Posted inଜାତୀୟ

ଦୀପ ସିଦ୍ଧୁ ଫେରାର

ଜଳନ୍ଧର,୨୯।୧: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗୁରୁବାର ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି। ମଙ୍ଗଳବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି କରାଯାଇଥିବାବେଳେ ଦୀପ ସିଦ୍ଧୁ ଭିଡ଼କୁ ଉସୁକାଇ ବିଭ୍ରାଟ ସୃଷ୍ଟି କରିଥିଲେ। ସେ ଲାଲକିଲ୍ଲାର ତ୍ରିରଙ୍ଗା ଉତ୍ତୋଳନସ୍ଥଳରେ ଶିଖ୍‌ମାନଙ୍କ ଧର୍ମୀୟ ପତାକା ‘ନିଶାନ ସାହିବ’ ଉଡ଼ାଇଥିଲେ। ଭାଜପା ସହ ତାଙ୍କ ସମ୍ପର୍କ ଥିବା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି ଏବଂ ତାଙ୍କର ପତ୍ତା ମିଳୁନାହିଁ। ଦୀପ ସିଦ୍ଧୁ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ଆମେ କେବଳ ବିକ୍ଷୋଭ କରିବା ନେଇ ଗଣତାନ୍ତ୍ରିକ ଅଧିକାର ଜାହିର କରିଛୁ। ଅନ୍ୟପକ୍ଷରେ ଆଉ ଏକ ପୋଷ୍ଟରେ ତାଙ୍କୁ ଗ୍ୟାଙ୍ଗଷ୍ଟର ତଥା ହିଂସାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଲଖା ସିଧାନାଙ୍କ ସହ ବାଇକ୍‌ରେ ଯାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

ସୁଯୋଗ ମିଳିବା ମାତ୍ରେ ନିଜ ସହଯୋଗୀଙ୍କ ପଛରେ ଛୁରି ମାରନ୍ତି, ଜାଣନ୍ତୁ କାହାକୁ ଏମିତି କହିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁରେ ଏକ ବିଶାଳ ବିଜୟ ରାଲିରେ ଯୋଗ ଦେଇଥିଲେ। ମୋଦି ସେଠାରେ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri