ରୁଷିଆକୁ ଟପିଲା ଭାରତ

ନୂଆଦିଲ୍ଲୀ,୬ା୭(ପି.ଟି.): ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବେକାବୁ ହେଲାଣି। ଗୋଟିଏ ଦିନରେ ସର୍ବାଧିକ ୨୪,୮୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୧୩ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରବିବାର ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬.୯୦,୩୯୬ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୯,୨୬୮କୁ ବୃଦ୍ଧି ପାଇଛି। ଫଳରେ ରୁଷିଆକୁ ପଛରେ ପକାଇ ଭାରତ କରୋନା ସଂକ୍ରମଣରେ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚତ୍ଛି। ରୁଷିଆରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୮୧,୨୫୧ ରହିଛି। କ୍ରମାଗତ ୩ ଦିନ ହେଲା ଭାରତରେ ଦୈନିକ ୨୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସୁଛି।
ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ସେଠାରେ ୨୪ ଘଣ୍ଟାରେ ୭,୦୭୪ ନୂଆ ମାମଲା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ତାମିଲନାଡୁରେ ୨୪ ଘଣ୍ଟା ମଧ୍ୟରେ ୪,୨୮୦ ସଂକ୍ରମିତ ହୋଇଥିଲାବେଳେ ଦିଲ୍ଲୀ, ତେଲଙ୍ଗାନା, କର୍ନାଟକ, ଆସାମ ଓ ବିହାରରେ ମୋଟ ୭,୯୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୮ ପ୍ରତିଶତ ନୂଆ ମାମଲା ଏହି ୭ ରାଜ୍ୟରୁ ମିଳିଛି। ଜାତୀୟ ସ୍ତରରେ ଆରୋଗ୍ୟ ହାର ୬୦.୭୭ ପ୍ରତିଶତ ଥିବାବେଳେ ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ ସମେତ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪,୦୯,୦୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨,୪୪,୮୧୪ ସକ୍ରିୟ ମାମଲା ରହିଛି। ୨୪ ଘଣ୍ଟା ମଧ୍ୟରେ ମୋଟ ୧୪,୮୫୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଚଣ୍ଡିଗଡ଼ରେ ଆରୋଗ୍ୟ ହାର ସର୍ବାଧିକ ୮୫.୯% ରହିଥିବାବେଳେ ଲଦାଖରେ ୮୨.୨%, ଉତ୍ତରାଖଣ୍ଡରେ ୮୦.୬%, ରାଜସ୍ଥାନରେ ୮୦.୧%, ମିଜୋରାମରେ ୭୯.୩%, ତ୍ରିପୁରାରେ ୭୭.୭%, ମଧ୍ୟପ୍ରଦେଶରେ ୭୬.୯%, ଝାଡ଼ଖଣ୍ଡରେ ୭୪.୩% ରହିଛି। ସେହିପରି ବିହାରରେ ଆରୋଗ୍ୟ ହାର ୭୪.୨ ପ୍ରତିଶତ ଥିବାବେଳେ ହରିୟାଣାରେ ୭୪.୧, ଗୁଜରାଟରେ ୭୧.୯, ପଞ୍ଜାବରେ ୭୦.୫, ଦିଲ୍ଲୀରେ ୭୦.୨, ମେଘାଳୟରେ ୬୯.୪, ଓଡ଼ିଶାରେ ୬୯% ରହିଛି। ଅନ୍ୟ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶରେ ୬୮.୪%, ହିମାଚଳପ୍ରଦେଶରେ ୬୭.୩%, ପଶ୍ଚିମବଙ୍ଗ ୬୬.୭%, ଆସାମ ୬୨.୪% ଏବଂ ଜମ୍ମୁ-କଶ୍ମୀରରେ ୬୨.୪% ଆରୋଗ୍ୟ ହାର ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?