ମହାତ୍ମାଙ୍କ ୭୩ତମ ପୁଣ୍ୟତିଥି: ଦେଶ ଦେଲା ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ମହାତ୍ମାଙ୍କ ଶାନ୍ତି, ଅହିଂସା, ମାନବୀୟ ଗୁଣ…
ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କୁ କରାଯାଉଛି ସାମିଲ
ଜେନେଭା/ନୂଆଦିଲ୍ଲୀ,୩୦।୧: ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କ ସାମିଲ୍ କରାଯାଉଥିବା ପ୍ରସଙ୍ଗ ନେଇ କ୍ଷୋଭ ପ୍ରକାଶ କରିଛି। ଭାରତ ପକ୍ଷରୁ ସ୍ଥାୟୀ ଉପ-ପ୍ରତିନିଧି ନାଗରାଜ ନାଇଡୁ ଏଭଳି କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ସୀମାରେ ସଂଘର୍ଷ
ନୂଆଦିଲ୍ଲୀ,୩୦ା୧: ପୂର୍ବରୁ ସୀମା କହିଲେ କେବଳ ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା ଓ ଉତ୍ତର ପୂର୍ବକୁ ଲାଗି ରହିଥିବା ଚାଇନା ସୀମାକୁ ବୁଝାଉଥିଲା। ହେଲେ ଦୁଇମାସ ହେବ ଚର୍ଚ୍ଚାରେ ରହିଛି ଭିନ୍ନ ଏକ ସୀମା। ତାହା ହେଉଛି ଦେଶ ଭିତରର ବର୍ଡର। କେନ୍ଦ୍ର…
ବଜେଟ୍ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିଛନ୍ତି। କରୋନା ମହାମାରୀ ସମୟରେ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ନୂତନ ଦଶନ୍ଧି ଏବଂ ନୂତନ ବର୍ଷ ହେଉଛି ପ୍ରଥମ…
ବଜେଟ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ଦଶନ୍ଧିର ଭରପୂର ଉପଯୋଗ ନେଇ ଚଳିତ ଅଧିବେଶନରେ ସମସ୍ତ ଚର୍ଚ୍ଚା ହେଉ…
ଆଜିଠୁ ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ,୨୯।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ୧୮ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ…
ଉତ୍ତେଜକ ଟିଭି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କର: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୯।୧: ଲୋକଙ୍କୁ ହିଂସାକାଣ୍ଡ ଭିଆଇବା ପାଇଁ ଉସୁକାଉଥିବା ଟେଲିଭିଜନ କାର୍ଯ୍ୟକ୍ରମ ଓ ଖବରକୁ ସକ୍ରିୟ ଭାବେ ନିୟନ୍ତ୍ରଣ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏ ସମ୍ପର୍କିତ ଆଇନକୁ କଡ଼ାକଡ଼ି କରିବା ଲାଗି ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ…
ମୁମ୍ବାଇ ହେଉ କେନ୍ଦ୍ରଶାସିତ ଅଞ୍ଚଳ
ମୁମ୍ବାଇ/ବେଲଗାଭି,୨୯।୧: ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ସୀମା ବିବାଦ ତେଜିବାରେ ଲାଗିଛି। ଏହା ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଉତ୍ତେଜକ ମନ୍ତବ୍ୟକୁ ନେଇ କର୍ନାଟକ ସରକାର କଡ଼ା ଜବାବ ଦେଇଛନ୍ତି। କର୍ନାଟକ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ମୁମ୍ବାଇକୁ କେନ୍ଦ୍ରଶାସିତ ଅଞ୍ଚଳରେ…
ଦୀପ ସିଦ୍ଧୁ ଫେରାର
ଜଳନ୍ଧର,୨୯।୧: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗୁରୁବାର ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି। ମଙ୍ଗଳବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି…
ଲାଲ୍କିଲ୍ଲା ହିଂସା ନେଇ ଦେଶଦ୍ରୋହ ମାମଲା
ନୂଆଦିଲ୍ଲୀ,୨୯।୧(ପି.ଟି.): ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଲାଲ୍କିଲ୍ଲାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ହିଂସାରେ ସମ୍ପୃକ୍ତ କୃଷକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦେଶଦ୍ରୋହ ଏବଂ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ)ରେ ମାମଲା ରୁଜୁ କରିଛି। ଆଇପିସି ଧାରା ୧୨୪ଏ…
ବଜେଟ ଅଧିବେଶନ: କଂଗ୍ରେସ ସମେତ ୧୬ ରାଜନୈତିକ ଦଳ କରିବେ ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାର
ନୂଆଦିଲ୍ଲୀ,୨୮ ।୧: ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦି ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ଗୁଡିକ ଏକାଠି ହେଲେଣି । କଂଗ୍ରେସ ସମେତ ୧୬ ରାଜନୈତିକ ଦଳ ମିଶି ୨୯ ଫେବୃୟାରୀକୁ ବଜେଟ ଅଧିବେଶନର ପ୍ରଥମ ଦିନ ସଂସଦରେ ରାଷ୍ଟ୍ରପତିଙ୍କ…
ଭାଇରସ ହେଉ ଅବା ଭ୍ୟାକ୍ସିନ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ମୋଦି
ନୂଆଦିଲ୍ଲୀ,୨୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନ୍ୟାଶନାଲ କ୍ରେଡିଟ ର୍କପ୍ସ(ଏନ୍ସିସି) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଚିଫ୍ ଅଫ୍ ଡିଫେନ୍ସ…
Archives


