶିବିର ପକାଇଥିବା ଅଞ୍ଚଳରୁ ୨ କିମି ପଛକୁ ହଟିଯାଇଛନ୍ତି। ଦୀର୍ଘ ୨୦ ଦିନ ପରେ ଚାଇନା ସୈନ୍ୟ ପଛକୁ ହଟିଯାଇଥିବା କୁହାଯାଉଛି।…
କରୋନାରେ ଆକ୍ରାନ୍ତ ହେଲେ ବିଧାୟକ
ବାଲେଶ୍ୱର ଅଫିସ, ୬।୭: ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲାର ଏହି ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ-୧୯…
କରୋନା ପ୍ରତିଷେଧକ ଟୀକା ବାହାରିଲେ ସ୍କୁଲ ଯିବେ ପିଲା
ନୂଆଦିଲ୍ଲୀ,୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଫଳରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥଳେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ୬୦ ପ୍ରତିଶତ ଅଭିଭାବକ କରୋନା ପ୍ରତିଷେଧକ…
ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୬।୭: ଭାରତର ୭ ପଡ଼ୋଶୀଙ୍କ ମଧ୍ୟରୁ ୩ ଦେଶ ସହିତ ସୀମା ବିବାଦ ଲାଗି ରହିଛି। ଭାରତର ୧୫ ହଜାର୧୦୬ କିମି ଦୀର୍ଘ ସୀମା ପାକିସ୍ତାନ, ଚାଇନା, ନେପାଳ, ବାଂଲାଦେଶ, ମ୍ୟାନ୍ମାର, ଭୁଟାନ ଏବଂ ଆଫଗାନୀସ୍ତାନ ସହିତ ରହିଛି। ସେଥିମଧ୍ୟରେ ପାକିସ୍ତାନ…
CORONAVIRUS UPDATE: ରାଜ୍ୟରେ ୨୪ ଜିଲାରୁ ୪୫୬ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଲା
ଭୁବନେଶ୍ୱର, ୬।୭(ବ୍ୟୁରୋ): ରାଜ୍ୟରେ ସୋମବାର ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
ପୁଣି ଘନେଇଲା ବିପଦ: ବାୟୁରେ ବି ବ୍ୟାପି ପାରେ କରୋନା
ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ୩୨ ଦେଶର ୨୩୯ ବୈଜ୍ଞାନିକ ଦାବି କରିଛନ୍ତି ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା ବି ବ୍ୟାପିପାରେ। ଏନେଇ ଶୀଘ୍ର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆବଶ୍ୟକ ମାର୍ଗଦର୍ଶିକା ଜାରି କରୁ…
ରୁଷିଆକୁ ଟପିଲା ଭାରତ
ନୂଆଦିଲ୍ଲୀ,୬ା୭(ପି.ଟି.): ଦେଶରେ କୋଭିଡ୍-୧୯ ସଂକ୍ରମଣ ବେକାବୁ ହେଲାଣି। ଗୋଟିଏ ଦିନରେ ସର୍ବାଧିକ ୨୪,୮୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୧୩ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରବିବାର ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬.୯୦,୩୯୬ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୯,୨୬୮କୁ…
ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଏମିତି: ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି
ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ବିଭାଗ ପାଇଁ ସରକାର ଯେତିକି ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି ସେଥିରୁ ଅଧାରୁ ଅଧିକ ପଦବୀ ଖାଲିପଡିଛି। ଏମିତି କି ଗୋଟିଏ ଗୋଟିଏ ବିଭାଗରେ ଡାକ୍ତର ନାହାନ୍ତି। ଏପରି ଦୟନୀୟ ଅବସ୍ଥାରେ ପ୍ରତିଦିନ ହଜାର…

