କରୋନା ପ୍ରତିଷେଧକ ଟୀକା ବାହାରିଲେ ସ୍କୁଲ ଯିବେ ପିଲା

ନୂଆଦିଲ୍ଲୀ,୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥଳେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ୬୦ ପ୍ରତିଶତ ଅଭିଭାବକ କରୋନା ପ୍ରତିଷେଧକ ଟୀକା ବାହାରିଲେ ସ୍କୁଲକୁ ପିଲାଙ୍କୁ ପଠାଇବା ପାଇଁ ରାଜି ଅଛନ୍ତି। ୭୧ ପ୍ରତିଶତ କରୋନା ସଂକ୍ରମଣ ନିୟନ୍ତ୍ରଣ ହେବା ପରେ ସ୍କୁଲ୍‌,କଲେଜ, ବିଶ୍ୱବିଦ୍ୟାଳୟ ଆଦି ଖୋଲିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ସେହିପରି ୫୬ ପ୍ରତିଶତ ଅଭିଭାବକ ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡ଼ିବା ଆଣିବା କାର୍ଯ୍ୟ କରିବାକୁ ମତ ଦେଇଛନ୍ତି। ଅପରପକ୍ଷରେ ୫୩ ପ୍ରତିଶତ ସ୍କୁଲ ନ ଖୋଲିବାକୁ ମତ ଦେଇଛନ୍ତି। ଅନ୍‌ଲାଇନ୍‌ କ୍ଲାସ୍‌କୁ ସେମାନେ ପସନ୍ଦ କରିଛନ୍ତି। ୪୫ ପ୍ରତିଶତ ଅଭିଭାବକ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସମର୍ଥନ କରିଛନ୍ତି। ତେବେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେମାନେ ସମର୍ଥନ କରିଛନ୍ତି। ୫୬ ପ୍ରତିଶତ ସ୍କୁଲରେ ଖେଳକୁଦ ଏବଂ ଯୋଗ ସମୟରେ ସାମାଜିକ ଦୂରତା ଅବଲମ୍ବ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର ପକ୍ଷରୁ ଜୁନ୍‌ ୨୧ରୁ ଜୁନ୍‌ ୨୮ ମଧ୍ୟରେ ଦେଶବ୍ୟାପୀ ସର୍ଭେ କରାଯାଇଥିଲା। ଏଥିରେ ୫୫ ହଜାରରୁ ଅଧିକ ପୁରୁଷ ଏବଂ ୧୭ ହଜାରରୁ ଅଧିକ ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଦୁବେଙ୍କ ସମ୍ପତ୍ତିର ହେବ ହିସାବ କିତାବ

କାନପୁର,୧୧।୭: ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ବି ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି। ଏନ୍‌କାଉଣ୍ଟର ପରେ ଏବେ...

ଭାରତ ନ ଆସିଲେ ଅଷ୍ଟ୍ରେଲିଆ ପାଇଁ ହାନିକାରକ ହେବ: ଲାବୁସେନ୍‌

ସିଡ୍‌ନୀ,୪।୫ (ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ତେବେ ମହାମାରୀ କାରଣରୁ ଯଦି ଭାରତ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ନ ଆସେ ତା’ହେଲେ...

CORONAVIRUS UPDATE: ରାଜ୍ୟରୁ ଆଜି ୪୧୮୦ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ଟପିଲା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୪,୧୮୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୭୧,୩୪୧ରେ ପହଞ୍ଚିଥିବା...

ଦିନକରେ ଗଡ଼ିଲା ୯୨ ମୁଣ୍ଡ

ନୂଆଦିଲ୍ଲୀ, ୧୫।୫ : ପ୍ରାଣଘାତୀ କରୋନା ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି। ଦେଶରେ ଗୁରୁବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮୧, ୬୫୮କୁ ବୃଦ୍ଧି...

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା

ମୁମ୍ବାଇ,୭।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଆରେ କଲୋନୀରେ ଗଛ କଟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୋମବାର ସୁପ୍ରିମକୋର୍ଟ...

ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟଙ୍କ ପରଲୋକ

ମୁମ୍ବାଇ,୧୨ ।୯: ବଲିଉଡ୍ ଗାୟିକା ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟ ପୋଡୱାଲଙ୍କ ଶନିବାର ମାତ୍ର ୩୫ ବର୍ଷ ବୟସରେ ପରଲୋକ ହୋଇଛି । କିଛିଦିନ ହେବ...

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ...

Advertisement


Archives

Model This Week