Posted inଜାତୀୟ

ଭାଇରସ ହେଉ ଅବା ଭ୍ୟାକ୍ସିନ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ,୨୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନ୍ୟାଶନାଲ କ୍ରେଡିଟ ର୍କପ୍ସ(ଏନ୍‌ସିସି) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତିନି ସେନା ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ । କ୍ୟାଡେଟ୍ସଙ୍କୁ ସମ୍ବୋଧନ ଦେବା ଅବସରରେ ମୋଦି କହିଛନ୍ତି ସମ୍ବିଧାନରେ ଯେଉଁ ନାଗରିକ କର୍ତ୍ତବ୍ୟ କଥା କୁହାଯାଇଛି ତାକୁ ପାଳନ କରିବା ସମସ୍ତଙ୍କର ଦାୟିତ୍ୱ । ଗତବର୍ଷ ଦେଶ ପ୍ରମାଣ କରିଛି ଯେ ଭାଇରସ ହେଉ ବା ସୀମା ବିବାଦ ଆମେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଯେ କୌଣସି ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥାଏ ଏନ୍‌ସିସି କ୍ୟାଡେଟ ସେଠାରେ ପହଞ୍ଚିଥାଆନ୍ତି । ଦେଶର କନ୍ୟାମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ବୀରଙ୍ଗନାମାନେ ଏବେ ଶତ୍ରୁସହ ଲଢିବାକୁ ବି ପ୍ରସ୍‌ୁତ ହାଇଗଲେଣି । ଦେଶ ଆପଣଙ୍କୁ ଚାହୁଁଛି ଆଉ ଅପେକ୍ଷା ରଖିଛି । ମୁଁ ଆପଣଙ୍କ ଭିତରେ ଦେଶର ଭବିଷ୍ୟତ ଅଧିକାରୀଙ୍କୁ ଦେଖି ପାରୁଛି ବୋଲି ମୋଦି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁ

ପାଟନା,୨୩।୭: ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ବୋରଓ୍ବେଲରୁ ଉଦ୍ଧାର ହେଲେ ୩ ବର୍ଷର ଶିଶୁ। ନାଳନ୍ଦା ଥାନା ଅନ୍ତର୍ଗତ କୁଳଭଦାରୀ ଗ୍ରାମରେ ଏହି ଘଟଣା...

ଅକ୍କୋବର ୧୮ରେ ଭାରତରେ ଇଣ୍ଟରପୋଲ ବୈଠକ…

ନୂଆଦିଲ୍ଲୀ,୧୫।୧୦ : ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧୮ରେ ଇଣ୍ଟରପୋଲର ୯୧ ତମ ବାର୍ଷିକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୧୯୫ ଦେଶର ପୋଲିସ ପ୍ରମୁଖ...

ଗାନ୍ଧିନଗରରେ ହେବ ହୀରାବେନଙ୍କ ଅନ୍ତିମ ସଂସ୍କାର, ପୁଅ ପଙ୍କଜ ମୋଦିଙ୍କ ଘରେ ଶେଷ ଦର୍ଶନ

ଗାନ୍ଧିନଗର,୩୦ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ...

ଅପରାହ୍ନରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୮।୧: ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଅପରାହ୍ନ ୩ଟା ୩୦ରେ ଘୋଷଣା କରାଯିବ। ତେବେ ନିର୍ବାଚନ ଆୟୋଗ ତାରିଖ ଘୋଷଣା...

ସମୁଦ୍ର ପଥରେ ଆତଙ୍କବାଦୀ

ନୂଆଦିଲ୍ଲୀ/ମୁମ୍ବାଇ,୧୦ା୮: ଅନୁଚ୍ଛେଦ ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ପରେ ଉପତ୍ୟକାରେ ଭାରତର ବଳ ବୃଦ୍ଧି ପାଇଛି। ଏହାସହ ବିଚ୍ଛିନ୍ନତାବାସୀଙ୍କୁ ମୋହରା କରି କଶ୍ମୀରରେ ଉତ୍ତେଜନା...

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର...

‘ବୋଲୋ ତାରା ରା ରା’ ଗୀତ ଗାଇ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି ପୋଲିସ

ଚଣ୍ଡିଗଡ଼,୨୧।୧୦: ପଞ୍ଜାବ ଚଣ୍ଡିଗଡ଼ର ଜଣେ ଟ୍ରାଫିକ୍‌ ପୋଲିସଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହାତରେ ମାଇକ୍ରୋଫୋନ୍‌ ଧରି ଗାୟକ ଦଲେର...

ଜମ୍ମୁ-କଶ୍ମୀରରେ ମାନବାଧିକାରର ହେଉଛି ଉଲ୍ଲଂଘନ: ମମତା ବାନାର୍ଜୀ

କୋଲକାତା,୧୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। ମମତା ଟୁଇଟ୍‌ କରି କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ମାନବାଧିକାରର...

Advertisement
Archives

Model This Week