ଏଲିସା ହିଲି ୟୁପି ଓ୍ବାରିୟର୍ଜ ଅଧିନାୟିକା
ଲକ୍ଷ୍ନୌ,୨୩ା୨(ପି.ଟି.): ଆସନ୍ତା ମାସରେ ମୁମ୍ବାଇରେ ହେବାକୁଥିବା ଉଦ୍ଘାଟନୀ ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ପାଇଁ ୟୁପି ଓ୍ବାରିୟର୍ଜ ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟର ଏଲିସା ହିଲିଙ୍କୁ ଦଳର ଅଧିନାୟିକା ମନୋନୀତ କରିଛି। କାପ୍ରି ଓ୍ବାରିୟର୍ଜ ହୋଲ୍ଡିଂ ପ୍ରାଇଭେଟ ଲିମିଟେଡ୍ ହେଉଛି ୟୁପି ଓ୍ବାରିୟର୍ଜ…
ଡୋପିଂ: ଅଲିମ୍ପିକ ପଦକ ବିଜେତା ୮ବର୍ଷ ବାସନ୍ଦ
ଅଷ୍ଟାନା (କାଜାଖସ୍ତାନ), ୨୩ା୨ (ଏପି): ଡୋପିଂ ପାଇଁ କାଜାଖସ୍ତାନର ଟୋକିଓ ଅଲିମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ଜିତିଥିବା ଇଗୋର ସନ୍ (୬୧ କିଲୋଗ୍ରାମ୍ କାଟେଗୋରି) ନାମକ ଜଣେ ଭାରୋତ୍ତୋଳକଙ୍କୁ ୮ବର୍ଷ ବାସନ୍ଦ କରାଯାଇଛି। କାଜାଖସ୍ତାନ ଭାରୋତ୍ତୋଳନ ମହାସଂଘ ତରଫରୁ ବୁଧବାର ଏ ବିଷୟରେ…
ଦକ୍ଷିଣ ଆଫ୍ରିକା ସେମିରେ
କେପ୍ଟାଉନ୍,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି ଆୟୋଜକ ଦଳ। ଅନ୍ତିମ ଗ୍ରୁପ୍ ମ୍ୟାଚରେ ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହି ସେମି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି…
ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ
କେପ୍ଟାଉନ,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍ର ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗୁରୁବାର କେପ୍ଟାଉନ୍ର ନ୍ୟୁଲ୍ୟାଣ୍ଡସ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା…
ଆଜିଠାରୁ ୫ମ ଓଡ଼ିଶା ପର୍ଯ୍ୟଟନ କନ୍କ୍ଲେଭ
ଭୁବନେଶ୍ୱର,୨୩ା୨: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ହୋଟେଲ ଏବଂ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଛି। ଏପରିକି ଗୁରୁବାର ସ୍ଥାନୀୟ ସ୍ବସ୍ତି ପ୍ରିମିୟମ ହୋଟେଲ ପରିସରରେ ୫ମ ଓଡିଶା ପର୍ଯ୍ୟଟନ କନ୍କ୍ଲେଭ ଆୟୋଜିତ…
ବିଶ୍ୱ ବଜାରରେ ଚମକ ହରାଉଛି ଭାରତ
ନୂଆଦିଲ୍ଲୀ,୨୩।୨: ଚଳିତ ଆର୍ଥିକ ବର୍ଷରେ ଭାରତ ବିଶ୍ୱ ଦରବାରରେ ଏକ ବିରଳ ରେକର୍ଡ ସ୍ଥାପନ କରିଥିଲା। ଏପରିକି ବହୁ ବିକଶିତ ରାଷ୍ଟ୍ରକୁ ପଛରେ ପକାଇ ବିଶ୍ୱ ବଜାରରେ ୫ମ ସ୍ଥାନରେ ପହଞ୍ଚତ୍ୟାଇଥିଲା। ହେଲେ ବିଗତ ୯ ମାସ ତଳେ ପାଇଥିବା ସଫଳତା…
୩,୫୦୦ ଭାଜପା କର୍ମୀଙ୍କ ନାଁରେ ମାମଲା
ଚେନ୍ନାଇ, ୨୩।୨: ତାମିଲନାଡ଼ୁରେ ଡିଏମ୍କେ କାଉନ୍ସିଲରଙ୍କ ମାଡ଼ରେ ପ୍ରାଣ ହରାଇଥିବା ଯବାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ୩,୫୦୦ ଭାଜପା କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଜପା ନେତା ଓ କର୍ମୀ ବିନା ଅନୁମତିରେ କ୍ୟାଣ୍ଡେଲ୍ ଲାଇଟ୍…
ରିପବ୍ଲିକାନ୍ ପାର୍ଟିରୁ ୨ ଭାରତୀୟ ବଂଶୋଦ୍ଭବ ଆଶାୟୀ
ଓ୍ବାଶିଂଟନ,୨୩ା୨: ଭାରତୀୟ ବଂଶୋଦ୍ଭବ ଟେକ୍ ଏଣ୍ଟରପ୍ରିନ୍ୟୁର୍ ବିବେକ ରାମାସ୍ବାମୀ ବୁଧବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଗତ ୧୪ ତାରିଖରେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ୨୦୨୪ ରାଷ୍ଟ୍ରପତି ନିର୍ବାଚନ…
ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଲୋଡ଼ିଲେ କର୍ନାଟକ ଛାତ୍ରୀ
ନୂଆଦିଲ୍ଲୀ,୨୩ା୨: କର୍ନାଟକର ସରକାରୀ ସ୍କୁଲଗୁଡ଼ିକରେ ହିଜାବ ପରିଧାନ ଉପରେ କଟକଣା ଜାରି କରାଯାଇଛି। ତେବେ କେତେଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି। ସେମାନଙ୍କ ଆବେଦନର ଶୁଣାଣି କରିବାକୁ ବୁଧବାର ସର୍ବୋଚ୍ଚ ଅଦାଲତ ରାଜି…
ମେୟର ନିର୍ବାଚନ ପରେ ଷ୍ଟାଣ୍ଡିଂ କମିଟିକୁ ନେଇ ଏଏପି-ଭାଜପା ମଧ୍ୟରେ ଗଣ୍ଡଗୋଳ, ପରସ୍ପର ଉପରକୁ ଫିଙ୍ଗିଲେ କାଗଜ
ନୂଆଦିଲ୍ଲୀ,୨୩ ।୨: ଦିଲ୍ଲୀ ନଗର ନିଗମର ନିର୍ବାଚନ ଗତବର୍ଷ ଡିସେମ୍ବରରେ ହୋଇଥିଲା । ସେବେଠାରୁ ଏଠାକାର ମେୟର ନିର୍ବାଚନ ବାକିଥିଲା । ବୁଧବାର ଦିଲ୍ଲୀର ମେୟର ଭାବେ ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଶୈଲି ଓବରୟଙ୍କୁ ନିର୍ବାଚିତ କରାଗଲା । ଆମ…
୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା
ନାବଲସ୍, ୨୩।୨: ବୁଧବାର ନାବଲସ୍ରେ ଇସ୍ରାଏଲ ଟ୍ରୁପ୍ ୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଏବଂ ୧୪ ବର୍ଷର ବାଳକଙ୍କ ସମେତ ୩ ସାଧାରଣ ନାଗରିକ ରହିଛନ୍ତି। ୧୦୨ ଜଣ ଆହତ ହୋଇଛନ୍ତି। ଡାକ୍ତରଖାନାରେ…
ଇସି ଅର୍ଡର ଉପରେ ସ୍ଥଗିତାଦେଶ ଦେଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୩ା୨: ଭାରତର ନିର୍ବାଚନ କମିଶନ (ଇସିଆଇ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଓ ନିର୍ବାଚନୀ ଚିହ୍ନ ‘ଧନୁଶର’ ପ୍ରଦାନ କରିଥିବାବେଳେ ଏହି ଅର୍ଡର ଉପରେ ସ୍ଥଗିତାଦେଶ ଜାରି ପାଇଁ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…

