Posted inଜାତୀୟ

ସୀମାରେ ସଂଘର୍ଷ

ନୂଆଦିଲ୍ଲୀ,୩୦ା୧: ପୂର୍ବରୁ ସୀମା କହିଲେ କେବଳ ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା ଓ ଉତ୍ତର ପୂର୍ବକୁ ଲାଗି ରହିଥିବା ଚାଇନା ସୀମାକୁ ବୁଝାଉଥିଲା। ହେଲେ ଦୁଇମାସ ହେବ ଚର୍ଚ୍ଚାରେ ରହିଛି ଭିନ୍ନ ଏକ ସୀମା। ତାହା ହେଉଛି ଦେଶ ଭିତରର ବର୍ଡର। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଦିଲ୍ଲୀ ସଂଲଗ୍ନ ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମା ପ୍ରତ୍ୟହ ଖବରର ଶିରୋନାମା ସାଉଁଟୁଛି। ବିଶେଷକରି ସାଧାରଣତନ୍ତ୍ର ଦିବସର ଟ୍ରାକ୍ଟର ରାଲି ହିଂସା ଓ ଉପଦ୍ରବ ଜାତୀୟ ରାଜଧାନୀର ସୀମାକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ୩ ଦିନ ଧରି ଏଠାରେ ଛକାପଞ୍ଝା ସ୍ଥିତି ଲାଗିରହିଛି ।

ଗୁରୁବାର ମଧ୍ୟରାତ୍ରି ସୁଦ୍ଧା ସୀମା ଛାଡ଼ିବାକୁ ପୋଲିସ ପ୍ରଶାସନର ନିର୍ଦ୍ଦେଶ ପରେ ୩ ବର୍ଡର ଖାଁ ଖାଁ ଲାଗୁଥିଲା। ତେବେ ଶୁକ୍ରବାର ସକାଳେ ଆନ୍ଦୋଳନକାରୀ ନିଜ ନିଜ ଧାରଣାସ୍ଥଳକୁ ପୁଣି ଫେରିଥିଲେ। ଏହାକୁ ଦେଖି ସିଙ୍ଘୁବାସୀ ‘ଦିଲ୍ଲୀ ସେ ଆୟା ଅର୍ଡର, ଖାଲି କରୋ ବର୍ଡର’ ସ୍ଲୋଗାନ ଦେଇ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି। ଫଳରେ ସ୍ଥାନୀୟ ଲୋକ ଓ କୃଷକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ପୋଲିସ ଲୁହବୁହା ବାଷ୍ପ ଓ ବଳ ପ୍ରୟୋଗ କରିଛି। ଲାଠିମାଡ଼ରେ ଅନେକ ଚାଷୀ ଆହତ ହୋଇଛନ୍ତି। ଟିକ୍ରି ବର୍ଡରରେ ମଧ୍ୟ ଅନୁରୂପ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ତୁରନ୍ତ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ବ୍ୟାପକ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତରପ୍ରଦେଶର ଗାଜିପୁର ସୀମା, ଯେଉଁଠି ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଛି ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌ଙ୍କ ଆଖିରୁ ଝରିଥିବା ଲୁହ। ଗାଜିଆବାଦ ଜିଲା ପ୍ରଶାସନ ପକ୍ଷରୁ ପାଣି, ବିଦ୍ୟୁତ୍‌ ଯୋଗାଣ ବନ୍ଦ କରାଯିବା ପରେ ରାତିରେ ଆନ୍ଦୋଳନକାରୀ ଘରମୁହଁା ହୋଇଥିଲେ। ହେଲେ ମରିଯିବି ପଛେ ପଛଘୁଞ୍ଚା ଦେବି ନାହିଁ ବୋଲି ଦମ୍ଭ ଦେଖାଇ ଗାଁରୁ ପାଣି ଆସିଲେ ପିଇବି କହି କୃଷକ ନେତା ଟିକାଏତ୍‌ କାନ୍ଦି କାନ୍ଦି ଇମୋଶନାଲ କାର୍ଡ ଖେଳିବା ପରେ ଅସ୍ବାଭାବିକ ଭାବେ ଭିଡ଼ ଦେଖିବାକୁ ମିଳିଛି। ଦିନ ତମାମ ନେତାଙ୍କ ଆଗମନ ଯୋଗୁ ଆନ୍ଦୋଳନର କେନ୍ଦ୍ରସ୍ଥଳ ସିଙ୍ଘୁ ସୀମାରୁ ଗାଜିପୁର ବର୍ଡରକୁ ସ୍ଥାନାନ୍ତର ହୋଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆ ମଧ୍ୟ ରାକେଶ ଟିକାଏତ୍‌ଙ୍କୁ ଭେଟିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାକେଶଙ୍କ ସହ ଫୋନ୍‌ରେ କଥା ହୋଇଥିବା ସେ ସୂଚନା ଦେଇଥିଲେ। ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବନ୍ଦ କରାଯାଇଥିବାରୁ ଆମେ ପାଣି ବ୍ୟବସ୍ଥା କରିଛୁ ବୋଲି ସିସୋଡିଆ କହିଥିଲେ। ସେହିପରି ମୁଜାଫରନଗରରେ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମୁଖ୍ୟ ଅଜିତ୍‌ ସିଂ ବିକେୟୁକୁ ସମର୍ଥନ ଘୋଷଣା କରିଥିଲେ। ତାଙ୍କ ପୁଅ ଜୟନ୍ତ ଚୌଧରୀ ମଧ୍ୟ ମହାପଞ୍ଚାୟତରେ ସାମିଲ ହୋଇଥିଲେ। ଇତିମଧ୍ୟରେ ଟ୍ରାକ୍ଟର ରାଲି ହିଂସାକୁ ନେଇ ତନାଘନା କରୁଥିବା ଫୋରେନ୍‌ସିକ୍‌ ଟିମ୍‌ ଗାଜିପୁର ସୀମାରେ ପହଞ୍ଚତ୍ ପ୍ରମାଣ ସଂଗ୍ରହ କରୁଛି।

ଉତ୍ତେଜନାରୁ ଅଚଳାବସ୍ଥା

ଦିଲ୍ଲୀ ଓ ହରିୟାଣା ସଂଲଗ୍ନ ସିଙ୍ଘୁ ସୀମାରେ ପୋଲିସ ଉପସ୍ଥିତିରେ ସ୍ଥାନୀୟ ଲୋକ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ସେହିପରି ଟିକ୍ରି ଓ ଗାଜିପୁର ବର୍ଡରରେ ମଧ୍ୟ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ସତ୍ତ୍ୱେ ଉତ୍ତେଜନା ଲାଗିରହିଛି। ହରିୟାଣାର କର୍ନାଲରୁ ୯୬ କି.ମି ଦୂର ସିଙ୍ଘୁ ସୀମାରେ ଆନ୍ଦୋଳନକାରୀଙ୍କୁ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ୨୪ ଘଣ୍ଟିଆ ମହଲତ ଦିଆଯାଇଥିଲା। ଆନ୍ଦୋଳନକାରୀଙ୍କ ଯୋଗୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କହି ସ୍ଥାନୀୟ ଲୋକେ ସେମାନଙ୍କୁ ଘଉଡ଼ାଇବାବେଳେ ସଂଘର୍ଷ ଘଟିଥିଲା। ସେହିପରି ଟିକ୍ରି ସୀମାରେ ଚାଷୀ ଆନ୍ଦୋଳନକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ସ୍ଥାନ ଖାଲି କରିବା ପାଇଁ ସ୍ଲୋଗାନ ଦେଇଥିଲେ। ଜାତୀୟ ପତାକାକୁ ଅସମ୍ମାନ କରିବାକୁ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ କହୁଥିବା ଶୁଣିବାକୁ ମିଳିଥିଲା। ପୂର୍ବ ଦିଲ୍ଲୀ ଗାଜିପୁର ସୀମାରେ ରାକେଶ ଟିକାଏତ୍‌ଙ୍କ ବିକେୟୁ ପକ୍ଷରୁ ‘ମହାପଞ୍ଚାୟତ’ ବସିଥିଲା। ଏଥିରେ ସାମିଲ ହେବା ପାଇଁ ମୁଜାଫରନଗର ସହରରେ ହଜାର ହଜାର ଚାଷୀ ଏକତ୍ରିତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ମହାବୀର ଚୌକ ନିକଟ ଜିଆଇସି ଗ୍ରାଉଣ୍ଡରେ ପ୍ରବଳ ଜନ ସମାଗମ ହୋଇଥିଲା। କୃଷକମାନେ ତ୍ରିରଙ୍ଗା ଓ ନିଜ ସଙ୍ଗଠନର ପତାକା ଲଗାଇ ଶତାଧିକ ଟ୍ରାକ୍ଟରରେ ଗାଜିପୁରର ୟୁପି ଗେଟ୍‌କୁ ଆସିଥିଲେ। ଫଳରେ ଗାଜିପୁର ସୀମା ନିକଟ ଦିଲ୍ଲୀର ଜାତୀୟ ରାଜପଥ ନମ୍ବର ୨୪ରେ ଟ୍ରାଫିକ୍‌ ଜାମ୍‌ ହୋଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

କୃଷକଙ୍କୁ ଆକ୍ରମଣ କରି ଭାରତକୁ ଦୁର୍ବଳ କରୁଛନ୍ତି ମୋଦି

୩ ବିବାଦୀୟ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଶୁକ୍ରବାର ପୁଣି ଟାର୍ଗେଟ କରିଛି କଂଗ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କୁ ଆକ୍ରମଣ କରି ଭାରତକୁ ଦୁର୍ବଳ କରିଦେଉଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ରାହୁଲ ଟୁଇଟ୍‌ କରିଛନ୍ତି ଯେ, କୃଷକ ଓ ଶ୍ରମିକଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣ ଦେଶକୁ ଦୁର୍ବଳ କରିଛି। ଏଥିରୁ କେବଳ ଦେଶବିରୋଧୀ ତତ୍ତ୍ୱ ଲାଭବାନ ହେବେ। କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, କୃଷକଙ୍କ ଆସ୍ଥା ହେଉଛି ଦେଶର ପୁଞ୍ଜି। ସେମାନଙ୍କ କଥା ନ ଶୁଣିବା ଏକ ପାପ। ସେମାନଙ୍କୁ ଧମକ ଦେବା ଓ ଟାର୍ଗେଟ କରିବା ଦେଶ ଉପରେ ଆକ୍ରମଣ। ପ୍ରଧାନମନ୍ତ୍ରୀ ଦେଶକୁ ଦୁର୍ବଳ କରନ୍ତୁ ନାହିଁ।

ବିରୋଧୀଙ୍କୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ବର୍ଜନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ନିନ୍ଦା କରିଛନ୍ତି। ବିରୋଧୀ ଦେଶ ଆଗରେ କି ପ୍ରକାର ଦୃଷ୍ଟାନ୍ତ ଓ ପରମ୍ପରା ସୃଷ୍ଟି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ରାଷ୍ଟ୍ରପତି ରାଜନୈତିକ ମତପାର୍ଥକ୍ୟର ଊର୍ଦ୍ଧ୍ୱରେ। ସେ ସମସ୍ତଙ୍କ ସମ୍ମାନର ପାତ୍ର। ବିରୋଧୀ ଦଳ ତାଙ୍କ ଅଭିଭାଷଣ ବର୍ଜନ କରିବା ଅତ୍ୟନ୍ତ ଦୁଃଖଦାୟକ। ଦେଶକୁ ୫୦ ବର୍ଷ ଧରି ଶାସନ କରିଥିବା କଂଗ୍ରେସର ଦାୟିତ୍ୱଶୂନ୍ୟ ଭୂମିକାକୁ କେନ୍ଦ୍ରମନ୍ତ୍ରୀ ସମାଲୋଚନା କରିଥିଲେ। ଭାଜପା ଅନେକ ବର୍ଷ ବିରୋଧୀ ଆସନରେ ବସିଥିଲେ ହେଁ କେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରି ନ ଥିଲା ବୋଲି ରବିଶଙ୍କର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?