ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କୁ କରାଯାଉଛି ସାମିଲ

ଜେନେଭା/ନୂଆଦିଲ୍ଲୀ,୩୦।୧: ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କ ସାମିଲ୍‌ କରାଯାଉଥିବା ପ୍ରସଙ୍ଗ ନେଇ କ୍ଷୋଭ ପ୍ରକାଶ କରିଛି। ଭାରତ ପକ୍ଷରୁ ସ୍ଥାୟୀ ଉପ-ପ୍ରତିନିଧି ନାଗରାଜ ନାଇଡୁ ଏଭଳି କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଛୋଟ ପିଲାଙ୍କୁ ଫୁସୁଲାଇ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ହାତରେ ବନ୍ଧୁକ ଧରାଇ ଦିଆଯାଉଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ଆଲୋଚନାରେ ଯୋଗଦେଇ ସେ ଏଭଳି କହିଛନ୍ତି। ଏହା ପୂର୍ବରୁ ପାକିସ୍ତାନର ନାମ ନ ନେଇ ଭାରତ ପକ୍ଷରୁ କୁହାଯାଇଥିଲା ଯେ, କରୋନା ମହାମାରୀ ସଙ୍କଟ ସମୟକୁ କେତେକ ଦେଶ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉପଯୁକ୍ତ ସୁଯୋଗ ବୋଲି ଧରିନେଇଛନ୍ତି। ଆତଙ୍କବାଦୀ ଅନୁପ୍ରବେଶ କରାଇ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଉଥିବା ଭାରତ ପକ୍ଷରୁ କୁହାଯାଇଥିଲା। କରୋନାରୁ ଦୂରେଇ ରହିବା ପାଇଁ ପୃଥିବୀସ୍ତରରେ ସାର୍ବଜନୀକ ଟିକାକରଣକୁ ଗରୁତ୍ୱଦେବା ପରିବର୍ତ୍ତେ ଏସବୁ ଦେଶ ଆତଙ୍କବାଦର ଜହର ଅନ୍ୟ ଦୋ ବିରୋଧରେ ପ୍ରୟୋଗ କରୁଥିବା ଭାରତ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡ ନୁଆଁଇଲା ଶେହବାଜ ସରକାର, ପାକିସ୍ତାନର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲ ଜିଓ ନ୍ୟୁଜ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି

ଇସଲାମାବାଦ,୨୮।୬: ପାକିସ୍ତାନରେ ଗଣମାଧ୍ୟମ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ସରକାର ଦେଶର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲଗୁଡ଼ିକ ମଧ୍ୟରୁ ଗୋଟିଏ, ଜିଓ ନ୍ୟୁଜର…

Iran US Conflict: ଆମେରିକା ଆକ୍ରମଣର ପ୍ରତିଶୋଧ ନେଲା ଇରାନ, କୁୱେତରୁ ବାହାରିନ ପର୍ଯ୍ୟନ୍ତ ଆମେରିକୀୟ ଘାଟି ଉପରେ କଲା କ୍ଷେପଣାସ୍ତ୍ର ମାଡ଼

ତେହରାନ,୨୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଭାଙ୍ଗିବାକୁ ବସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଦୁଇଥର ଇରାନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ…

କରାଚୀରେ ବଡ଼ ଆତଙ୍କବାଦୀ ଆକ୍ରମଣ: ୬ ଆତଙ୍କବାଦୀଙ୍କ ସହ ୪ ରେଞ୍ଜର୍ସ ନିହତ

କରାଚୀ,୨୮।୬: ଶନିବାର ରାତିରେ ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ସିନ୍ଧ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ।…

ତେହରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ଚେତାବନୀ ଦେଲେ ଟ୍ରମ୍ପ, କହିଲେ, ‘ଆମେରିକା ଏପର୍ଯ୍ୟନ୍ତ ସଂଯମତା ଅବଲମ୍ବନ କରିଛି..’

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇରାନ…

ସକାଳୁ ସକାଳୁ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଟୋକିଓ,୨୮।୬: ରବିବାର ସକାଳେ ଉତ୍ତର-ପୂର୍ବ ଜାପାନରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା; କିନ୍ତୁ, କୌଣସି ସୁନାମି ଚେତାବନୀ ଜାରି…

୨୪ ଘଣ୍ଟାରେ ଦ୍ୱିତୀୟ ଥର ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ତେହରାନ,୨୮।୬: ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଶନିବାର ଇରାନ ବିରୁଦ୍ଧରେ ଆଉ ଏକ ସାମରିକ ଆକ୍ରମଣ କରିଛି। ହର୍ମୁଜ ପ୍ରଣାଳୀ ନିକଟରେ…

ସିଚେଲ୍ସକୁ ପାଟ୍ରୋଲ ଜାହାଜ ଦେଲେ ମୋଦି

ଭିକ୍ଟୋରିଆ,୨୮ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିିଆ ସିଚେଲ୍ସ ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚତ୍ଥିବାବେଳେ ଏହାର ତଟସୁରକ୍ଷା ପାଇଁ ଭାରତ ନିର୍ମିତ ପାଟ୍ରୋଲ ଜାହାଜ ହସ୍ତାନ୍ତର…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri