Posted inଜାତୀୟ

ଆଜିଠୁ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ,୨୯।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ୧୮ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବା ଲାଗି ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଘୋଷଣା କରିଛନ୍ତି। ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ରାଜଧାନୀରେ ଘଟିଥିବା ହିଂସାକାଣ୍ଡରେ କେନ୍ଦ୍ର ଭୂମିକାର ନିରପେକ୍ଷ ତଦନ୍ତ ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ସେମାନେ ୩ କୃଷି ଆଇନ ପ୍ରତ୍ୟାହାର ଦାବି କରିବା ସହ ଲକ୍ଷ ଲକ୍ଷ ଚାଷୀଙ୍କ ଦାବି ସତ୍ତ୍ୱେ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବା ଲାଗି ନିଷ୍ପତ୍ତି ନେଇଥିବା ଦଳଗୁଡ଼ିକ ହେଲେ କଂଗ୍ରେସ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି), ନ୍ୟାଶନାଲ କନ୍‌ଫରେନ୍ସ, ଡିଏମ୍‌କେ, ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଶିବସେନା, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), ସିପିଆଇ, ସିପିଏମ୍‌, ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ୍‌ ଲିଗ୍‌, ଆର୍‌ଏସ୍‌ପି, ପିଡିପି, ଏମ୍‌ଡିଏମ୍‌କେ, କେରଳ କଂଗ୍ରେସ (ଏମ୍‌), ଏଏପି, ଶିରୋମଣି ଅକାଳୀ ଦଳ ଏବଂ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଅହଂକାରୀ ଏବଂ ଅଗଣତାନ୍ତ୍ରିକ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଚାଷୀ ବିରୋଧୀ ଆଇନ ପ୍ରତ୍ୟାହାର ଲାଗି ସେମାନେ ମିଳିତ ଭାବେ ଦାବି କରିବେ ବୋଲି ଏକ ମିଳିତ ବିବୃତିରେ କହିଛନ୍ତି।
ସରକାର ୩ କୃଷି ଆଇନ ପ୍ରତ୍ୟାହାର କରିବା ପରିବର୍ତ୍ତେ ଚାଷୀଙ୍କୁ ତଡ଼ିବା ପାଇଁ ପାଣିମାଡ଼, ଲୁହବୁହା ଗ୍ୟାସ ପ୍ରୟୋଗ ସାଙ୍ଗକୁ ଲାଠିଚାଳନା କରୁଛନ୍ତି ବୋଲି କଂଗ୍ରେସ ନେତା ଆଜାଦଙ୍କ ସମେତ ଉପନେତା ଆନନ୍ଦ ଶର୍ମା ଏବଂ ଲୋକ ସଭାରେ କଂଗ୍ରେସର ମୁଖ୍ୟ ହୁଇପ୍‌ କେ. ସୁରେଶ ଖବରଦାତା ସମ୍ମିଳନୀରେ କହିଥିଲେ। ଦୁଇମାସ ହେଲା ଚାଷୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଆସୁଥିଲେ। ଜାନୁୟାରୀ ୨୬ ଟ୍ରାକ୍ଟର ରାଲି ହିଂସାରେ ପରିଣତ ହେବା ପଛରେ କିଛି ବାହ୍ୟ ଷଡ଼ଯନ୍ତ୍ର ରହିଛି, ଯାହାକୁ ସମ୍ମିଳିତ ଭାବେ ନିନ୍ଦା କରାଯାଉଛି ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି। ହିଂସା ପଛରେ ରହିଥିବା ସରକାରଙ୍କ ଅସାଧୁ ଭୂମିକାକୁ ଲୋକଲୋଚନକୁ ଆଣିବା ଲାଗି ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?