Posted inଜାତୀୟ

ମୁମ୍ବାଇ ହେଉ କେନ୍ଦ୍ରଶାସିତ ଅଞ୍ଚଳ

ମୁମ୍ବାଇ/ବେଲଗାଭି,୨୯।୧: ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ସୀମା ବିବାଦ ତେଜିବାରେ ଲାଗିଛି। ଏହା ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉତ୍ତେଜକ ମନ୍ତବ୍ୟକୁ ନେଇ କର୍ନାଟକ ସରକାର କଡ଼ା ଜବାବ ଦେଇଛନ୍ତି। କର୍ନାଟକ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ମୁମ୍ବାଇକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାକୁ ଦାବି କରିଛନ୍ତି। ମୁମ୍ବାଇ ଏକଦା ବମ୍ବେ-କର୍ନାଟକ ଅଞ୍ଚଳର ଏକ ଅଂଶବିଶେଷ ଥିଲା। ଦେଶର ଅର୍ଥନୈତିକ ରାଜଧାନୀ ଉପରେ କର୍ନାଟକବାସୀଙ୍କ ଅଧିକାରପୂର୍ଣ୍ଣ ଦାବି ରହିଥିବାରୁ ଏହା କର୍ନାଟକରେ ସାମିଲ ହେବା ପର୍ଯ୍ୟନ୍ତ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହୁ ବୋଲି ସେ କହିଛନ୍ତି।
ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ବୁଧବାର ଉଦ୍ଧବ ବେଲଗାଭି ଅଞ୍ଚଳକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଉଚିତ ବୋଲି ଦାବି କରିଥିଲେ। ମହାରାଷ୍ଟ୍ର ସହ ଏହି କ୍ଷେତ୍ର ସାମିଲ ନ ହେବା ଯାଏ ସେ ନୀରବ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ପୂର୍ବରୁ ମଧ୍ୟ ଉଦ୍ଧବ ବେଲଗାଭି, କରଓ୍ବାର ଓ ନିପାଣିକୁ ମହାରାଷ୍ଟ୍ରରେ ସାମିଲ କରିବା ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ସ୍ବପ୍ନ ବୋଲି କହିଥିଲେ। କର୍ନାଟକ ଉପମୁଖ୍ୟମନ୍ତ୍ରୀ ସାଭଦି ନିପାଣୀ ନିକଟ ବୋରଗାଓଁରେ ଏହାର ଜବାବ ରଖିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ସୀମା ବିବାଦକୁ ନେଇ ମହାଜନ କମିଶନ ନିଜ ରିପୋର୍ଟ ଦାଖଲ କରିସାରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ କର୍ନାଟକ ସପକ୍ଷରେ ଆସିବ ବୋଲି ରାଜ୍ୟବାସୀ ନିଶ୍ଚିତ। ମୁମ୍ବାଇ ଉପରେ ଆମର ଭାଗ ଦାବି କରିବା ସମୟ ଆସିଯାଇଛି। ମୁମ୍ବାଇକୁ କର୍ନାଟକ ସହ ସାମିଲ କରିବା ଉଦ୍ୟମ ମଧ୍ୟ ବର୍ତ୍ତମାନ ଆରମ୍ଭ ହେବା ଉଚିତ। କର୍ନାଟକରେ ଯେତେଦିନ ପର୍ଯ୍ୟନ୍ତ ମୁମ୍ବାଇ ସାମିଲ ନ ହେଉଛି ସେତେଦିନ ଯାଏ କେନ୍ଦ୍ର ସରକାର ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ରୂପେ ଘୋଷଣା କରନ୍ତୁ। କର୍ନାଟକ ମୁମ୍ବାଇରୁ ନିଜ ଭାଗ ମାଗିବା ଆରମ୍ଭ କରିବା ମାତ୍ରେ ଦୁଇରାଜ୍ୟ ମଧ୍ୟରେ ସୀମା ବିବାଦର ସମାଧାନ ହୋଇଯିବ ବୋଲି ସାଭଦି କହିଛନ୍ତି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ସାଭଦି ବେଲଗାଭିରେ ମହାରାଷ୍ଟ୍ର ଏକୀକରଣ ସମିତି (ଏମ୍‌ଇଏସ୍‌)କୁ ଶେଷ କରିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କହିଥିଲେ, ଏମ୍‌ଇଏସ୍‌ ଅଧ୍ୟାୟ ଶେଷ କରିବା ଲାଗି ଭାଜପା ଏହାର ସମସ୍ତ ନେତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଯୋଜନା କରୁଛି। ଏମ୍‌ଇଏସ୍‌ର ବରିଷ୍ଠ ନେତା ଅରବିନ୍ଦ ପାଟିଲଙ୍କୁ ଆମେ ଆଗାମୀ ବିଧାନସଭା ନିର୍ବାଚନରେ ଭାଜପାରୁ ପ୍ରାର୍ଥୀ କରିବୁ।

ବେଲଗାମ (ବେଲଗାଭି) ହେଉଛି କର୍ନାଟକର ଏକ ଅଂଶ, ଯାହାକି ବ୍ରିଟିଶ ଇଣ୍ଡିଆର ବମ୍ବେ ପ୍ରୋସିଡେନ୍ସିରେ ଥିଲା। ବମ୍ବେ ପ୍ରେସିଡେନ୍ସି ମଧ୍ୟରେ ବର୍ତ୍ତମାନର ଗୁଜରାଟ, ମହାରାଷ୍ଟ୍ର ଓ ଉତ୍ତର କର୍ନାଟକର କେତେକ ଅଞ୍ଚଳ ଥିଲା। ସ୍ବାଧୀନତା ପରେ ବେଲଗାମ ଜିଲା ବମ୍ବେ ଷ୍ଟେଟ୍‌ର ଅଂଶ ହୋଇ ରହିଲା। ୧୯୫୬ରେ ଭାଷା ଭିତ୍ତିରେ ରାଜ୍ୟ ପୁନର୍ଗଠନ ଆଇନ ପ୍ରଣୟନ ହେବା ପରେ ବେଲଗାମ ଓ ବମ୍ବେ ଷ୍ଟେଟ୍‌ର ୧୦ ତାଲୁକାକୁ ନବଗଠିତ ମହୀଶୂର ଷ୍ଟେଟ୍‌ (ବର୍ତ୍ତମାନ କର୍ନାଟକ)ରେ ସାମିଲ କରାଗଲା। ଫଳରେ ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା।

ମହାଜନ କମିଶନ ରିପୋର୍ଟ
୧୯୫୭ ସେପ୍ଟେମ୍ବରରେ ତତ୍କାଳୀନ ବମ୍ବେ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ନିଜ ଆପତ୍ତି ଜଣାଇଥିଲେ। ସୀମା ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ମେହର ଚାନ୍ଦ ମହାଜନଙ୍କ ଅଧ୍ୟକ୍ଷତାରେ ୧୯୬୬ ଅକ୍ଟୋବରରେ ଏକ କମିଶନ ଗଠନ କରାଯାଇଥିଲା। ୧୯୬୭ ଅଗଷ୍ଟରେ ମହାରାଷ୍ଟ୍ରକୁ ୨୬୪ ଗ୍ରାମ ସ୍ଥାନାନ୍ତର କରିବାକୁ ମହାଜନ କମିଶନ ସୁପାରିସ କରିଥିଲେ। ଅନ୍ୟପକ୍ଷେ ବେଲଗାମ ସମେତ ୨୪୭ ଗ୍ରାମ କର୍ନାଟକରେ ରହୁ ବୋଲି କହିଥିଲେ। ଉକ୍ତ ରିପୋର୍ଟକୁ କର୍ନାଟକ ସ୍ବାଗତ କରିଥିବାବେଳେ ମହାରାଷ୍ଟ୍ର ଏହାକୁ ଅଯୌକ୍ତିକ ଦର୍ଶାଇ ପ୍ରତ୍ୟାଖ୍ୟାନ କରିଥିଲା। ତେବେ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବେ ଅଦ୍ୟାବଧି ଏହାକୁ ଲାଗୁ କରିନାହାନ୍ତି।

ସୁପ୍ରିମକୋର୍ଟରେ ମାମଲା
୨୦୦୫ ଡିସେମ୍ବରରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ସୀମା ବିବାଦର ସମାଧାନ ଉଦ୍ୟମ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏହି ଉଦ୍ୟମ ବିଫଳ ହେବା ପରେ ବେଲଗାମ ସହର ଓ କର୍ନାଟକର ଅନ୍ୟ କେତେକ ଅଂଶ ଉପରେ ମହାରାଷ୍ଟ୍ର ନିଜ ଦାବି ଦୋହରାଇଥିଲା। ୨୦୦୬ରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। କର୍ନାକଟରେ ରହୁଥିବା ମରାଠୀ ଭାଷୀ ଲୋକ ନିଜକୁ ଅସୁରକ୍ଷିତ ମନେକରୁଥିବାରୁ ଏହାକୁ ମହାରାଷ୍ଟ୍ରରେ ମିଶ୍ରଣ କରାଯାଉ ବୋଲି ଦାବି କରିଥିଲେ। ସର୍ବୋଚ୍ଚ ଅଦାଲତରେ ଉକ୍ତ ପ୍ରସଙ୍ଗ ବିଚାରାଧୀନ ଥିବାବେଳେ ଉଭୟ ରାଜ୍ୟ ନିଜ ସପକ୍ଷରେ ରାୟକୁ ଅପେକ୍ଷା କରିଛନ୍ତି।
ସାମ୍ପ୍ରତିକ ସ୍ଥିତି
ଉଭୟ ରାଜ୍ୟର ଭାଷା ଭିତ୍ତିକ ଜନଗଣନା କରିବା ପରେ କର୍ନାଟକରୁ ୮୧୪ ଗ୍ରାମକୁ ସ୍ଥାନାନ୍ତର କରାଯାଉ ବୋଲି ମହାରାଷ୍ଟ୍ର ଦାବି କରିଆସୁଛି। ୨୦୧୪ରେ ମହାରାଷ୍ଟ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୧୩୧ (ଖ) ଅନୁସାରେ ସୀମା ବିବାଦର ସମାଧାନ କରାଯାଉ ବୋଲି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ, ଯାହାକି ଅଦ୍ୟାବଧି ବିଚାରାଧୀନ ଅଛି। ୨୦୧୯ରେ ମହାବିକାଶ ଅଘାଡ଼ି ସରକାର କ୍ଷମତାକୁ ଆସିବା ପରେ ସୁପ୍ରିମକୋର୍ଟରେ ରାଜ୍ୟର ଉଦ୍ୟମକୁ ତ୍ୱରାନ୍ବିତ କରିବା ଲାଗି ମନ୍ତ୍ରୀ ଛଗନ ଭୁଜବଳ ଓ ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦାୟିତ୍ୱ ଦେଇଥିଲେ। ଗତ ନଭେମ୍ବରରେ କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ମହାଜନ କମିଶନ ରିପୋର୍ଟକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ। ମରାଠାମାନଙ୍କ ବିକାଶ ପାଇଁ ଆମେ ଏକ ନିଗମ ଗଠନ କରିଛୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?