Posted inଜାତୀୟ

ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୭: ଭାରତର ୭ ପଡ଼ୋଶୀଙ୍କ ମଧ୍ୟରୁ ୩ ଦେଶ ସହିତ ସୀମା ବିବାଦ ଲାଗି ରହିଛି। ଭାରତର ୧୫ ହଜାର୧୦୬ କିମି ଦୀର୍ଘ ସୀମା ପାକିସ୍ତାନ, ଚାଇନା, ନେପାଳ, ବାଂଲାଦେଶ, ମ୍ୟାନ୍‌ମାର, ଭୁଟାନ ଏବଂ ଆଫଗାନୀସ୍ତାନ ସହିତ ରହିଛି। ସେଥିମଧ୍ୟରେ ପାକିସ୍ତାନ ସହିତ ୩,୩୨୩ କିମି, ଆଫଗାନୀସ୍ତାନ ସହିତ ୧୦୬ କିମି, ଚାଇନା ସହିତ ୩,୪୮୮ କିମି, ନେପାଳ ସହିତ ୧,୭୫୧ କିମି, ବାଂଲାଦେଶ ସହିତ ୪,୦୯୬.୭ କିମି, ଭୁଟାନ ସହିତ ୬୯୯ କିମି ଏବଂ ମ୍ୟାନ୍‌ମାର୍‌ ସହିତ ୧,୬୪୩ କିମି ଲମ୍ବ ସୀମା ରହିଛି। ଭାରତର ସାମୁଦ୍ରିକ ସୀମା ୭,୫୧୬.୬ କିମି ରହିଛି। ନେପାଳ ସହିତ ଭାରତର ୯୮ ପ୍ରତିଶତ ସୀମା ବିବାଦର ସମାଧାନ ହୋଇସାରିଛି। ଅପରପକ୍ଷରେ ଚାଇନା ଏବଂ ପାକିସ୍ତାନ ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି। ସେଥିମଧ୍ୟରୁ ପାକିସ୍ତାନ ୭୮ ହଜାର ବର୍ଗ କିମି ମାଡ଼ି ବସିଛି। ଅପରପକ୍ଷରେ ଚାଇନା ୪୩ ହଜାର ୧୮୦ ବର୍ଗ କିମି ଜମି ଉପରେ ନିଜର ଅଧିକାର ବୋଲି ଦାବି କରୁଛି। ଏସବୁ ଜମିର ପରିମାଣ ୩ଟି ସ୍ବିଜରଲାଣ୍ଡ ସହିତ ପ୍ରାୟ ସମାନ ହେବ। ସ୍ବିଜରଲାଣ୍ଡର କ୍ଷେତ୍ରଫଳ ୪୧ ହଜାର ୨୮୫ ବର୍ଗ କିମି। ଚାଇନା ଅରୁଣାଚଳ ପ୍ରଦେଶର ୯୦ ହଜାର ବର୍ଗ କିମି ଉପରେ ନିଜର ଦାବି ଜାରି ରଖିଛି। ଲଦାଖର ୩୮ ହଜାର ବର୍ଗ କିମିକୁ ଚାଇନା ନିଜର ଅଧିକାରରେ ରଖିଛି। ଚାଇନା ଏବଂ ନେପାଳ ସହିତ ସୀମା ବିବାଦ ଆଲୋଚନା ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ କରିବା ଲାଗି ଭାରତ ଯୋଜନା କରୁଛି। ତେବେ ଆତଙ୍କବାଦୀ ସମସ୍ୟା ଯୋଗୁ ପାକିସ୍ତାନ ସହିତ ସୀମା ବିବାଦ ସମାଧାନ ଆଗେଇ ପାରୁ ନାହିଁ। ପୂର୍ବରୁ ବାଂଲାଦେଶ ସହିତ ଥିବା ୬.୧ କିମିର ସୀମା ବିବାଦ ୨୦୧୧ରେ ଆଲୋଚନା ମାଧ୍ୟମରେ ଶେଷ ହୋଇଛି। ୨୦୧୪ରେ ସାମୁଦ୍ରିକ ସୀମା ବିବାଦର ମଧ୍ୟ ସମାଧାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri